ଜାଣନ୍ତୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କିଛି ସିକ୍ରେଟ୍‌ ଟିପ୍ସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଜାଣନ୍ତୁ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କିଛି ସିକ୍ରେଟ୍‌ ଟିପ୍ସ୍‌

ରୋଷେଇ ଘରେ ଗୃହିଣୀମାନଙ୍କର ସବୁବେଳେ ଚିନ୍ତା, ସେମାନେ କ‘ଣ ରୋଷେଇ କରିବେ ଆଉ ତାହା କିପରି ସମସ୍ତଙ୍କୁ ପସନ୍ଦ ଆସିବ ଏବଂ ତାହା ସହଜରେ ମଧ୍ୟ ହୋଇ ପାରୁଥିବ । ହେଲେ ଜାଣିନ୍ତି କି ଏମିତି କିଛି କିଚେନ୍‌ ଟିପ୍ସ୍‌ ଅଛି ଯାହା ଦ୍ୱାରା ଆପଣ ରୋଷେଇ ଘର କାମ ସହଜରେ କରିପାରିବେ। ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ୍‌ ଦେବୁ, ଯାହାକୁ ବ୍ୟବହାର କରି ଆପଣ ଶୀଘ୍ର ରୋଷେଇ  କରିପାରିବେ ଏବଂ  ଖାଦ୍ୟକୁ ସ୍ୱାଦିଷ୍ଟ ମଧ୍ୟ କରିପାରିବେ।

ତେବେ ପଢ଼ନ୍ତୁ କିଛି ରୋଷେଇ ଟିପ୍ସ୍‌

୧- ଯଦି ଆପଣ ରାଜ୍‌ମାକୁ ରାତିରେ ଭିଜାଇବାକୁ ଭୁଲି ଯାଇଛନ୍ତି ତାହାଲେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ପ୍ରେସର୍‌ରେ ରାଜ୍‌ମା ସହ ପାଣି ଦେଇ କମ୍‌ ଆଞ୍ଚରେ ଗ୍ୟାସ୍‌ରେ ବସାଇ ୩ଟି ସିଟି ଦିଅନ୍ତୁ। ଆଉ ପ୍ରେସର୍‌ ପୂରା ଥଣ୍ଡା ହେଲା ପରେ ଖୋଲନ୍ତୁ। ଦେଖିବେ ରାଜ୍‌ମା ଭଲରେ ସିଝି ଯାଇଥିବ।

୨- ଆପଣ ହରଡ଼ ଡାଲି କଲାବେଳେ ପାଣିରେ ଲୁଣ ନ ପକାଇ ପରେ ଡାଲି ସିଝି ସାରିଲା ପରେ ପକାନ୍ତୁ। ଏହା କଲେ ଡାଲି ଶିଘ୍ର ସିଝିଯିବ।

୩- ଯଦି ଲେମ୍ବୁ ଅଧିକା ଟାଣ ଅଛି ତାହାଲେ ଲେମ୍ବୁକୁ କିଛି ସମୟ ଗରମ ପାଣିରେ ବୁଡ଼ାଇ ରଖି ଦିଅନ୍ତୁ। ତା ପରେ କାଟନ୍ତୁ। ଅଧିକ ଲେମ୍ବୁ ରସ ବାହାରିବ।

୪- ଚକଟା ଅଟାକୁ ଫ୍ରିଜ୍‌ରେ ରଖିବାକୁ ଚାହୁଁଥିଲେ ଅଟା ଉପରେ ଅଳ୍ପ ଘିଅ ଲଗାଇ ଏକ ଡବାରେ ଭର୍ତ୍ତି କରି ରଖନ୍ତୁ। ଏହା କଲେ ଅଟା ଫ୍ରେସ୍‌ ରହିବ।

୫- ତନ୍ଦୁର, ଚପାତି ଇତ୍ୟାଦି ତିଆରି କରିବା ଆଗରୁ ଅଟା ଚକଟିବା ସମୟରେ ସେଥିରେ ଅଳ୍ପ ଦହି ମିଶାଇ ଉଷୁମ ପାଣିରେ ଚକଟନ୍ତୁ। ଚପାତି ଭଲ ଲାଗିବ।

୬- ଛିଡ଼ି ଯାଇଥିବା କ୍ଷୀରରୁ ଆପଣ ଛେନା ବାହାର କଲା ପରେ ସେହି ପାଣିକୁ ନଫୋପାଡ଼ି ଅଟା ଚକଟିବା ସମୟରେ, ତନ୍ଦୁର ରୋଟି ବା ଚପାତି କରିବା ବେଳେ ବ୍ୟବହାର କରନ୍ତୁ। ଏହା କଲେ ରୁଟି ନରମ ହେବା ସହ ଚପାତି ସ୍ୱାଦିଷ୍ଟ ହୋଇଥାଏ।

୭- ପନିରକୁ ନରମ କରିବାକୁ ଚାହୁଁଥିଲେ ଗରମ ପାଣିରେ ଅଳ୍ପ ଲୁଣ ପକାନ୍ତୁ । ପନିରକୁ ଗରମ ପାଣିରେ ପକାଇ ୧୦ ମିନିଟ୍‌ ରଖି ଦିଅନ୍ତୁ।

୮- ଭାତ କରିବା ସମୟରେ ଫୁଟୁଥିବା ପାଣିରେ ଲେମ୍ବୁ ରସ ପକାନ୍ତୁ। ଏହା କଲେ ଭାତ ସଫା ଦେଖାଯିବା ସହ ଗୋଟା ଗୋଟା ରହିବ।

୯- ପିଆଜ ଫ୍ରାଏ କରିବା ସମୟରେ ସେଥିରେ ଅଳ୍ପ ଚିନି ପକାଇ ଦିଅନ୍ତୁ। ପିଆଜ ଶିଘ୍ର ଫ୍ରାଏ ହୋଇଯିବ।

୧୦- ପିଆଜ କାଟିବା ପୂର୍ବରୁ ତାକୁ କିଛି ସମୟ ଫ୍ରିଜ୍‌ରେ ରଖି  ତା ପରେ କାଟନ୍ତୁ। ଆଖିରୁ ଲୁହ ବାହାରିବ ନାହିଁ।

ଏମିତି କିଛି ଛୋଟ ଛୋଟ ଟିପ୍ସ୍‌ ଜାଣିଥିଲେ ଆପଣ ସହଜରେ ସ୍ୱାଦିଷ୍ଟ  ଖାଦ୍ୟ  ତିଆରି କରିପାରିବେ।



from Odisha Reporter https://ift.tt/2NQsmLO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages