ପୁଲୱାମା ହମ୍‌ଲା ପଛରେ ଜୈଶ ସହ ତାଲିବାନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ପୁଲୱାମା ହମ୍‌ଲା ପଛରେ ଜୈଶ ସହ ତାଲିବାନ!

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ଜମ୍ମୁ-କଶ୍ମୀର ପୁଲୱାମା ଆତଙ୍କବାଦୀ ହମ୍‌ଲାକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପୁଲୱାମା ହମ୍‌ଲା ପଛରେ କେବଳ ପାକିସ୍ତାନରେ ସକ୍ରିୟ ଜୈଶ-ଏ-ମହମ୍ମଦର ହାତ ନାହିଁ।

ଆଫଗାନିସ୍ତାନରେ ସକ୍ରିୟ ଅନ୍ୟତମ କୁଖ୍ୟାତ ଆତଙ୍କୀ ସଂଗଠନ ତାଲିବାନର ହକ୍କାନୀ ନେଟୱର୍କ ମଧ୍ୟ ଏଥିରେ ସାମିଲ ଥିବା ଜଣାପଡ଼ିଛି। ପୁଲୱାମାରେ ହମ୍‌ଲା କରିବାକୁ ଜୈଶ ମୁଖ୍ୟ ମାସୁଦ ଆଝାର ସମସ୍ତ ପ୍ରକାରର ବ୍ଲୁ ପ୍ରିଣ୍ଟ ଗୋଟିଏ ମାସ ପୂର୍ବରୁ ପ୍ରସ୍ତୁତ କରିଥିଲା। ଏହି ଯୋଜନା ସମୟରେ ମାସୁଦ ଆଝାର ତାଲିବାନର ହକ୍କାନୀ ନେଟୱର୍କ ସଦସ୍ୟଙ୍କ ସହ ବୈଠକ କରିଥିଲା।

ଏହି ବୈଠକରେ ଭାରତରେ ଆତ୍ମଘାତୀ ହମ୍‌ଲା କରିବାକୁ ନିଷ୍ପତ୍ତି ହୋଇଥିବା କଥା ଗୁଇନ୍ଦା ସୂତ୍ରରୁ ସାମ୍ନାକୁ ଆସିଛି। ଗୁଇନ୍ଦା ସୂତ୍ର ଅନୁଯାୟୀ, ପାକିସ୍ତାନର ସାମରିକ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ହିଁ ମାସୁଦ ଓ ତାଲିବାନ ମଧ୍ୟରେ ହୋଇଥିବା ବୈଠକରେ ମଧ୍ୟସ୍ଥତା କରିଥିଲା। ପାକିସ୍ତାନର ବାହାବଲପୁର ଠାରେ ଥିବା ଜୈଶର ମୁଖ୍ୟ କ୍ୟାମ୍ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହାପରେ ମାସୁଦ ସମସ୍ତ ଯୋଜନା କରି ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ କେମିତି ଟାର୍ଗେଟ କରାଯିବ, ତା’ର ବିସ୍ତୃତ ରୋଡମ୍ୟାପ୍‌ ପ୍ରସ୍ତୁତ କରିଥିଲା।

ଗୁଇନ୍ଦା ବିଭାଗ ପକ୍ଷରୁ ଆହୁରି କୁହାଯାଇଛି ଯେ ଭାରତ ଏୟାର ଷ୍ଟ୍ରାଇକ୍‌ କରିଥିବା ବାଲାକୋଟ୍‌ ସ୍ଥିତ ଜୈଶ କ୍ୟାମ୍ପରେ ତାଲିବାନ ଆତଙ୍କବାଦୀଙ୍କୁ ମଧ୍ୟ ତାଲିମ ଦିଆଯାଉଥିଲା।

ଏଠାରେ ଜୈଶ ସଦସ୍ୟଙ୍କ ସହ ମିଶି ତାଲିବାନ ଆତଙ୍କବାଦୀମାନେ ସାମରିକ ଟ୍ରେନିଂ ନେଉଥିଲେ। ତେଣୁ ଭାରତର ଏୟାର ଷ୍ଟ୍ରାଇକ୍‌ରେ କେବଳ କ୍ୟାମ୍ପରେ ଥିବା ଜୈଶ ଆତଙ୍କବାଦୀ ନିହତ ହୋଇନାହାନ୍ତି ବରଂ ତାଲିବାନର ହକ୍କାନୀ ନେଟୱର୍କର ସଦସ୍ୟମାନେ ମଧ୍ୟ ପ୍ରାଣ ହରାଇଥିବା ଗୁଇନ୍ଦା ପକ୍ଷରୁ ଆଜି ଭାରତ ସରକାରଙ୍କୁ କୁହାଯାଇଛି।

ଫେବୃଆରୀ ୧୪ରେ ଜୈଶ ଆତଙ୍କବାଦୀ ଆଦିଲ ଅହମ୍ମଦ ଦାର ସିଆରପିଏଫ୍‌ ଯବାନଙ୍କ କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ହମ୍‌ଲା କରିଥିଲା। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲା। ଏହାର ବଦଲା ନେବାକୁ ଭାରତୀୟ ବାୟୁସେନା ପକ୍ଷରୁ ଫେବୃଆରୀ ୨୬ରେ ବାଲାକୋଟ୍‌ ସ୍ଥିତ ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏଥିରେ ପ୍ରାୟ ୨୫୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା କୁହାଯାଉଛି।



from Odisha Reporter https://ift.tt/2HCEFu5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages