ଏକକାଳୀନ ୫ ବର୍ଷର ‘କଳିଙ୍ଗ ସମ୍ମାନ’ ପ୍ରଦାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଏକକାଳୀନ ୫ ବର୍ଷର ‘କଳିଙ୍ଗ ସମ୍ମାନ’ ପ୍ରଦାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟର ବିଶିଷ୍ଟ ବୈଜ୍ଞାନିକଙ୍କୁ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ‘କଳିଙ୍ଗ ସମ୍ମାନ’ ଆଜି ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏକକାଳୀନ ୫ ବର୍ଷ ପାଇଁ ବିଜେତାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି।
ସଚିବାଳୟର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫ ଜଣ ପ୍ରତିଷ୍ଠିତ ବୈଜ୍ଞାନିକ ଓ ଡାକ୍ତରଙ୍କୁ ୨୦୧୫ରୁ ୨୦୧୯ ମସିହା ପାଇଁ ‘କଳିଙ୍ଗ ସମ୍ମାନ’ ପ୍ରଦାନ କରିଛନ୍ତି।
୨୦୧୫ ମସିହା ପାଇଁ ପଦ୍ମଶ୍ରୀ ଡଃ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଏହି ସମ୍ମାନ ମିଳିଛି। ଡଃ ଜେନା ଏବେ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍‌ ମିନେରାଲ ଆଣ୍ଡ ମେଟେରିଆଲସ୍ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି)ରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ସେହିପରି ୨୦୧୬ ମସିହା ପାଇଁ ଡଃ ଦ୍ୱିଜେଶ କୁମାର ପଣ୍ଡାଙ୍କୁ ଏହି ସମ୍ମାନ ମିଳିଛି। ଡଃ ପଣ୍ଡା ଜଣେ ପ୍ରତିଷ୍ଠିତ ମେଡିସିନ୍ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ସେ ନିୟମିତ ଭାବେ ଓଡ଼ିଆ ଭାଷାରେ ଲୋକପ୍ରିୟ ବିଜ୍ଞାନ ଆର୍ଟିକଲ୍ ଲେଖିଥାନ୍ତି। ଓଡ଼ିଆ ଓ ଇଂରାଜୀ ଭାଷାରେ ମଧ୍ୟ ଅନେକ ବିଜ୍ଞାନ ବହି ଲେଖିଛନ୍ତି।
ସେହିପରି ୨୦୧୭ ମସିହା ପାଇଁ ଡଃ ଜ୍ଞାନଦେବ ମହାରଣାଙ୍କୁ ଏହି ପୁରସ୍କାର ମିଳିଛି। ଜଣେ ପ୍ରତିଷ୍ଠିତ ଫିଜିକ୍ସ ପ୍ରଫେସର ଭାବେ ସେ ଅନେକ ପୁରସ୍କାର ହାସଲ କରିବା ସହ ବିଜ୍ଞାନର ଲୋକପ୍ରିୟତା ବୃଦ୍ଧି ଦିଗରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ସେହିପରି ୨୦୧୮ ମସିହା ପାଇଁ ଡଃ ବୀରେନ୍ଦ୍ର କିଶୋର ଦାସଙ୍କୁ ଏହି ସମ୍ମାନ ମିଳିଛି। ଡଃ ଦାସ ଏବେ ଉକ୍ରଳ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ଭୁବନେଶ୍ୱରରେ ନ୍ୟୁକ୍ଲିୟର ମେଡିସିନର ମୁଖ୍ୟ ତଥା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
ସେହିପରି ୨୦୧୯ ମସିହା ପାଇଁ ଡଃ ନିମାଇଁ ଚରଣ ପଣ୍ଡାଙ୍କୁ ‘କଳିଙ୍ଗ ସମ୍ମାନ’ ମିଳିଛି। ସେ ବାୟୋମେଷ୍ଟ୍ରିକ୍‌ସରେ ପ୍ରଫେସର ତଥା ଶିକ୍ଷାବିତ୍ ଭାବେ ଜଣାଶୁଣା। ସେ କଟକସ୍ଥିତ ଓଡ଼ିଶା ବିଜ୍ଞାନ ପ୍ରଚାର ସମିତିର ସଭାପତି ଭାବେ କାର୍ଯ୍ୟକରୁଛନ୍ତି ଓ ପୂର୍ବରୁ ଏସିବି ମେଡିକାଲ କଲେଜର ପ୍ରିନ୍ସିପାଲ ମଧ୍ୟ ଥିଲେ।

ସୂଚନାଯୋଗ୍ୟ, ୟୁନେସ୍କୋ-କଳିଙ୍ଗ ପୁରସ୍କାର ଶୈଳୀରେ ୨୦୧୦ ମସିହାରୁ କଳିଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବିଜ୍ଞାନର ଲୋକପ୍ରିୟତା ବୃଦ୍ଧି କରୁଥିବାର ରାଜ୍ୟର ବିଶିଷ୍ଟ ବୈଜ୍ଞାନିକ ଓ ଡାକ୍ତରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୨୦୧୪ ମସିହା ପରଠୁ ଏହି ପୁରସ୍କାର କାହାରିକୁ ମିଳିନଥିଲା। ପୁରସ୍କାର ବାବଦରେ ୧ ଲକ୍ଷ ଟଙ୍କା ନଗଦ ଓ ମାନପତ୍ର ପ୍ରଦାନ କରାଯାଇଥାଏ।



from Odisha Reporter https://ift.tt/2GWhyv4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages