
ମୁମ୍ବାଇ: ଗତ କିଛି ଦିନ ହେବ ଚର୍ଚ୍ଚାରେ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନ ଏବଂ ସାରା ଅଲ୍ଲୀ ଖାନ୍। ଶୁଣାଯାଏ ଏହି ଲୁକ୍କା ଛୁପ୍ପି ଲଭ୍ ଷ୍ଟୋରୀ ସେବେଠୁ ଆରମ୍ଭ ହେଲା ଯେବେ ସାରା ‘କଫି ୱିଥ୍ କରନ୍’ ଚାଟ୍ ଶୋ’ରେ କାର୍ତ୍ତିକ୍ଙ୍କ ପାଇଁ ଭଲ ପାଇବା ଜାହିର୍ କଲେ। କେବଳ ‘କଫି ୱିଥ୍ କରନ୍’ ଶୋ’ରେ ନୁହେଁ, ଅନକ ଇନ୍ଟରଭ୍ୟୁରେ କାର୍ତ୍ତିକକୁ ସେ ବହୁତ ପସନ୍ଦ କରନ୍ତି ବୋଲି ମଧ୍ୟ ସାରା କହିଛନ୍ତି। ଏବେ ଏହି ଲଭ୍ ଷ୍ଟୋରୀକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ କାର୍ତ୍ତିକ୍ ଏବଂ ସାରାଙ୍କର କିସିଂ ଭିଡିଓ ସାମ୍ନାକୁ ଆସିଛି। ଭିଡ଼ିଓଟି ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।
ଭିଡିଓରେ କାର୍ତ୍ତିକ୍ ସାରାଙ୍କୁ ଆଲିଙ୍ଗନ କରି କିସ୍ କରୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ସାରା ଏକ ଧଳା ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ କାର୍ତ୍ତିକ୍ ଏକ କଳା ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି।
ତେବେ ଭାଇରାଲ୍ ହେଉଥିବା ଭିଡ଼ିଓ ସମ୍ପର୍କରେ କାର୍ତ୍ତିକ୍ଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଇମ୍ତିଆଜ୍ ସାର୍ଙ୍କ ଆଗାମୀ ଫିଲ୍ମରେ କାମ କରୁଛି। ମୁଁ କେଉଁ ଭିଡିଓରେ ଅଛି ସେକଥା ଫିଲ୍ମ ମେକର ମାନେ ଅଧିକ ଭଲ ଭାବେ ଜାଣିଥିବେ। ଭିଡିଓରେ କ’ଣ ସତରେ କାର୍ତ୍ତିକ୍ ଏବଂ ସାରା ଥିଲେ?
ସୂଚନା ଅନୁଯାୟୀ, କାର୍ତ୍ତିକ୍ ଏବଂ ସାରା ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଲଭ୍ ଆଜ କଲ୍’ର ସିକ୍ୱେଲ୍ରେ ଏକାଠି କାମ କରିବାକୁ ଯାଉଛନ୍ତି। ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି।
from Odisha Reporter https://ift.tt/2u8YKjC
No comments:
Post a Comment