ପୋଖରୀରୁ ମିଳିଲା ମୃତ ରାମଚନ୍ଦ୍ରଙ୍କ କଟା ହାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ପୋଖରୀରୁ ମିଳିଲା ମୃତ ରାମଚନ୍ଦ୍ରଙ୍କ କଟା ହାତ

ଆନନ୍ଦପୁର (ମୁନ୍ନା ସିଂ): କେନ୍ଦୁଝର ଜିଲ୍ଲା ଘସିପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ସୋମବାର ରାତିରେ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କର ଦୁଇଟି ହାତ ଓ ଗୋଡ଼ କାଟି ଦେଇଥିଲେ। ଏପରିକି ଗୋଟିଏ ହାତ ସାଥୀରେ ନେଇ ଯାଇଥିଲେ। ଆଜି ପୁଲିସ ସେହି ହାତକୁ ବ୍ରାହ୍ମଣୀଦେବୀ ନିକଟ ପୋଖରୀରୁ ଉଦ୍ଧାର କରିଛି।

ରାମଚନ୍ଦ୍ର ହତ୍ୟା ଘଟଣାର ତଦନ୍ତ ପାଇଁ ୪ଟି ପୁଲିସ ଟିମ୍ ଗଠନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିସାରିଛି। ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ମୃତକ ରାମଚନ୍ଦ୍ର ବେହେରାଙ୍କ ଘରେ ଓ ଧକୋଠା ବଜାରରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଦାବିରେ ଧକୋଠା ବଜାର ବନ୍ଦ ରଖିଛନ୍ତି ବ୍ୟବସାୟୀ।

ସୋମବାର ରାତିରେ ରାମଚନ୍ଦ୍ର ଘରେ ଥିଲେ। ଏହି ସମୟରେ ତାଙ୍କୁ ଭେଟିବା ପାଇଁ ୫/୬ଜଣ ଆସିଥିଲେ। ସମସ୍ତେ ଏକାଠି ବସି ଚା’ ପିଇଥିଲେ। ପରେ ସମସ୍ତେ ଘରୁ ବାହାରକୁ ଆସିଥିଲେ। ସେମାନଙ୍କ ସହିତ ରାମଚନ୍ଦ୍ର ମଧ୍ୟ ବାହାରକୁ ଆସିଥିଲେ। ତେବେ ଘରଠାରୁ ମାତ୍ର କେଇ ମିଟର ଦୂରରେ ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ଖଣ୍ଡା ଓ ଭୁଜାଲିରେ ରାମଚନ୍ଦ୍ରଙ୍କୁ ହତ୍ୟା କରିଥିଲେ।

ଏନ୍‌ଆଇଏ କିମ୍ୱା ସିବିଆଇ ତଦନ୍ତ ଦାବି କଲେ ବୈଜୟନ୍ତ

ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ଘଟଣାରେ NIA କିମ୍ବା CBI ତଦନ୍ତ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଜଣେ ବିଧାୟକ ଆଶୟୀଙ୍କୁ ଖଣ୍ଡ ଖଣ୍ଡ କରି ହାଣି ହତ୍ୟା କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସମ୍ପୃକ୍ତି ଅଭିଯୋଗ ଆସୁଛି। ତେଣୁ ରାଜ୍ୟ ସରକାରଙ୍କ ସଂସ୍ଥା ଦ୍ୱାରା ତଦନ୍ତ ହେବା ଅନୁଚିତ। ରାଜ୍ୟ ସରକାର ତଦନ୍ତ କଲେ ଷଡ଼ଯନ୍ତ୍ରର ଖୁଲାସା ନ ହୋଇ ଲୁଚିଯିବ ବୋଲି ଟ୍ୱିଟ୍‌ କରିଛନ୍ତି ବୈଜୟନ୍ତ ପଣ୍ଡା।



from Odisha Reporter https://ift.tt/2FGuROp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages