ଜେଟ୍‌ ଏୟାରଲାଇନ୍ସ ଉପରେ ରାଗିଗଲେ ମୌନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 21, 2019

ଜେଟ୍‌ ଏୟାରଲାଇନ୍ସ ଉପରେ ରାଗିଗଲେ ମୌନି

ମୁମ୍ବାଇ: ଟେଲିଭିଜନ ତଥା ବଲିଉଡ଼ର ଜଣାଶୁଣା  ଅଭିନେତ୍ରୀ ମୌନି ରଏ ଏୟାରଲାଇନ୍ସ କମ୍ପାନି ଜେଟ୍‌ ଏୟାରେୱେଜ ଉପରେ ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି। ନିକଟରେ ସେ ଜେଟ୍‌ ଏୟାରେୱେଜ ସହିତ ଯାତ୍ରା କରିଥିଲେ । କିନ୍ତୁ ଯାତ୍ରା କରୁଥିବା ସମୟରେ ଆଟେଣ୍ଡେଣ୍ଟଙ୍କ ଖରାପ ବ୍ୟବହାର ପାଇଁ ମୌନି ରାଗିଯାଇଛନ୍ତି। ଏଥିପାଇଁ ସେ ଅଭିଯୋଗ ମଧ୍ୟ କରିଛନ୍ତି।

ମୌନିଙ୍କ କହିବା ଅନୁଯାୟୀ, ଜେଟ୍‌ ଏୟାରେୱେଜର କର୍ମଚାରୀଙ୍କ ବ୍ୟବହାର ଠିକ୍‌ ନୁହେଁ, ଯାତ୍ରୀଙ୍କୁ କିପରି ସମ୍ମାନ ଦିଆଯାଏ ସେଥିପ୍ରତି ତାଙ୍କର କୌଣସି ଜ୍ଞାନ ହିଁ ନାହିଁ।

ମୌନି ଏହି ଘଟଣାକୁ ନେଇ ଟ୍ୱିଟ୍‌ କରି କହିଛନ୍ତି, ‘ବିମାନରେ ଅନେକ ସିଟ ଖାଲିଥିଲା କିନ୍ତୁ ଏହାପରେ ବି ସେମାନେ ମୋତେ ମିଡିଲ୍‌ ସିଟ୍‌ ଦେଇଥିଲେ। ମୋର ଗୋଟିଏ ଅନୁରୋଧ ଏମିତି ଲୋକଙ୍କୁ କାମରେ ରଖନ୍ତୁ ନାହିଁ, ଯେଉଁମାନେ ଯାତ୍ରୀଙ୍କ ଅସୁବିଧା ବୁଝି ପାରନ୍ତି ନାହିଁ ।’

ତେବେ ଏହା ପ୍ରଥମ ଘଟଣା ନୁହେଁ । ଏହାପୂର୍ବରୁ ବି ଅନେକ ସେଲିବ୍ରିଟି ସୋଶାଲ ମିଡିଆରେଏୟାରଲାଇନ୍ସ କମ୍ପାନିକୁ ନେଇ ଏହିଭଳି ଅସନ୍ତୋଷ ବ୍ୟକ୍ତ କରିଥିଲେ।



from Odisha Reporter https://ift.tt/2FiV3Nl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages