
ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଚଳିତ ନିର୍ବାଚନରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଓ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ନବୀନ ଦାଖଲ କରିଥିବା ନାମାଙ୍କନପତ୍ରରେ ତ୍ରୁଟି ଥିବା ଦର୍ଶାଇ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଅଭିଯୋଗ କରିଛନ୍ତି ହିଞ୍ଜିଳିରୁ ଲଢୁଥିବା ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ।
ସେ କହିଛନ୍ତି,“କୋଇଲା ଦୁର୍ନୀତିରେ ସିବିଆଇ ନବୀନଙ୍କୁ ଜେରା କରିଛି। ହେଲେ ସେ ଦାଖଲ କରିଥିବା ପ୍ରାର୍ଥିପତ୍ରରେ ଏନେଇ ତଥ୍ୟ ଦେଇନାହାନ୍ତି। ଏପରିକି ପ୍ରାର୍ଥିପତ୍ରର ଗୋଟିଏ ସ୍ଥାନରେ ନବୀନ ଦସ୍ତଖତ ମଧ୍ୟ କରିନାହାନ୍ତି। ତେଣୁ ନବୀନଙ୍କ ପ୍ରାର୍ଥିପତ୍ର ଖାରଜ କରାଯାଉ ବୋଲି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଦାବି କରିଛି। ଯଦି ଏହା କାଏମ ରହେ, କୋର୍ଟରେ ନିଶ୍ଚିତ ଖାରଜ ହେବ।”
ସେପଟେ ନବୀନଙ୍କ ପ୍ରାର୍ଥିପତ୍ର କାଏମ ରହିଥିବା କହିଛନ୍ତି ରିଟର୍ଣ୍ଣିଂ ଅଫିସର।
from Odisha Reporter https://ift.tt/2UesDh6
No comments:
Post a Comment