
ଇସ୍ଲାମାବାଦ: ଯେଉଁ ଜୈଶ-ଇ-ମହମ୍ମଦ ପାଇଁ ଭାରତ ସହ ପାକିସ୍ତାନ ଯୁଦ୍ଧ କରିବାକୁ ଆଗେଇ ଆସିଥିଲା, ଆଜି ସେହି ସଂଗଠନର ଜଣେ ସଦସ୍ୟ ଇସ୍ଲାମାବାଦର ସବୁ ଗୁମର ଖୋଲି ଦେଇଛନ୍ତି। ମଙ୍ଗଳବାର ଭୋରରୁ ଭାରତ ଏୟାର ଷ୍ଟ୍ରାଇକ୍ କରିଥିଲେ ହେଁ କୌଣସି କ୍ଷୟକ୍ଷତି କରିପାରି ନଥିବା ପାକିସ୍ତାନ ସରକାର କହିଥିଲେ। ହେଲେ ଏବେ ଜୈଶ ସଂଗଠନର ସଦସ୍ୟ ମୌଲାନା ଅମ୍ମର ଭାରତର ଏୟାର ଷ୍ଟ୍ରାଇକ୍ରେ ବାଲାକୋଟ୍ ସ୍ଥିତ ଜୈଶ କ୍ୟାମ୍ପ ଧ୍ୱଂସ ହୋଇଯାଇଥିବା ସ୍ୱୀକାର କରିଛି। ତେବେ ଭାରତର ଷ୍ଟ୍ରାଇକ୍ରେ ମୌଲାନା ଅମ୍ମର ପ୍ରାଣ ହରାଇଥିବା ନେଇ ଯେଉଁ କୁହାଯାଉଥିଲା, ତାହା ମିଛ ସାବ୍ୟସ୍ତ ହୋଇଛି।
ତାହା ସିଦ୍ଦିକ୍ ନାମକ ଜଣେ ସାମ୍ବାଦିକ ଆଜି ଏକ ଅଡିଓ ଟେପ୍ ଟ୍ୱିଟ୍ କରିଛନ୍ତି। ଏଥିରେ ଜୈଶ ସଂଗଠନର ପ୍ରତିଷ୍ଠାତା ମାସୁଦ ଆଝାରର ଭାଇ ମୌଲାନା ଅମ୍ମର ଭାରତର ଏୟାର ଷ୍ଟ୍ରାଇକ୍ ସମ୍ପର୍କରେ ମତ ରଖିଛି। ୧୪ ମିନିଟ୍ ୩୨ ସେକେଣ୍ଡ ଭିଡିଓରେ ମୌଲା ଅମ୍ମର ୧.୫୧ ସେକେଣ୍ଡ ଭାରତ ଓ ଏୟାର ଷ୍ଟ୍ରାଇକ୍ ଉପରେ ମତ ରଖିଛି।
ସେ ଏଥିରେ କହିଛି, “ ଭାରତ ସରକାର ବାଲକୋଟରେ ଥିବା ଜୈଶର ମଦ୍ରାସାକୁ ବୋମା ମାଡ଼ କରି ନଷ୍ଟ କରି ଦେଇଛନ୍ତି। ଭାରତୀୟ ବିମାନ ରାତିରେ ସେଠାରେ ଆକ୍ରମଣ କରିଥିଲା।”
ଏହି ଭିଡିଓରେ ମୌଲାନା ଅମ୍ମର ପାକିସ୍ତାନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି। ସେ କହିଛି, “ପାକିସ୍ତାନ ସରକାର ଭାରତୀୟ ପାଇଲଟ୍ଙ୍କୁ ଛାଡ଼ି କିଛି ଠିକ୍ କରିନାହାନ୍ତି। ଆମେ ପାକ୍ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କେବେ କ୍ଷମା ଦେବୁନି। ପାକିସ୍ତାନୀମାନେ ଆମ ସହ ମିଶି ଜେହାଦୀକୁ ଆଗକୁ ନିଅନ୍ତୁ। ଭାରତ ସରକାର ଯେଉଁ ଆକ୍ରମଣ କରିଛନ୍ତି, ତା’ର ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ।”
ପାକିସ୍ତାନ ସରକାର ଜୈଶ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଭାରତ ବାଲାକୋଟରେ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ୩୫୦ରୁ ଅଧିକ ଆତଙ୍କୀ ନିହତ ହୋଇଥିବା କୁହାଯାଉଛି।
from Odisha Reporter https://ift.tt/2VyemsI
No comments:
Post a Comment