ଗୋଟିଏ ହସ୍ପିଟାଲ୍‌ର ୯ ନର୍ସ ଏକକାଳୀନ ଗର୍ଭବତୀ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 28, 2019

ଗୋଟିଏ ହସ୍ପିଟାଲ୍‌ର ୯ ନର୍ସ ଏକକାଳୀନ ଗର୍ଭବତୀ  

ୱାଶିଂଟନ:  ଯୁକ୍ତରାଷ୍ଟ୍ର ଆମେରିକାର ପୋର୍ଟଲ୍ୟାଣ୍ଡ ସହରରେ ଥିବା ମେନ୍‌ ମେଡିକାଲ ସେଣ୍ଟରର ଡେଲିଭରି ୟୁନିଟ୍‌ରେ କାମ କରୁଥିବା ୯ ଜଣ ନର୍ସ ଏକା ସଙ୍ଗେ ଗର୍ଭବତୀ ହୋଇଛନ୍ତି। ଆସନ୍ତା ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ ସେମାନେ ସନ୍ତାନ ପ୍ରସବ କରିବେ।  ଉକ୍ତ ନର୍ସମାନେ ଧାଡ଼ିରେ  ଛିଡ଼ା ହୋଇଥିବାର ଫଟୋ ମେଡିକାଲ କର୍ତ୍ତୃପକ୍ଷ  ନିଜ ଫେସ୍‌ବୁକ୍‌ ପେଜ୍‌ରେ  ପୋଷ୍ଟ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଫଟୋରେ ନର୍ସମାନେ କାର୍ଡ ପକାଇଛନ୍ତି, ଯେଉଁଥିରେ ସେମାନଙ୍କ ଡେଲିଭରି ତାରିଖ ଉଲ୍ଲେଖ ରହିଛି। ଏହି ନର୍ସମାନେ ମେଡିକାଲ ୟୁନିଫର୍ମରେ ଉଠାଇଥିବା ଫଟୋ ସୋଶାଲ ମିଡ଼ିଆରେ ବେଶି ଭାଇରାଲ ହେବାରେ ଲାଗିଛି।

ସେମାନଙ୍କ ପ୍ରତି ମେଡିକାଲ କର୍ତ୍ତୃପକ୍ଷ ଖୁବ୍‌ ଯତ୍ନବାନ ଥିବା ସହ ସେମାନଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଥିବା ମଧ୍ୟ କୁହାଯାଇଛି। ମେଡିକାଲ କର୍ତ୍ତୃପକ୍ଷ ଏହାକୁ ବେବିମାନଙ୍କ ସମାହାର ବୋଲି ସମ୍ୱୋଧନ କରିଛନ୍ତି।  ସମସ୍ତେ ପ୍ରସବକାଳୀନ ଛୁଟିରେ ରହିଲେ, ଯେପରି କାମରେ ବାଧା ନ ଉପୁଜିବ ସେଥିପ୍ରତି ପୂର୍ବ ପ୍ରସ୍ତୁତି ସରିଛି। ଉକ୍ତ ନର୍ସମାନଙ୍କ ସ୍ଥାନରେ ଅନ୍ୟମାନଙ୍କୁ ନିୟୋଜିତ କରାଯିବାକୁ ମେଡିକାଲ ପକ୍ଷରୁ ସ୍ଥିର ହୋଇଛି।

ସମସ୍ତେ ଏକକାଳୀନ ଗର୍ଭବତୀ ହୋଇଥିବାରୁ ଏବଂ ପ୍ରସବ ତାରିଖ ପାଖାପାଖି ଥିବାରୁ ଖୁବ୍‌ ଖୁସି କହିଛନ୍ତି। ସେମାନେ ପରସ୍ପର ପ୍ରତି ଯତ୍ନବାନ ଥିବା ଏବଂ ସହଯୋଗ ମନୋଭାବ ରଖି କାମ କରୁଥିବା କହିଛନ୍ତି। ଉକ୍ତ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ ହେବା ପରେ ବିଭିନ୍ନ ଆଡୁ ଅଭିନନ୍ଦନର ସୁଅ ଛୁଟୁଛି।   ହସ୍ପିଟାଲ ପକ୍ଷରୁ କୁନି ଅତିଥିଙ୍କ ଆଗମନକୁ ଅପେକ୍ଷା କହି ଖୁସି ବ୍ୟକ୍ତ କରାଯାଇଛି।



from Odisha Reporter https://ift.tt/2TGihSM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages