ଭାରତକୁ ବଦନାମ କରିବାକୁ ପାକ୍‌ର ନୂଆ ଚାଲ୍‌: ପୁରୁଣାକୁ ନୂଆ କହି ଭିଡିଓ ଜାରି କଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଭାରତକୁ ବଦନାମ କରିବାକୁ ପାକ୍‌ର ନୂଆ ଚାଲ୍‌: ପୁରୁଣାକୁ ନୂଆ କହି ଭିଡିଓ ଜାରି କଲା

ଇସ୍‌ଲାମାବାଦ: ଭାରତକୁ ବିଶ୍ୱ ଦରବାରରେ ବଦନାମ କରିବାକୁ ପାକିସ୍ତାନ ମିଥ୍ୟା ପ୍ରଚାର ଆରମ୍ଭ କରିଛି। ଆକାଶ ପଥରେ ଭାରତରେ ପ୍ରବେଶ କରି ବିଫଳ ହୋଇଥିବା ପାକିସ୍ତାନ ଏବେ ଭାରତ ଜଳ ସୀମା ଉଲଙ୍ଘନ କରିଥିବା ଅଭିଯୋଗ କରିଛି।

ଖାଲି ସେତିକି ନୁହେଁ, ଭାରତ ବୁଡ଼ାଜାହାଜ ମାଧ୍ୟମରେ ପାକିସ୍ତାନ ଜଳ ଭାଗରେ ପ୍ରବେଶ କରିଥିଲା ଏବଂ ଏହାକୁ ପାକ ସେନା ଘଉଡ଼ାଇ ଦେଇଥିବା ମଧ୍ୟ ଇସ୍‌ଲାମାବାଦ କହିଛି।

ଏ ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ ପାକ୍‌ ସରକାର ରିଲିଜ୍‌ କରିଛନ୍ତି। ତେବେ ୨୦୧୬ର ଏକ ଭିଡିଓକୁ ପାକିସ୍ତାନ ଏବେ ଜାରି କରି ବାହାବା ନେବାକୁ ଯେଉଁ ବୃଥା ପ୍ରୟାସ କରିଛି, ତାହା ପୁଣିଥରେ ଫେଲ ମାରିଛି।

ପାକ୍‌ ନୌସେନାର ମୁଖପାତ୍ର କହିଛନ୍ତି, “ଭାରତୀୟ ବୁଡ଼ାଜାହାଜ ପାକିସ୍ତାନ ଜଳ ସୀମାରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ହେଲେ ଆମ ଦେଶର ନୌସେନା କୌଶଳ ପ୍ରୟୋଗ କରି ଏହି ଉଦ୍ୟମକୁ ଭଣ୍ଡୁର କରିଦେଇଥିଲେ। ତେବେ ପାକିସ୍ତାନର ଶାନ୍ତି ସ୍ଥାପନ ଦୃଷ୍ଟିକୋଣ ଯୋଗୁ ବୁଡ଼ାଜାହାଜକୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନଥିଲା।’’

ପାକିସ୍ତାନ ରିଲିଜ୍‌ କରିଥିବା ଭିଡିଓ ଆକାଶ ମାର୍ଗରୁ ଉଠା ଯାଇଛି। ଏଥିରେ ବୁଡ଼ା ଜାହାଜର କେବଳ ଉପରି ଭାଗ ଦେଖାଯାଉଛି।

ପାକିସ୍ତାନର ଏହି ଭିଡିଓକୁ ଭାରତୀୟ ପ୍ରତିରକ୍ଷା ବିଭାଗ ତର୍ଜମା କରୁଛି। ତେବେ ପ୍ରାଥମିକ ତଦନ୍ତରୁ ଏହି ଭିଡିଓଟି ୨୦୧୬ର ବୋଲି ଜଣାପଡ଼ିଛି। ଏବେ ଏହି ଭିଡିଓକୁ ପାକିସ୍ତାନ ନିଜର ପ୍ରଚାର ପାଇଁ ଜାରି କରିଥିବା ଜଣାପଡ଼ିଛି।

ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏହାପରେ ଭାରତୀୟ ବାୟୁସେନା ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ପାକିସ୍ତାନ ରାଗରେ ରକ୍ତଚାଉଳ ଚୋବାଇବା ଆରମ୍ଭ କରିଛି।

ବିଶ୍ୱ ଚାପରେ ଗୋଟିଏ ପଟେ ଶାନ୍ତି କଥା କହୁଥିବା ପାକିସ୍ତାନ ଅନ୍ୟପଟେ ଭାରତକୁ ବଦନାମ କରିବାକୁ ମିଛ ଭିଡିଓର ଆଶ୍ରୟ ନେବାକୁ ଚେଷ୍ଟା କରୁଛି।

କିଛି ଦିନ ତଳେ ପାକିସ୍ତାନ ସେନା ଭାରତର ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଥିଲା। ଏଥିସହ ଭିଡିଓ ମଧ୍ୟ ଜାରି କରିଥିଲା। ହେଲେ ଏହା ପୁରୁଣା ଭିଡିଓ ବୋଲି ପ୍ରମାଣିତ ହୋଇଥିଲା। ଏବେ ମଧ୍ୟ ପାକିସ୍ତାନ ପୁରୁଣା ଭିଡିଓକୁ ଦେଖାଇ ଭାରତ ବିରୋଧରେ ପୁଣି ଚକ୍ରାନ୍ତ ଆରମ୍ଭ କରିଛି।

 

ପାକିସ୍ତାନ ଜାରି କରିଥିବା ଭିଡିଓ



from Odisha Reporter https://ift.tt/2NHDnii

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages