ଅଧିକ ପର୍‌ଫ୍ୟୁମ୍‌ ବ୍ୟବହାର ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 11, 2019

ଅଧିକ ପର୍‌ଫ୍ୟୁମ୍‌ ବ୍ୟବହାର ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘରୁ ବାହାରକୁ ଯିବା ପୂର୍ବରୁ ଆପଣ ନିଶ୍ଚୟ ପର୍‌ଫ୍ୟୁମ୍‌ ବା ଡିଓ ବ୍ୟବହାର କରୁଥିବେ। ଏହା ଆପଣଙ୍କ ମନକୁ  ଫ୍ରେସ୍ ରଖିବା ସହ ମନୋଲୋଭା ବାସ୍ନା ମଧ୍ୟ ଦେଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ପରଫ୍ୟୁମ୍ ବା ଡିଓ ଅଧିକ ବ୍ୟବହାର କରିବା ଆପଣଙ୍କ ପାଇଁ କେତେ କ୍ଷତିକାରକ ହୋଇପାରେ।  ତେଣୁ ଜାଣନ୍ତୁ ଏହାକୁ ଅଧିକ ବ୍ୟବହାର କଲେ ଏହା ଆମ ଶରୀରରେ କ’ଣ କ୍ଷତି ହୁଏ।

ପର୍‌ଫ୍ୟୁମ୍‌ରେ ହାନିକାରକ କେମିକାଲ ଥାଏ। ଏହା ଆପଣଙ୍କ ତ୍ୱଚାରେ ପଡ଼ିଲେ ଜଳାପୋଡ଼ା ହୋଇଥାଏ ।

ଏହା  ତ୍ୱଚାରେ କୁଣ୍ଡିଆ ଭଳି ରୋଗ ସୃଷ୍ଟି କରିଥାଏ ।ଏଥିପାଇଁ ଆପଣଙ୍କର ଆଲର୍ଜି ମଧ୍ୟ ହୋଇପାରେ।

  ଦେହରୁ ବାହାରୁଥିବା ଦୁର୍ଗନ୍ଧ  ଦୂର କରିବା ପାଇଁ ଆମେ ଡିଓ ବା ପରଫ୍ୟୁମ ବ୍ୟବହାର କରିଥାଉ। କିନ୍ତୁ ଏହା ଆପଣଙ୍କ ଦେହର ପ୍ରକୃତିକ ବାସ୍ନାକୁ ମଧ୍ୟ ପ୍ରଭାବିତ କରିପାରେ।

ଆମ ଶରୀରର ଏକ ପ୍ରାକୃତିକ ଚମକ ରହିଥାଏ। କିନ୍ତୁ ଆପଣ ଯଦି ଅଧିକା ପରଫ୍ୟୁମ୍‌ ବ୍ୟବହାର କରୁଥାନ୍ତି। ତାହାଲେ ଏହା ଆପଣଙ୍କ ତ୍ୱଚାର ଏହି ପ୍ରାକୃତିକ ଚମକକୁ ମଧ୍ୟ ନଷ୍ଟ କରିପାରେ।

ଆପଣ ଜାଣିଛନ୍ତି କି, ଏଥିରେ  ଆଲ୍‌କୋହଲ ମଧ୍ୟ ଥାଏ। ସେହି ଆଲ୍‌କୋହଲ ତ୍ୱଚାରେ ଅନେକ ପ୍ରକାର ରୋଗ ଆଣିପାରେ।

ଅନେକ ସମୟରେ ଲୋକ ମାନଙ୍କର ଚର୍ମରେ ଅଜବ୍‌ ପ୍ରକାର ଘା କିମ୍ବା  ଦାଗ ଦେଖାଯାଇଥାଏ। ଏହା ମଧ୍ୟ ଆପଣ ବ୍ୟବହାର କରୁଥିବା ପର୍‌ପ୍ୟୁମ୍‌ ପାଇଁ ହୋଇପାରେ।

ଏହା ଆପଣଙ୍କ ଶରୀରର ହର୍‌ମୋନ୍‌କୁ ମଧ୍ୟ ପ୍ରଭାବିତ କରିପାରେ।

ତା ଛଡ଼ା ଅଧିକ ପର୍‌ଫ୍ୟୁମ୍‌ ପକାଇଲେ ଯେ ଏହାର ବାସ୍ନା ଭଲ ଲାଗେ ତା ନୁହେଁ । ବରଂ ଶରୀର ପାଇଁ ଏହା କ୍ଷତିକାରକ ହୋଇଥାଏ। ଅଧିକ ବାସ୍ନା ନାକ ଉପରେ ମଧ୍ୟ ପ୍ରଭାବ ପକାଇ ପାରେ।

ତେଣୁ ପର୍‌ଫ୍ୟୁମ୍‌ ବ୍ୟବହାର କରୁଥିଲେ ଏହାକୁ ଆବଶ୍ୟକ ଠାରୁ ଅଧିକ ବ୍ୟବହାର କରନ୍ତୁ ନାହିଁ। କାରଣ ଏହା ଆପଣଙ୍କର ତ୍ୱଚା ସମ୍ବନ୍ଧୀୟ  ଅନେକ ରୋଗର ଆଶଙ୍କାକୁ ବଢ଼ାଇ ଦେଇଥାଏ।



from Odisha Reporter https://ift.tt/2TBnbog

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages