ଆଜି ବିଜେଡିରେ ମିଶିଥାନ୍ତେ, ତା’ପୂର୍ବରୁ ଘରୁ ଡାକି ନେଇ ହାତଗୋଡ଼ ହାଣିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 26, 2019

ଆଜି ବିଜେଡିରେ ମିଶିଥାନ୍ତେ, ତା’ପୂର୍ବରୁ ଘରୁ ଡାକି ନେଇ ହାତଗୋଡ଼ ହାଣିଦେଲେ

କେନ୍ଦୁଝର/ଆନନ୍ଦପୁର (ପ୍ରଣୟ ପାଣି/ମୁନା ସିଂ): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଗଡ଼ିଛି ପ୍ରଥମ ମୁଣ୍ଡ! ଅତି ନୃଶଂସ ଭାବେ ଦୁର୍ବୃତ୍ତମାନେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ରାମଚନ୍ଦ୍ରଙ୍କ ଗୋଟିଏ ହାତ କାଟି ନେଇଛନ୍ତି। ଏଥିରେ ମନ୍ତ୍ରୀ ବ୍ରଦିନାରାୟଣ ପାତ୍ର ଓ ତାଙ୍କ ପୁଅଙ୍କ ହାତ ଥିବା ଅଭିଯୋଗ ହୋଇଥିବା ବେଳେ ମନ୍ତ୍ରୀ ଶ୍ରୀ ପାତ୍ର ଏହାକୁ ଖଣ୍ଡନ କରିଛନ୍ତି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରି ୫ ଜଣଙ୍କୁ ଗିରଫ କରିଛି।

ପୂରା ଘଟଣା ଏମିତି। ଗତକାଲି ରାତିରେ ପରିବାର ସହ ରାମଚନ୍ଦ୍ର ଘରେ ଥିଲେ। ଏହି ସମୟରେ ତାଙ୍କୁ ଭେଟିବା ପାଇଁ ୫ରୁ ୬ଜଣ ବ୍ୟକ୍ତି ଆସିଥିଲେ। ସେମାନେ ରାମଚନ୍ଦ୍ରଙ୍କ ସହ ଏକାଠି ବସି ଚାହା ପିଇଥିଲେ। ପରେ ସମସ୍ତେ ବାହାରକୁ ଆସିଥିଲେ। ସେମାନଙ୍କ ସାଥୀରେ ରାମଚନ୍ଦ୍ର ମଧ୍ୟ ଘର ବାହାରକୁ ଯାଇଥିଲେ। ଘରଠାରୁ କେଇ ମିଟର ଦୂରରେ ରାମଚନ୍ଦ୍ରଙ୍କୁ ହଠାତ୍ ସଂଘବଦ୍ଧ ଭାବେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ ହୋଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ଆସିଯିବାରୁ ଦୁର୍ବୃତ୍ତମାନେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ହତ୍ୟାକାରୀମାନେ ଅତି ବୀଭତ୍ସ ଭାବେ ରାମଚନ୍ଦ୍ରଙ୍କ ଦୁଇଟି ହାତ ଓ ଗୋଟିଏ ଗୋଡ଼ କାଟି ଦେଇଥିଲେ। ଏପରିକି ଗୋଟିଏ କଟା ହାତ ଧରି ପଳାଇ ଯାଇଥିଲେ। ପରିବାର ଲୋକେ ରାମଚନ୍ଦ୍ରଙ୍କୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲ୍‌କୁ ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା।

ରାମଚନ୍ଦ୍ରଙ୍କ ହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଖେଳି ଯାଇଛି। ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ ଦାବିରେ ତାଙ୍କ ସମର୍ଥକ ଓ ଅଞ୍ଚଳବାସୀ ରାସ୍ତାକୁ ଓହ୍ଲାଇଥିଲେ। ଦୀର୍ଘ ସମୟ ଧରି ଅଚଳ ହୋଇଯାଇଥିଲା ୨୦ ନମ୍ବର ଜାତୀୟ ରାଜପଥ।

ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ସହ ଏହି ହତ୍ୟାକାଣ୍ଡକୁ ଗୁରୁତ୍ୱର ସହ ନେଇଥିବା କହିଛି। ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୁଲିସ ୫ ଜଣଙ୍କୁ ଗିରଫ କରିଛି। ଅଧିକ ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଛି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି।

ଏବେ ପ୍ରଶ୍ନ ଉଠୁଛି ରାମଚନ୍ଦ୍ରଙ୍କୁ କାହିଁକି ଓ କିଏ ହତ୍ୟା କଲା?

୨୦୧୪ ମସିହାରେ ରାମଚନ୍ଦ୍ର ଘସିପୁରାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ହାରିଥିଲେ। ସେବେଠାରୁ ସେ ସ୍ୱାସ୍ଥ୍ୟଗତ କାରଣରୁ ରାଜନୀତିରେ ଆଉ ସକ୍ରିୟ ନଥିଲେ। ହେଲେ ଏଥର ନିର୍ବାଚନରେ ସେ ବିଜେଡିରେ ଯୋଗଦେବାକୁ ମନସ୍ଥ କରିଥିଲେ। ଆଜି ବଡ଼ପତନାରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଆୟୋଜନରେ ସେ ଲାଗିଥିଲେ। ହେଲେ ମିଶ୍ରଣ ପର୍ବର କେଇ ଘଣ୍ଟା ପୂର୍ବରୁ ଜଘନ୍ୟ ହତ୍ୟାର ଶିକାର ହୋଇଥିଲେ।

ରାମଚନ୍ଦ୍ରଙ୍କ ହତ୍ୟା ମାମଲା ଏବେ ରାଜନୀତିକ ରଙ୍ଗ ନେବାରେ ଲାଗିଛି। ତାଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ତାଙ୍କ ପୁଅମାନେ ଏଭଳି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେବେ ଏପରି ଅଭିଯୋଗକୁ ସଫା ସଫା ଖଣ୍ଡନ କରିଛନ୍ତି ମନ୍ତ୍ରୀ ପାତ୍ର।



from Odisha Reporter https://ift.tt/2WoLqnl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages