ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି ‘ଜବାବ ମାଗୁଛି କୋସଲ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ମୁଖ୍ୟମନ୍ତ୍ରୀଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି ‘ଜବାବ ମାଗୁଛି କୋସଲ୍’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ନିଜର ଦୁର୍ବଳ ସଂଗଠନକୁ ବାଜିମାତ କରିବା ପାଇଁ ବିଜେଡି ପକ୍ଷରୁ ପ୍ରସ୍ତୁତ ରଣନୀତି ଏବେ ଦଳ ପାଇଁ ମହଙ୍ଗା ପାଲଟିଛି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଥମଥର ପାଇଁ ଏକକାଳୀନ ଦୁଇଟି ସ୍ଥାନ(ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା)ରେ ପ୍ରାର୍ଥୀ କରାଇ ବିଜେଡି ପଶ୍ଚିମ ଓଡ଼ିଶାରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିବାବେଳେ ସେହି ଆଶା ଏବେ ଧୀରେ ଧୀରେ ମଉଳିବାରେ ଲାଗିଛି। ପଶ୍ଚିମ ଓଡ଼ିଶାରେ ଦୀର୍ଘ ଦଶନ୍ଧି ଧରି ରହିଥିବା ସମସ୍ୟା ଚଳିତ ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ବିଜେଡି ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାରେ କ୍ଷମତାରେ ରହିଥିଲେ ମଧ୍ୟ ଏହି ଅଞ୍ଚଳର ପ୍ରମୁଖ ସମସ୍ୟାଗୁଡ଼ିକ ପ୍ରତି ଆଖି ବୁଜି ଦେଇଥିବାରୁ ବିଜେଡିକୁ ଆଗାମୀ ଦିନରେ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିପାରେ ବୋଲି ରାଜନୀତିକ ବିଶ୍ଲେଷକମାନେ ଆଶଙ୍କା କରୁଛନ୍ତି।

କେନ୍ଦ୍ର ସରକାରର ଅବହେଳା ଭଳି ପୁରୁଣା ପ୍ରସଙ୍ଗକୁ ‘ହକ୍ ମାଗୁଛି ଓଡ଼ିଶା’ ନାଁରେ ବିଜେଡି ଚଳିତ ନିର୍ବାଚନରେ ବିଜେପିକୁ ଟାର୍ଗେଟ୍ କରୁଥିବାବେଳେ ‘ଜବାବ ମାଗୁଛି କୋସଲ’ ନାଁରେ ସୋଶାଲ ମିଡିଆରେ ଏବେ ବିଜେଡି ସରକାର ବିରୁଦ୍ଧରେ ଜନମତ ସୃଷ୍ଟି କରାଯାଉଥିବା ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ ସ୍ଥାପନ ଦାବିରେ ଦୀର୍ଘଦିନ ଧରି ରହିଥିବା ଅଚଳାବସ୍ଥାକୁ ନିର୍ବାଚନ ପୂର୍ବରୁ ସାମୟିକ ସ୍ଥଗିତ ରଖିବାରେ ବିଜେଡି ସକ୍ଷମ ହୋଇଥିଲେ ମଧ୍ୟ ‘କୋସଲ ରାଜ୍ୟ’ ଦାବି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।

ଅନ୍ୟ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ଭାବେ ବରଗଡ଼ରୁ ଟାଟା ମେମୋରିଆଲ କ୍ୟାନସର ହସ୍ପିଟାଲ ଓ ଝାରସୁଗୁଡ଼ାରୁ ଇଏସଆଇ ହସ୍ପିଟାଲ ସ୍ଥାନାନ୍ତର ପ୍ରସଙ୍ଗରେ ସମସ୍ତ ରାଜନୀତିକ ଦଳ କାହିଁକି ଚୁପ୍ ବୋଲି ‘କୋସଲ ରାଜ୍ୟ’ ସମର୍ଥକମାନେ ପ୍ରଶ୍ନ କରିଛନ୍ତି। ସେହିପରି କଳାହାଣ୍ଡିରେ ରେଳ ୱାଗନ୍ କାରଖାନା ସ୍ଥାପନ ପ୍ରସ୍ତାବ, ଦେବଗଡ଼ ଜିଲ୍ଲା ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟାର ସମାଧାନ ନହେବା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଓ କେବିକେ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ କାର୍ଯ୍ୟ କରିବାକୁ ମଧ୍ୟ କୋସଲ୍ ସମର୍ଥକମାନେ ବିରୋଧ କରିଛନ୍ତି।

ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଓ ଆନ୍ତର୍ଜାତିକ ସ୍ତରର ଷ୍ଟାଡିୟମ ନିର୍ମାଣ କ୍ଷେତ୍ରରେ ରାଜନୀତିକ ଦଳ ଓ ବିଜେଡି ସରକାର କି ପଦକ୍ଷେପ ନେଇଛନ୍ତି ବୋଲି କୋସଲ ସମର୍ଥକମାନେ ପ୍ରଶ୍ନ କରିଛନ୍ତି।

ପଶ୍ଚିମ ଓଡ଼ିଶାର ଏହି ସବୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ସରକାର ପ୍ରତି ରହିଥିବା ତୀବ୍ର ଆକ୍ରୋଶ ଏବେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଅଡ଼ୁଆ ବଢ଼ାଇବାର ଆଶଙ୍କା ରହିଛି। ନବୀନଙ୍କୁ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ କରାଇ ବିଜେଡି ସେଠାରେ ନିଜର ଆସନଗୁଡ଼ିକୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଥିବାବେଳେ ଏସବୁ ଜ୍ୱଳନ୍ତ ସମସ୍ୟା ବିଜେଡି ରଣନୀତିକାରଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛି।



from Odisha Reporter https://ift.tt/2FAhwXx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages