
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପଟିଦାର ସଂପ୍ରଦାୟର ନେତା ହାର୍ଦ୍ଦିକ ପଟେଲ କଂଗ୍ରେସରେ ଯୋଗ ଦେଇ ପାରନ୍ତି। କଂଗ୍ରେସର ଉପର ସ୍ତରରୁ ପାଇଥିବା ସୂଚନା ଆଧାରରେ ନ୍ୟୁଜ୍ ଏଜେନ୍ସୀ ପିଟିଆଇ ଏହି ଖବର ପ୍ରକାଶ କରିଛି। ଏଥିରେ କୁହାଯାଇଛି ଯେ ମାର୍ଚ୍ଚ ୧୨ ତାରିଖରେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ମିଶିପାରନ୍ତି। ସେ ଜାମନଗର ଆସନରୁ ନିର୍ବାଚନ ବି ଲଢ଼ି ପାରନ୍ତି।
ପିଟିଆଇ ସହିତ କଥାବାର୍ତ୍ତା ହେବା ବେଳେ କଂଗ୍ରେସର ଜଣେ ବଡ଼ ନେତା କହିଛନ୍ତି ଯେ ମାର୍ଚ୍ଚ ୧୨ ତାରିଖରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ହାର୍ଦ୍ଦିକ ପଟେଲ ତାଙ୍କ ଦଳରେ ଯୋଗ ଦେବେ।
ମାର୍ଚ୍ଚ ୧୨ ତାରିଖରେ ଅହମଦାବାଦରେ କଂଗ୍ରେସ ୱିର୍କିଂ କମିଟି (ସିଡବ୍ଲ୍ୟୁସି) ବୈଠକ ବସିବ। ଏହି ଅବସରରେ ହାର୍ଦ୍ଦିକ କଂଗ୍ରେସରେ ଯୋଗ ଦେବେ। ସିଡବ୍ଲ୍ୟୁସି ବୈଠକ ପରେ କଂଗ୍ରେସର ବଡ଼ ବଡ଼ ନେତାମାନେ ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ।
କଂଗ୍ରେସ ଏବେ ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦିଙ୍କ ରାଜ୍ୟ ଗୁଜରାଟକୁ ଟାର୍ଗେଟ୍ କରିଛି। ଗତ ବିଧାନସଭା ନିର୍ବାଚନ ବେଳେ ଏଠାରେ ଦଳ ବିଜେପିକୁ କଡ଼ା ଟକ୍କର ଦେଇଥିଲା।
ସୌଜନ୍ୟ-ଏନ୍ଡିଟିଭି
from Odisha Reporter https://odishareporter.in/nation/patidar-leader-hardik-patel-likely-to-join-congress-349005
No comments:
Post a Comment