
ନୂଆପଡ଼ା(ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲାରେ ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ପାଢ଼ି ବିଜେଡିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହିତ ଛାତ୍ର ନେତା ହେମନ୍ତ କର ଓ ଅନ୍ୟ ବରିଷ୍ଠ ବିଜେଡି ନେତା ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି।
ଗତକାଲି ଏମାନେ ସମସ୍ତେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଏମାନେ ବିଜେପିରେ ମିଶିଥିଲେ।
ପ୍ରସନ୍ନ କହିଛନ୍ତି ଯେ ବିଜେଡିରେ ତାଙ୍କୁ ଅଣଦେଖା କରାଯାଉଥିଲା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାରେ ପ୍ରଭାବିତ ହୋଇ ବିଜେପିରେ ମିଶିଛନ୍ତି।
ସେ ଆହୁରି କହିଛନ୍ତି,“ଆଗାମୀ ଦିନରେ ଜିଲ୍ଲାରେ ବିଜେପିର ଶକ୍ତିକୁ ଆହୁରି ମଜବୁତ କରିବୁ। ସମସ୍ତେ ଏକଜୁଟ୍ ହୋଇ କାମ କରିବୁ।”
from Odisha Reporter https://ift.tt/2C8EiUk
No comments:
Post a Comment