ଅଭିନନ୍ଦନଙ୍କୁ ଛାଡ଼ିବାକୁ କାହିଁକି ରାଜି ହେଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 1, 2019

ଅଭିନନ୍ଦନଙ୍କୁ ଛାଡ଼ିବାକୁ କାହିଁକି ରାଜି ହେଲା ପାକିସ୍ତାନ

ଶ୍ରୀନଗର: ପାକିସ୍ତାନରେ ବନ୍ଦୀ ଭାବେ ଦୀର୍ଘ ୫୪ ଘଣ୍ଟା ବିତାଇବା ପରେ ଭାରତୀୟ ବୀର ପାଇଲଟ୍‌ ଅଭିନନ୍ଦନ ବର୍ତମାନ ଶେଷରେ ସ୍ୱଦେଶ ଫେରିଛନ୍ତି। ସେ ପାଖାପାଖି ୪.୪୫ରେ ସୀମାରେ ପହଞ୍ଚିବା ପରେ ସେଠାରେ ଦୀର୍ଘ ଘଣ୍ଟା କାଳ ତାଙ୍କର ମେଡିକାଲ୍‌ ଚେକ୍‌ ଅପ୍‌ ହୋଇଥିଲା। ଏହାପରେ ସେ ଭାରତ ମାଟିରେ ପାଦ ଦେଇଥିଲେ।

କିନ୍ତୁ ଶତ୍ରୁ ଦେଶରେ ୫୪ ଘଣ୍ଟା ବିତାଇବା ବୋଧେ ପାଇଲଟ୍‌ ଅଭିନନ୍ଦନଙ୍କ ପାଇଁ ସହଜ ନଥିଲା। ବୀର ଅଭିନନ୍ଦନଙ୍କ ସାହସ ଓ ଭାରତର ପରାକ୍ରମ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି। ଭାରତ କେମିତି ପାଇଲଟଙ୍କୁ ଛାଡ଼ିବା ପାଇଁ ପାକିସ୍ତାନକୁ ବାଧ୍ୟ କଲା ଏବଂ ପାକିସ୍ତାନ କେମିତି ରାଜି ହେଲା ଆସନ୍ତୁ ଜାଣିବା।

୧୪ ଫେବୃଆରୀ ପୁଲୱାମା ହମ୍‌ଲା ପରେ ୨୬ ଫେବୃଆରୀରେ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲକୋଟ୍‌ରେ ଏୟାର୍ ଷ୍ଟ୍ରାଇକ୍‌ କରାଯାଇଥିଲା। ଭାରତର ଏୟାର୍ ଷ୍ଟ୍ରାଇକ୍‌ରେ ବିଚଳିତ ପାକିସ୍ତାନ ତା’ ପରଦିନ ହିଁ ଏହାର ଜବାବ ଦେବାକୁ ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିଥିଲା।

୨୭ ଫେବୃଆରୀ ଦିନ ପ୍ରାୟ ୧୦ଟା ବେଳେ ଭାରତୀୟ ସୀମାରେ ପ୍ରବେଶ କରିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ୍‌-୧୬କୁ ବୀର ପାଇଲଟ୍‌ ଅଭିନନ୍ଦନ ମିଗ୍‌-୨୧ ଜରିଆରେ ଜବାବ ଦେଇଥିଲେ। ସେ ପୁରୁଣା ମିଗ୍‌-୨୧ ଜରିଆରେ ନିଜର ପରାକ୍ରମ ଦେଖାଇ ପାକ୍‌ର ଅତ୍ୟାଧୁନିକ ଏଫ୍‌-୧୬ ଜେଟକୁ ଗୁଳି କରି ଖସାଇ ଦେଇଥିଲେ।

ତେବେ ଆକାଶ ପଥରେ ହୋଇଥିବା ଏହି ଲଢ଼େଇ ବେଳେ ଅଭିନନ୍ଦନଙ୍କ ମିଗ୍-୨୧ରେ ମଧ୍ୟ ଗୁଳି ବାଜିଥିଲା। ଦୁର୍ଭାଗ୍ୟବଶତଃ ସେ ପିଓକେରେ ଆକାଶ ଛତା ଦ୍ୱାରା ଅବତରଣ କରିବାକୁ ବାଧ୍ୟ ହୋଇଥିଲେ। ଗିରଫ ହେବା ପୂର୍ବରୁ ସେ ଲଢ଼େଇ କରି ଶତ୍ରୁ ପକ୍ଷ ହାତରେ ଯେମିତି ଗୁରୁତ୍ୱପୂର୍ଣ୍ଣ ମ୍ୟାପ୍‌ କିମ୍ବା ଦସ୍ତାବିଜ୍‌ ନ ଲାଗିବ ତାହା ନିଶ୍ଚିତ କରିଥିଲେ। ସେ କିଛି କାଗଜ ଗିଳି ଦେବା ସହ ଆଉ କିଛି କାଗଜକୁ ପାଣିରେ ନଷ୍ଟ କରି ଦେଇଥିଲେ। ଏହି ଘଟଣା ପରେ ପାକ୍‌ ସେନା ଏକ ଭିଡିଓ ଜାରି କରି ଅଭିନନ୍ଦନ ତାଙ୍କ କବଜାରେ ଥିବା କଥା ଦାବି କରିଥିଲା। ପାକିସ୍ତାନ ସେନା ଆଗରେ ପାଇଲଟ୍‌ ଅଭିନନ୍ଦନ ମୁଣ୍ଡ ନୁଆଁଇ ନଥିଲେ ବରଂ ସେ ବୀରତ୍ୱର ପରିଚୟ ଦେଇ ପାକିସ୍ତାନ ଯେତେ ଗୁପ୍ତ ତଥ୍ୟ ନେବାକୁ ପ୍ରଶ୍ନ କରିଥିଲା, ତା’ର ଉତ୍ତର ଦେବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲେ।

ପାକିସ୍ତାନ ଏହାପରେ ଡରିବା ଆରମ୍ଭ କରିଥିଲା। ଉରି ଓ ପୁଲୱାମା ପରେ ଭାରତ ପାକିସ୍ତାନରେ ପ୍ରବେଶ କରି ଆକ୍ରମଣ କରିଥିଲା। ଏବେ ନିଜର ପାଇଲଟ୍‌ଙ୍କୁ ଛଡ଼ାଇ ନେବାକୁ କାଳେ ଭାରତ ଆଉ ଥରେ ଷ୍ଟ୍ରାଇକ୍‌ କରିବ, ସେକଥା ଭାବି ପାକିସ୍ତାନ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା।

ଏକଥା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଭାରତ ଯେଉଁ ଭଳି ଆଭିମୁଖ୍ୟ ଦେଖାଉଥିଲା ମୁଁ ରାତିରେ ଶୋଇ ପାରୁ ନଥିଲି। କାରଣ କାଳେ ଭାରତ ରାତିରେ ମିସାଇଲ୍‌ ମାଡ଼ କରିଦେବ ସେ ଆଶଙ୍କା ତାଙ୍କର ଥିଲା। ଇମ୍ରାନ୍‌ ଖାନ୍‌ଙ୍କ ଏହି ବୟାନ ହିଁ ପାକିସ୍ତାନର ଶାସକବର୍ଗ କେମିତି ଭୟଭୀତ ଥିଲେ, ତାହା ସ୍ପଷ୍ଟ କରୁଛି।

ଉରି ଆକ୍ରମଣ ପରେ ଭାରତ କରିଥିବା ସର୍ଜିକାଲ ଷ୍ଟ୍ରାଇକ୍‌ ପାକିସ୍ତାନ ଦେଖି ସାରିଥିଲା। ପୁଲୱାମା ହମ୍‌ଲା ପରେ ସାରା ଦେଶରେ ପ୍ରତିଶୋଧର ନିଆଁ ଜଳୁଥିବା ଦେଖି ରାୱଲପିଣ୍ଡିରେ ବସିଥିବା ପାକ୍‌ ଜେନେରାଲ୍‌ ମଧ୍ୟ ଏକଥା ଜାଣି ସାରିଥିଲେ ଯେ “ୟେ ନୟା ଭାରତ ହୈ, ଜୋ ଦୁଶମନ କେ ଘର ମୈ ଘୁସେଗା ବି ଅର୍‌ ମାରେଗା ଭି”। ଗୋଟିଏ ପଟେ ଭାରତ ପାକିସ୍ତାନକୁ ପାନେ ଦେବାକୁ ଯୋଜନା କରୁଥିବା ବେଳେ ଅନ୍ୟ ପଟେ ପୂରା ବିଶ୍ୱ ଆତଙ୍କବାଦ ବିରୋଧରେ ମୋଦି ସରକାରଙ୍କ ସାଥ ଦେବା ଆରମ୍ଭ କରିଥିଲା। ଦୁନିଆର ସବୁ ମହାଶକ୍ତି ଏକାଠି ହେଉଥିବା ବେଳେ ଭାରତୀୟ ବାୟୁସେନା ପୁଲୱାମା ବଦଲା ନେବାକୁ ପାକିସ୍ତାନରେ ଥିବା ଆତଙ୍କବାଦୀ ଠିକଣାରେ ହମ୍‌ଲା କରିଥିଲା। ଏପରି ସ୍ଥିତିରେ ପ୍ରଥମେ ପ୍ରତିଶୋଧ କଥା କହୁଥିବା ପାକିସ୍ତାନ ପରେ ବାଧ୍ୟ ହୋଇ ଶାନ୍ତି କାମନା କରୁଥିବା କହିଥିଲା।

ପାଇଲଟ୍‌ଙ୍କୁ ଗିରଫ କରି ଦମ୍ଭ ଦେଖାଉଥିବା ପାକିସ୍ତାନ ମାତ୍ର ୩୦ ଘଣ୍ଟା ଭିତରେ ତାଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଲା। କାରଣ ଆଶଙ୍କା ଥିଲା, ଭାରତ ଦରକାର ପଡ଼ିଲେ ପୁଣିଥରେ ପାକିସ୍ତାନରେ ପଶିଯିବ। ସେହିପରି ବିଶ୍ୱ ସମୁଦାୟ ମଧ୍ୟ ଏହି ପ୍ରସଙ୍ଗରେ ଭାରତର ସାଥ ଦେଉଥିବାରୁ, ପାକିସ୍ତାନର ସବୁ କାରନାମା ଧରାପଡ଼ିଯିବାର ସମ୍ଭାବନା ଥିଲା। ଉପରେ ମୁହଁଟାଣ ଦେଖାଉଥିବା ପାକିସ୍ତାନ ଏହି କାରଣରୁ ପାଇଲଟ୍‌ଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତୁରନ୍ତ ସଂସଦର ମିଳିତ ଅଧିବେଶନରେ ପାଇଲଟ୍‌ ଅଭିନନ୍ଦନଙ୍କୁ ଛାଡ଼ିବା କଥା ଘୋଷଣା କଲେ।



from Odisha Reporter https://ift.tt/2IUGJQ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages