ପୁଲିସ ଏତଲା ନରଖିବାରୁ ଉତ୍ତେଜନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 23, 2019

ପୁଲିସ ଏତଲା ନରଖିବାରୁ ଉତ୍ତେଜନା

ବ୍ରହ୍ମଗିରି(ଓଡ଼ିଶା ରିପୋର୍ଟର): ପୁଲିସ ଏତଲା ନରଖିବାରୁ ଉତ୍ତେଜନା ଦେଖାଦେଇଛି। ପୁରୀ ଜିଲ୍ଲା ବ୍ରହ୍ମଗିରି-ଡେଲାଙ୍ଗ ରାସ୍ତାର ଖୋଟପିରିଙ୍ଗ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ । ଗତକାଲି ଖୋଟପିରିଙ୍ଗ ଗାଁର ଅରବିନ୍ଦ ସାହୁ ଟ୍ରକ ନେଇ ଯାଉଥିବା ବେଳେ ଓଭରଟେକ୍ କରିବାକୁ ନେଇ କିଛି ଯୁବକଙ୍କ ସହ ବିବାଦ ହୋଇଥିଲା।

ଯୁବକମାନେ ରାୟବିଧାର ଛକରେ ଟ୍ରକ ଅଟକାଇ ଅରବିନ୍ଦଙ୍କୁ ମାଡ଼ ମାରିବା ସହ ଟ୍ରକ୍ ଭଙ୍ଗାରୁଜା କରିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୩ ଜଣ ଯୁବକଙ୍କୁ କାବୁ କରି ଗାଁ ଲୋକ ଅଟକ ରଖିଥିଲେ। ପୁଲିସ ଅଟକ ଥିବା ଯୁବକଙ୍କୁ ଉଦ୍ଧାର କରିବାକୁ ଗାଁକୁ ଯାଇଥିବା ବେଳେ କାଯର୍ୟାନୁଷ୍ଠାନ ନେଇ ଲିଖିତ ପ୍ରତିଶ୍ରୁତି ମାଗିଥିଲେ ଗ୍ରାମବାସୀ ।

ହେଲେ ପୁଲିସ କୌଣସି ପଦକ୍ଷେପ ନନେଇ ଗାଁରୁ ଫେରି ଆସିଥିଲା । ତେବେ ଆଜି ଗ୍ରାମବାସୀ ଏତଲା ଦେବାକୁ ଥାନା ଯାଇଥିବା ବେଳେ ପୁଲିସ ଏତଲା ରଖିବାକୁ ମନା କରି ଦେଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ଗୁରୁତର ଡ୍ରାଇଭରଙ୍କୁ ପ୍ରଥମେ ପୁରୀ ଓ ପରେ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।



from Odisha Reporter https://ift.tt/2FwFeEo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages