
ନୂଆଦିଲ୍ଲୀ: ପ୍ରସିଦ୍ଧ କ୍ରିକେଟ ତାରକା ଗୌତମ ଗମ୍ଭୀର ବିଜେପିରେ ଯୋଗଦେବା ପରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ପୂର୍ବତନ କ୍ରିକେଟର ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ପରୋକ୍ଷରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଏହି ପୂର୍ବତନ କ୍ରିକେଟର ହଠାତ ପାକିସ୍ତାନ ପ୍ରତି ସହାନୁଭୂତି ଦେଖାଇବା ଆରମ୍ଭ କରିଥିଲେ।
ଏହି ପ୍ରସଙ୍ଗରେ ସିଦ୍ଧୁଙ୍କ ନାମ ନନେଇ କହିଥିଲେ, ଆମର ଅନୁଭୂତି ରହିଛି ଯେ ଜଣେ ପୂର୍ବତନ କ୍ରିକେଟର ପାକସ୍ତାନର ସହାନୁଭୂତି ପ୍ରଦର୍ଶକ ହୋଇଯାଇଥିଲେ। ଗମ୍ଭୀର ଅତୀତରେ ସେମିତି କେବେ କରନାହାନ୍ତି।
ଗମ୍ଭୀର ଯୋଗଦେବା ପରେ ରବିଶଙ୍କର ପ୍ରସାଦ ମଧ୍ୟ ଉପସ୍ଥିତ ଥିବା ଏକ ସାମ୍ବାଦିକ ସମ୍ମିଳନୀ ପରେ ଜେଟ୍ଲୀ ଏପରି କହିଥିଲେ। ଗମ୍ଭୀର ଆଜି ଏହି ଯୋଗଦାନ ଅବସରରେ କହିଥିଲେ, ସେ ମୋଦିଙ୍କ ନେତୃତ୍ୱ ପ୍ରତି ଆକୃଷ୍ଟ ହୋଇ ବିଜେପିରେ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, କଂଗ୍ରେସରେ ଯୋଗଦେବା ଆଗରୁ ସିଦ୍ଧୁ ବିଜେପିରେ ଥିଲେ। କିନ୍ତୁ ଶସ୍ତା ଲୋକପ୍ରିୟତା ପାଇଁ ସେ ଭାରତ-ପାକିସ୍ତାନ ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇଆସୁଛନ୍ତି। ସେ ବେଶ୍ କିଛି ଦିନ ଧରି ଭାରତ ବଦଳରେ ପାକିସ୍ତାନକୁ ସୁହାଇବା ଭଳି ମନ୍ତବ୍ୟ ଦେଉଥିବା ଅଭିଯୋଗ ହୋଇଆସୁଛି। ଏପରିକି ସେ ଏଥିପାଇଁ ସୋଶାଲ ମିଡିଆରେ କଡ଼ା ସମାଲୋଚନାର ଶିକାର ମଧ୍ୟ ହୋଇଆସୁଛନ୍ତି। କିନ୍ତୁ ଗମ୍ଭୀରଙ୍କ ରାଷ୍ଟ୍ରବାଦ ବିଜେପିକୁ ବେଶ୍ ଫାଇଦା ଦେବ କୁହାଯାଉଛି।
ଏହାକୁ ଆଖି ଆଗରେ ରଖି ଜେଟ୍ଲୀ କହିଛନ୍ତି, ଆମେ ଜଣେ ପୂର୍ବତନ କ୍ରିକେଟରଙ୍କୁ ନେଇ ଯେଉଁ ଅନୁଭତି ରଖିଛୁ ତାହା ଗମ୍ଭୀରଙ୍କଠାରେ ପରିଲକ୍ଷିତ ହେଉନାହିଁ।
ଗତ କିଛି ଦିନ ତଳେ ହିଁ ସେ ପୁଲ୍ୱାମାର ବଦ୍ଲାରେ କରାଯାଇଥିବା ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ରେ ମୃତକଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେହିଭଳି ପାକିସ୍ତାନ ବାରମ୍ବାର କଶ୍ମୀର ଉପତ୍ୟକା ସମେତ ଦେଶର ବିଭିନ୍ନ ସ୍ଥାନରେ ଅସ୍ଥିରତା ସୃଷ୍ଟି କରାଉଥିଲେ ମଧ୍ୟ ସେ ପ୍ରତିଶୋଧ ବଦଳରେ ଆଲୋଚନା ସପକ୍ଷରେ ମନ୍ତବ୍ୟ ଦେଉଥିବା ତାଙ୍କ ପାଇଁ ଅଡ଼ୁଆ ହେଉଛି।
from Odisha Reporter https://ift.tt/2HGDo6b
No comments:
Post a Comment