ବିରାଟଙ୍କ ଶତକ ସତ୍ତ୍ୱେ ଭାରତ ୨୫୦ରେ ଅଲ୍‌ଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ବିରାଟଙ୍କ ଶତକ ସତ୍ତ୍ୱେ ଭାରତ ୨୫୦ରେ ଅଲ୍‌ଆଉଟ୍‌

ନାଗପୁର: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟ୍ ଗର୍ଜିଛି। ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିରାଟ ନିଜ କ୍ୟାରିୟରର ୪୦ତମ ଶତକ ହାସଲ କରିଛନ୍ତି। ବିରାଟ (୧୧୬)ଙ୍କ ମାରାଥନ୍ ଇନିଂସ୍ ସତ୍ତ୍ୱେ ଭାରତ ୪୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୫୦ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ଅଷ୍ଟ୍ରେଲିଆକୁ ସିରିଜ୍ ବରାବର କରିବା ପାଇଁ ୨୫୧ ରନର ଆବଶ୍ୟକ ହେଉଛି। ବିରାଟ ୧୨୦ ବଲରେ ୧୦ ଚୌକା ସହ ୧୧୬ ରନ୍ କରିଛନ୍ତି। ଉକ୍ତ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଭାରତର ଦୁଇ ଓପ୍ନର ଶିଖର ଧୱନ୍ ଓ ରୋହିତ ଶର୍ମା ପୁଣିଥରେ ନିରାଶ କରିଥିଲେ। ରୋହିତ ଖାତା ଖୋଲିବାକୁ ସକ୍ଷମ ହୋଇନଥିବା ବେଳେ ତାଙ୍କୁ ମ୍ୟାଚ୍‌ର ପ୍ରଥମ ଓଭରର ଶେଷ ବଲରେ ପ୍ୟାଟ୍ କମିନ୍ସ ଆଉଟ୍ କରିଥିଲେ। ପ୍ରଥମ ଦିନିକିଆରେ ଶୂନରେ ଆଉଟ୍ ହୋଇଥିବା ଧୱନ୍ (୨୧) ମଧ୍ୟ ବେଶୀ ସମୟ କ୍ରିଜରେ ତିଷ୍ଠିପାରି ନଥିଲେ। ତାଙ୍କୁ ଗ୍ଲେନ୍ ମ୍ୟାକ୍ସୱେଲ ଏଲବିଡବ୍ଲ୍ୟୁ କରିଥିଲେ।

ଅମ୍ବାତି ରାୟୁଡୁ (୧୮) ପୁଣି ଥରେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଏହି ସମୟରେ ଅଧିନାୟକ କୋହଲିଙ୍କୁ ଭରପୂର ସହଯୋଗ କରିଥିଲେ ବିଜୟ ଶଙ୍କର। ଦୁହେଁ ମିଶି ଚତୁର୍ଥ ୱିକେଟ୍ ପାଇଁ ୮୧ ରନ୍‌ର ଲଢ଼ୁଆ ପାର୍ଟନରଶିପ୍ କରି ଭାରତକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ବିଜୟ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ କରି ମାତ୍ର ୪୧ ବଲ୍‌ରେ ଦ୍ରୁତ ୪୬ (୫ ଚୌକା, ୧ ଛକା) ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇଥିଲେ। ଏହା ପରେ ଅଷ୍ଟ୍ରେଲୀୟ ସ୍ପିନର୍ ଆଡାମ ଜାମ୍ପା ପ୍ରଥମ ମ୍ୟାଚର ଦୁଇ ହିରୋ କେଦାର ଯାଦବ (୧୧) ଓ ମହେନ୍ଦ୍ର ସିଂହ ଧୋନି (୦)ଙ୍କୁ ଲଗାତାର ଦୁଇଟି ବଲ୍‌ରେ ଆଉଟ୍ କରି ଭାରତକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। କେଦାର କଭରରେ ଫିଲ୍ଡିଂ କରୁଥିବା ଫିଞ୍ଚଙ୍କୁ କ୍ୟାଚ୍ ଦେଇ ବସିଥିବା ବେଳେ ସ୍ଲିପ୍‌ରେ ଉସମାନ୍ ଖୱାଜା ଧୋନିଙ୍କ ମୂଲ୍ୟବାନ୍ କ୍ୟାଚ୍ ନେଇଥିଲେ। ଏହି ସମୟରେ ଘରୋଇ ଦଳର ସ୍କୋର ୬ ୱିକେଟ୍‌ରେ ୧୭୧ ରନ୍‌ ଥିଲା ଏବଂ ସବୁ ଦାୟିତ୍ୱ ବିରାଟଙ୍କ ଉପରକୁ ଚାଲିଆସିଥିଲା।

କିନ୍ତୁ ବିରାଟଙ୍କୁ ରବୀନ୍ଦ୍ର ଜାଡେଜା (୨୧) ପରିସ୍ଥିତି ଅନୁଯାୟୀ ସହାୟତା କରିଥିଲେ। ବିରାଟ ଓ ଜାଡେଜା ସପ୍ତମ ୱିକେଟ୍ ପାଇଁ ୬୭ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। ଜାଡେଜା ଖରାପ ଶଟ୍ ଖେଳି କମିନ୍ସଙ୍କ ଶିକାର ହୋଇଥିଲେ। ବିରାଟ ୧୦୭ ବଲ୍‌ରେ ତାଙ୍କର ୪୦ତମ ଶତକ ମାରିଥିଲେ ହେଁ, ଶେଷ ପର୍ଯ୍ୟନ୍ତ କ୍ରିଜରେ ଛିଡ଼ା ହୋଇପାରି ନଥିଲେ। ଭାରତର ସ୍କୋର ୨୪୮ ଥିବା ବେଳେ ବିରାଟଙ୍କୁ କମିନ୍ସ ପ୍ୟାଭିଲିୟନ୍ ପଠାଇ ଦେଇଥିଲେ। ଏହାପରେ ଭାରତ ଆଉ ୨ ରନ୍ ଯୋଡ଼ି ୨୫୦ ରନ୍‌ରେ ଅଲ ଆଉଟ ହୋଇଯାଇ ଥିଲା। ଅଷ୍ଟ୍ରେଲିଆର ସଫଳ ବୋଲର ଭାବେ କମିନ୍ସ ୨୯ ରନ୍ ଦେଇ ୪ଟି ଓ ଜାମ୍ପା ୨ଟି ୱିକେଟ୍ ନେଇଛନ୍ତି।



from Odisha Reporter https://ift.tt/2H18JQE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages