ମୂଷା ଚୋରି କଲା ହୀରା କାନଫୁଲ, ଦୋକାନୀ କହିଲେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ମୂଷା ଚୋରି କଲା ହୀରା କାନଫୁଲ, ଦୋକାନୀ କହିଲେ…

ପାଟନା: ସାଧାରଣତଃ ଚୋରି ହେଲେ ଥାନାରେ ଅଭିଯୋଗ ହୁଏ। ପୁଲିସ ଚୋରକୁ ଖୋଜି ବାହାର କରିବା ସହ ଚୋରି ସାମଗ୍ରୀକୁ ବି ଉଦ୍ଧାର କରିଥାଏ।  ହେଲେ ଚୋର ଯଦି ଏକ ମୂଷା ହୋଇଥାଏ, ତାହା ହେଲେ କଣ କରିବେ। ଏପରି ଏକ ଘଟଣା ଘଟିଛି ବିହାରର ରାଜଧାନୀ ପାଟନାରେ।

ପାଟନାର ଜଣେ ଗହଣା ବ୍ୟବସାୟୀଙ୍କ ଶୋରୁମ୍‌ରୁ ଗତ ଶିବ ରାତ୍ରୀ ରାତିରେ ଏକ ଦାମିକିଆ ହୀରା କାନଫୁଲ ଚୋରି ହୋଇ ଯାଇଥିଲା। ପର ଦିନ ସକାଳେ ଶୋରୁମ ଖୋଲିବା ପରେ ଦୋକାନ ମାଲିକ ଏହା ଜାଣିପାରିଥିଲେ। ଏହାପରେ ସେ ଘଟଣାର ଖୋଳତାଡ ଆରମ୍ଭ କରି ଦେଇଥିଲେ।

ପ୍ରଥମେ ସେ ନିଜ ଦୋକାନ କର୍ମଚାରୀଙ୍କୁ ଚୋରି ବିଷୟରେ ପଚାରିଥିଲେ। ହେଲେ ସେମାନେ ଏ ସମ୍ପର୍କରେ କିଛି ଜାଣି ନ ଥିବା କହିଥିଲେ। ଏହାପରେ ସେ ଦୋକାନର ସିସି ଟିଭି ଫୁଟେଜ ଚେକ୍‌ କରିଥିଲେ। ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ରାତିରେ ଦୋକାନରେ ବୁଲୁଥିବା ଏକ ମୁଷା କାନଫୁଲଟିକୁ ନେଇ ପଳାଉଥିବା ସିସି ଟିଭି ଫୁଟେଜରେ ଦେଖିବାକୁ ମିଳିଥିଲା।

ମୂଷାଟି କାନଫୁଲ ନେଇ ଦୋକାନର ଏକ କୋଣକୁ ପଳାଇ ଲୁଚିଥିବା ସେମାନେ ଦେଖିବାକୁ ପାଇଲେ। ହେଲେ ଯେତେ ଖୋଜାଖୋଜି କଲେବି  ଚୋରି ଜିନିଷର କୌଣସି ସନ୍ଧାନ ପାଇପାରିଲେ ନାହିଁ। ଦୋକାନ ମାଲିକ କିନ୍ତୁ ଏହି ଘଟଣା ନେଇ ମୂଷା ଉପରେ କୌଣସି ରାଗ ରଖି ନ ଥିଲେ। ଅନ୍ୟମାନେ ତାଙ୍କୁ ମୂଷା ଧରିବାକୁ କହିବାରୁ ସେ ବାଢିଲେ ଅଜବ ଯୁକ୍ତି।

ତାଙ୍କ ଯୁକ୍ତି ଅନୁଯାୟୀ, ମୂଷା ହେଉଛି ଗଣେଶଙ୍କ ବାହନ। ଏହାଛଡ଼ା ଉକ୍ତ କାନଫୁଲ ଶିବ ରାତ୍ରୀରେ ହିଁ ଚୋରି ହୋଇଥିଲା। ତେଣୁ ଗଣେଶ ତାଙ୍କ ମା ’ଙ୍କୁ ଏହି କାନଫୁଲଟିକୁ ଉପହାର ଦେଇଥିବା ସେ ବିଶ୍ୱାସ କରୁଛନ୍ତି। ସେ ଏନେଇ ଥାନାରେ ମଧ୍ୟ କୌଣସି ଅଭିଯୋଗ କରିନାହାନ୍ତି।



from Odisha Reporter https://ift.tt/2TEv5Nw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages