ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କୁ ଅପହରଣ ଓ ଧର୍ମାନ୍ତରୀକରଣ ନେଇ ବର୍ଷିଲେ ସୁଷମା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 24, 2019

ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କୁ ଅପହରଣ ଓ ଧର୍ମାନ୍ତରୀକରଣ ନେଇ ବର୍ଷିଲେ ସୁଷମା

SushmaSwaraj

ନୂଆଦିଲ୍ଲୀ: ୨ ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ଜୋର କରି ଧାର୍ମନ୍ତରୀକରଣ ଏବଂ ବିବାହ ଘଟଣାକୁ ନେଇ ରବିବାର ବର୍ଷିଛନ୍ତି ସୁଷମା ସ୍ୱରାଜ। ଏହି ପ୍ରସଙ୍ଗରେ ସୁଷମା ଏବଂ ପାକିସ୍ତାନର ସୂଚନା ମନ୍ତ୍ରୀ ଫୱାଦ୍ ଚୌଧୁରୀ ଟ୍ୱିଟରରେ ଶବ୍ଦ ଯୁଦ୍ଧ ମଧ୍ୟ ଆରମ୍ଭ କରିଥିଲେ। ସୁଷମା ଏହି ଘଟଣା ନେଇ ଭାରତୀୟ ହାଇକମିଶନ୍‌ଙ୍କୁ ରିପୋର୍ଟ ମାଗିଥିଲେ।

ସେ ଚୌଧୁରୀଙ୍କ ଏକ ଟ୍ୱିଟ୍‌ର ଉତ୍ତର ରଖି କହିଥିଲେ, ମୁଁ କେବଳ ପାକିସ୍ତାନରେ ଅବସ୍ଥାପିତ ହାଇ କମିଶନରଙ୍କୁ ଏହି ଅପହରଣ ଏବଂ ଜୋର କରି ଧର୍ମାନ୍ତରୀକରଣ ନେଇ ରିପୋର୍ଟ ମାଗିଥିଲି। ଏତିକି କ’ଣ ଭୟଭୀତ କରିବା ପାଇଁ ଯଥେଷ୍ଟ ହେଇଗଲା। ଏଥିରୁ ଜଣାପଡ଼ୁଛି ଆପଣ ନିଜକୁ ଦୋଷୀ ଦୋଷୀ ଅନୁଭବ କରୁଛନ୍ତି।

ଏହାର ଉତ୍ତରରେ ଫୱାଦ କହିଥିଲେ, ଏହା ପାକିସ୍ତାନର ଅନ୍ତରୀଣ ମାମଲା। ଏହା ମୋଦିଙ୍କ ଭାରତ ନୁହେଁ, ଏହା ଇମ୍ରାନଙ୍କ ନୂଆ ପାକିସ୍ତାନ। ଆମ ପତାକାର ଧଳା ଅଂଶ ସଂଖ୍ୟାଲଘୁ। ଆମକୁ ସମ୍ପୂର୍ଣ୍ଣ ପତାକା ପ୍ରିୟ। ଆଶା କରିବି ଆପଣ ମଧ୍ୟ ଭାରତୀୟ ସଂଖ୍ୟାଲଘୁଙ୍କର ଦାୟିତ୍ୱ ସମାନ ଭାବରେ ନେବେ।

ଶନିବାର ଫୱାଦ କହିଥିଲେ, ତାଙ୍କ ସରକାର ଏହି ମାମଲାରେ ରିପୋର୍ଟ ମାଗିଛନ୍ତି। ଏହା ପୂର୍ବରୁ ପାକିସ୍ତାନରେ ହିନ୍ଦୁଗୋଷ୍ଠୀ ବୃହତ ଆକାରରେ ବିକ୍ଷୋଭ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ସେମାନେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଇମ୍ରାନ ଖାନ୍‌ଙ୍କ ତାଙ୍କ ପ୍ରତିଶ୍ରୁତି ମନେ ପକାଇଦେଇଥିଲେ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ସିନ୍ଧ ପ୍ରଦେଶର ଘୋଟ୍‌କି ଜିଲ୍ଲାର ରବୀନା ଏବଂ ରୀନାଙ୍କୁ ତାଙ୍କ ଘର ନିକଟରୁ ଏକ ଗୋଷ୍ଠୀ ଉଠାଇ ନେବା ଅଭିଯୋଗ ହୋଇଛି। ଏହା ପରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ଜଣେ ମୌଲବୀ ଏହି ଦୁଇ ନାବାଳିକାଙ୍କ ବାହାଘର କରାଉଥିଲା।



from Odisha Reporter https://ift.tt/2Fj95OY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages