
କୋଲକାତା: ସନରାଇଜର୍ସ ହାଇଦ୍ରାବାଦର ପୂର୍ବତନ ଅଧିନାୟକ ଡେଭିଡ ୱାର୍ଣ୍ଣର ଆଇପିଏଲର ଦ୍ୱାଦଶ ସଂସ୍କରଣରେ ଦମଦାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ କୋଲକାତା ନାଇଟ ରାଇଡର୍ସ (କେକେଆର) ବିପକ୍ଷ ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ମାରିଛନ୍ତି। ଆଇପିଏଲରେ ଏହା ତାଙ୍କର ୩୭ତମ ଅର୍ଦ୍ଧଶତକ ଥିଲା। ଏଥିସହ ସେ ଏହି ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଅର୍ଦ୍ଧଶତକ ମାରିବାରେ ରେକର୍ଡ କରିଛନ୍ତି।
ଏହା ପୂର୍ବରୁ ସର୍ବାଧିକ ଅର୍ଦ୍ଧଶତକ ମାରିବା ମାମଲାରେ ଗୌତମ ଗମ୍ଭୀର ଓ ୱାର୍ଣ୍ଣର ଯୁଗ୍ମ ଭାବେ ପ୍ରଥମ ସ୍ଥାନରେ ଥିଲେ। ଗମ୍ଭୀର କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ତେଣୁ ୱାର୍ଣ୍ଣରଙ୍କ ପାଖରେ ଏହି ରେକର୍ଡକୁ ଭାଙ୍ଗିବାର ସୁଯୋଗ ଥିଲା। ସେ କେକେଆର ବିପକ୍ଷ ମ୍ୟାଚର ନବମ ଓଭରରେ ଆନ୍ଦ୍ରେ ରସେଲଙ୍କୁ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏଥିପାଇଁ ସେ ୩୧ ବଲର ସହାୟତା ନେଇଥିଲେ। ତେବେ ୱାର୍ଣ୍ଣର ଏହି ମ୍ୟାଚରେ ଶତକ ମାରିବାରେ ବିଫଳ ହୋଇଛନ୍ତି ।
from Odisha Reporter https://ift.tt/2YcUD3M
No comments:
Post a Comment