ସମଲିଙ୍ଗୀ ସମ୍ପର୍କ ଧରାପଡ଼ିଲେ ପଥର ମାରି ମୃତ୍ୟୁ ଦଣ୍ଡ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 29, 2019

ସମଲିଙ୍ଗୀ ସମ୍ପର୍କ ଧରାପଡ଼ିଲେ ପଥର ମାରି ମୃତ୍ୟୁ ଦଣ୍ଡ!

କୁଆଲାଲୁମ୍ପୁର: ପରକୀୟା ଏବଂ ସମଲିଙ୍ଗୀ ଯୌନସମ୍ପର୍କ ଧରାପଡ଼ିଲେ ଦୋଷୀଙ୍କୁ ପଥର ମାଡ଼ରେ ମୃତ୍ୟୁ ଦଣ୍ଡାଦେଶ ଦିଆଯିବ। ଏଭଳି ସାଂଘାତିକ ଘୋଷଣା କରିଛନ୍ତି ବ୍ରୁନେଇ ରାଷ୍ଟ୍ରର କର୍ତ୍ତୃପକ୍ଷ। କଡ଼ା ସମାଲୋଚନା ପରେ ଗତ ୪ ବର୍ଷ ଧରି ବନ୍ଦ ରହିଥିବା ଏହି ଦଣ୍ଡ ବ୍ୟବସ୍ଥା କଠୋର ସରିଆ ଆଇନରେ ରହିଛି ବୋଲି କୁହାଯାଇଛି।

ବ୍ରୁନେଇର ଦୁଇ ପଡ଼ୋଶୀ ରାଷ୍ଟ୍ର ଇଣ୍ଡୋନେସିଆ ଏବଂ ମ୍ୟାଲେସିଆରେ ରକ୍ଷଣଶୀଳ ଓ କଠୋର ମୁସ୍‌ଲିମ୍‌ ଆଇନ ଏତେ ମାତ୍ରାରେ ପାଳନ କରାଯାଏ ନାହିଁ। ପରକୀୟା, ଯୌନ ବ୍ୟଭିଚାର ଏବଂ ସମଲିଙ୍ଗୀ ସମ୍ପର୍କ କ୍ଷେତ୍ରରେ ଏଭଳି କଠୋର ଦଣ୍ଡ ଘୋଷଣା ପରେ ମାନବିକ ଅଧିକାର ଗୋଷ୍ଠୀଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।

ଏହା ପୂର୍ବରୁ ବ୍ରୁନେଇରେ ସମଲିଙ୍ଗୀ ସମ୍ପର୍କକୁ ବେଆଇନ ଘୋଷଣା କରାଯାଇଥିଲା ଏବଂ ବର୍ତ୍ତମାନ ଏହି ‘ଅପରାଧ’ ପାଇଁ ଦଣ୍ଡ ଆହୁରି କଠୋର କରାଯାଇଛି। ଅନ୍ୟପକ୍ଷରେ ଏହି ଦଣ୍ଡ କେବଳ ମୁସ୍‌ଲିମ୍‌ଙ୍କ ପାଇଁ ଲାଗୁ ହେବ।

୨୦୧୩ ମସିହାରେ ବ୍ରୁନେଇ ଏହି ଦଣ୍ଡ ବ୍ୟବସ୍ଥା ବାବଦରେ ଘୋଷଣା କରିଥିଲା। କିନ୍ତୁ ମାନବିକ ଅଧିକାର କର୍ମୀଙ୍କ ବିରୋଧ ପରେ ଅଧିକାରୀମାନେ ଏହାର ତର୍ଜମା କରିଥିଲେ। କିନ୍ତୁ ଶେଷରେ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଏପ୍ରିଲ ୩ରେ ବ୍ରୁନେଇ ସୁଲତାନ୍‌ ହସାନାଲ୍‌ ବୋଲକିଆ ଏହି ବ୍ୟବସ୍ଥା ଲାଗୁ ହେବାର ତାରିଖ ଘୋଷଣା କରିବେ।

ମାନବିକ ଅଧିକାର ସଂଗଠନ ହ୍ୟୁମାନ୍‌ ରାଇଟ୍ସ ୱାଚ୍‌ର ଫିଲ୍‌ ରବର୍ଟସନ୍‌ କହିଛନ୍ତି, ଏହା ଲାଗୁ ହେଲେ ବିଶ୍ୱସ୍ତରରେ ବ୍ରୁନେଇ ଏକଘରକିଆ ହେବାର ସ୍ଥିତି ଉପୁଜିବ, କାରଣ ସମସ୍ତେ ଏହାକୁ ବିରୋଧ କରିବେ। ଏପରି ଦଣ୍ଡ ଲାଗୁ କରିବାରେ ଏହା ସମ୍ଭବତଃ ଏକମାତ୍ର ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ହେବ।



from Odisha Reporter https://ift.tt/2OwBci4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages