ପ୍ରଡକ୍ସନ୍‌ ହାଉସ୍‌ ଖୋଲିବେ ଆଲିଆ ଭଟ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ପ୍ରଡକ୍ସନ୍‌ ହାଉସ୍‌ ଖୋଲିବେ ଆଲିଆ ଭଟ୍ଟ

ମୁମ୍ବାଇ:  ଖୁବ୍‌ କମ୍‌ ବୟସରେ ବଲିଉଡ ଜଗତରେ ପାଦ ଦେଇ ସଫଳତାର ଗୋଟେ ପରେ ଗୋଟେ ପାହାଚ ଚଢୁଛନ୍ତି ସୁନ୍ଦରୀ ଆଲିଆ ଭଟ୍ଟ । ନିକଟରେ ସେ ଆଉ ଏକ ପାଦ ଆଗକୁ ଯାଉଥିବା ଘୋଷଣା କରିଛନ୍ତି। ତା ଅର୍ଥ ନୁହେଁ ଯେ, ସେ କୌଣସି ନୂଆ ଫିଲ୍ମ ସାଇନ କରୁଛନ୍ତି।  ସେ ଏକ ନୂଆ ପ୍ରଡକ୍ସନ୍‌ ହାଉସ୍‌ ଖୋଲିବାକୁ ଯାଉଛନ୍ତି। ଆଲିଆ ନିକଟରେ ଏକ ସାକ୍ଷାତକାରରେ ନିଜର ଏକ ପ୍ରଡକ୍ସନ୍‌ ହାଉସ୍‌ ଖୋଲିବେ ବୋଲି ଘୋଷଣା କରିଛନ୍ତି। କେବଳ ଘୋଷଣା କରିନାହାନ୍ତି, ପ୍ରଡକ୍ସନ୍‌ ହାଉସ୍‌ର ନାଁ ମଧ୍ୟ ସେ ଦେଇ ସାରିଛନ୍ତି।

ତାଙ୍କ ପ୍ରଡକ୍ସନ୍‌ ହାଉସ୍‌ର ନାଁ ହେଲା ‘ ଇଟରନାଲ ସନ୍‌ସାଇନ୍‌ ପ୍ରଡକ୍ସନ୍‌’ (Eternal Sunshine Productions)। ଆଲିଆ ଏକ ସାକ୍ଷାତକାରରେ କହିଛନ୍ତି ଯେ ‘ମୁଁ ଏକ ପ୍ରଡକ୍ସନ ହାଉସ୍‌ ଆରମ୍ଭ କରିଛି। ଏକ ପ୍ରଡକ୍ସନ ପ୍ଲାନ୍‌ ମଧ୍ୟ କରିଛି। ଏକ ଟିମ୍‌ ଏଥିପାଇଁ କାମ କରୁଛି। ଆଉ ଏବେ ଫିଲ୍ମ ପ୍ରଡ୍ୟୁସ୍‌ କରିବା ପାଇଁ ଆମେ ଖୁବ୍ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛୁ। ସମୟ ଆସିଲେ ଆମେ ଏହାକୁ ସାର୍ବଜନୀନ କରିବୁ। ମୁଁ ସବୁବେଳେ ଏମିତି ଫିଲ୍ମ ତିଆରି କରିବା ପାଇଁ ଚାହିଁବି ଯେଉଥିରେ ମୁଁ ନିଜେ ଅଭିନୟ କରିବାକୁ ପସନ୍ଦ କରିବି’।

ଆଲିଆ ନିକଟରେ ଏକ ନୂଆ ଘର ମଧ୍ୟ କିଣିଛନ୍ତି। ତାକୁ ନେଇ ଆଲିଆ କହିଛନ୍ତି ଯେ, ‘ମୁଁ ନୂଆ ଘର ନେଇଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ମିଛ ଯେ, ମୁଁ ମୋ ପରିବାରଠାରୁ ଦୂରେରେ ରହିବା ପାଇଁ ଚାହୁଁଛି। ମୁଁ ସବୁବେଳେ ମୋର ମା’ ଓ ଭଉଣୀଙ୍କ ସହ ରହିବାକୁ ଚାହୁଁଛି। ଆଉ ମୁଁ ଯେଉଁ ଆପାର୍ଟମେଣ୍ଟ କିଣିଛି, ସେଠି ଅଫିସ୍‌ କରିବା ପାଇଁ ଯୋଜନା କରୁଛି’।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଆଲିଆ ଫିଲ୍ମ ‘ଗଲି ବଏ’ର ସଫଳତା ପରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ (Brahmastra)ରେ ବ୍ୟସ୍ତ ଅଛନ୍ତି। ଗତ ମହାଶିବରାତ୍ରୀ ଅବସରରେ ଏହି ଫିଲ୍ମର ଅଭିନେତା ଅଭିନେତ୍ରୀଙ୍କୁ ପ୍ରୟାଗରାଜ୍‌ରେ ଏକ ଅଲଗା ଢଙ୍ଗରେ ଲଞ୍ଚ କରାଯାଇଥିଲା। ସେହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ଆଲିଆ ଭଟ୍ଟ, ଅଭିନେତା ରଣବୀର କପୁର, ଡିରେକ୍ଟର ଆୟାନ ମୁଖାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

 

 



from Odisha Reporter https://ift.tt/2ERkTt3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages