ଆଶା ଆଶଙ୍କାରେ ଅଶ୍ୱିନୀ: ଟିକଟ ମିଳିବ ତ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 18, 2019

ଆଶା ଆଶଙ୍କାରେ ଅଶ୍ୱିନୀ: ଟିକଟ ମିଳିବ ତ ?

ଜଳେଶ୍ୱର(ରଶ୍ମୀରଞ୍ଜନ ଦାସ):ଜଳେଶ୍ୱର ନୀର୍ବାଚନ ମଣ୍ଡଳୀ  ଓଡ଼ିଶା ଓ ପଶ୍ଚିମବଙ୍ଗର ସୀମାନ୍ତରେ ଅବସ୍ଥିତ ।  ଉତ୍ତର ବାଲେଶ୍ୱରର ଏକ ବ୍ୟାବସାୟିକ ପ୍ରାଣକେନ୍ଦ୍ର ଜଳେଶ୍ୱର ପଡ଼ୋଶୀ ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲାକୁ ସଂଯୋଗ କରୁଛି। ସୁବର୍ଣ୍ଣରେଖା ନଦୀ ଏହି ନିର୍ବାଚନ ମଣ୍ଡଳୀକୁ ଦୁଇଭାଗ କରିଛି। ଚିରସ୍ରୋତା ସୁବର୍ଣ୍ଣରେଖା କେତେବେଳେ ଏହି ନିର୍ବାଚନ ମଣ୍ଡଳୀ ପାଇଁ ସୁନା ଫଳାଏ ତ ଆଉ କେତେବେଳେ ବନ୍ୟା ଏଠିକା ଲୋକଙ୍କୁ ନିଃସ୍ୱ କରିଦିଏ । ସୁବର୍ଣ୍ଣରେଖା ନଦୀର ପୂର୍ବ ଭାଗରେ ଅର୍ଥାତ୍ ଜଳେଶ୍ୱର ସହର ପାଖରେ ରହିଛି ୧୪ଟି ପଞ୍ଚାୟତ ଓ ପଶ୍ଚିମ ପଟରେ ରହିଛି ରାଇବଣିଆ ଅଞ୍ଚଳର ୧୩ଟି ପଞ୍ଚାୟତ। ଏହି ୧୩ଟି ପଞ୍ଚାୟତ ଉପାନ୍ତ ଅଞ୍ଚଳରେ ରହିଯାଇଛି । ସୀମାନ୍ତରେ ଥିବା ଏହି ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ସଂପ୍ରଦାୟର ଲୋକ ବସବାସ କରନ୍ତି । ଲୋକଙ୍କ ମୁଖ୍ୟ ଜୀବିକା ହେଲା ଚାଷ।

ମୁଖ୍ୟ ନିର୍ବାଚନୀ ଇସ୍ୟୁ

ମୋଟ ୩୮ଟି ପଞ୍ଚାୟତକୁ ନେଇ ଗଠିତ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ହାର୍‌ଜିତ ନିର୍ଭର କରେ ବସ୍ତା ବ୍ଲକର ୧୧ ପଞ୍ଚାୟତ ଭୋଟରଙ୍କ ଉପରେ।  ୨୦୧୪ରେ ମୁଖ୍ୟତଃ ଲଢେଇ ହୋଇଥିଲା ବିଜେଡିର ଅଶ୍ୱିନୀ ପାତ୍ର ଓ କଂଗ୍ରେସର ଦେବୀ ପ୍ରସନ୍ନ ଚାନ୍ଦଙ୍କ ମଧ୍ୟରେ ।  ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ଆସନ୍ତା ବିଧାନସଭା ନିର୍ବାଚନରେ କଣ ରହିବ ନିର୍ବାଚନୀ ପ୍ରସଙ୍ଗ, କଣ କହି ସାଧାରଣ ଭୋଟରଙ୍କ ପାଖକୁ ଯିବେ ନେତା ସେ ନେଇ ସଜବାଜ ହେଲେଣି ଆଶାୟୀ ପ୍ରାର୍ଥୀ।  ମୁଖ୍ୟତଃ ଏହି ନିର୍ବାଚନ ମଣ୍ଡଳୀର ସବୁଠାରୁ ବଡ ସମସ୍ୟା ବନ୍ୟାର ପ୍ରତିକାର ପାଇଁ ସୁବର୍ଣ୍ଣରେଖା ସଂସ୍କାର ଯୋଜନା, ଜଳେଶ୍ୱରକୁ ସବଡିଭିଜନର ମାନ୍ୟତା, ସହର ମଧ୍ୟଭାଗରେ ଥିବା ନୂଆ ବଜାରରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ । ଜଳେଶ୍ୱର ବଜାର ସହିତ ରାଇବଣିଆକୁ ସଂଯୋଗ କରିବାପାଇଁ ସୁବର୍ଣ୍ଣରେଖା ନଦୀର ଶିଖରପୁରରେ ହେଉଥିବା ଅସଂପୂର୍ଣ୍ଣ ସେତୁକୁ ସଂପୂର୍ଣ୍ଣ କରିବା ହେବ ଏଥର ନେତାଙ୍କ ପାଇଁ ମୂଖ୍ୟ ନିର୍ବାଚନୀ ପ୍ରସଙ୍ଗ।


ବିଜେଡି:୨୦୦୯ରେ କଂଗ୍ରେସ ଦଳରୁ ବିଧାନ ସଭାକୁ ନିର୍ବାଚତ ହୋଇଥିଲେ ଦେବୀ ପ୍ରସନ୍ନ ଚାନ୍ଦ୍।  ୨୦୧୪ରେ ବିଜେପିରୁ ଡେଇଁ ଅଶ୍ୱିନୀ ପାତ୍ର ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ଏଥର ମଧ୍ୟ ସେ ବିଜେଡି ଟିକେଟରୁ ପୁଣିଥରେ ଲଢିବାପାଇଁ ମନ ବଳାଇଛନ୍ତି। ତେବେ ଭୋଟର ଅଶ୍ୱିନୀ ପାତ୍ରଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି।  କିଛି ନେତା ବିଜେଡିରୁ ଜଣେ ଦକ୍ଷ ତଥା ନୂଆ ମୁହଁକୁ ଚାହୁଁଥିବା ଜଣାପଡ଼ିଛି। କିନ୍ତୁ ନବୀନଙ୍କ ନିଷ୍ପତିରେ ଦଳ ଚାଲୁଥିବାରୁ କେହି ମୁହଁ ଖୋଲି କହିବାକୁ ସାହସ କରିପାରୁ ନାହାଁନ୍ତି। ଯଦି ଅଶ୍ୱିନୀଙ୍କ ସ୍ଥାନରେ କେହି ନୂଆ ମହଁକୁ ବଛାଯାଏ ତେବେ ପୂର୍ବତନ ଜଳେଶ୍ୱର ଏନ.ଏ.ସି. ଅଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନଙ୍କ ନାମ ଆସିବ। ଜଳେଶ୍ୱର ଟାଣୁଆ ବିଜେଡି ନେତା ଗୌର ଗୋପାଳ ଦାସଙ୍କ ବିୟୋଗ ପରେ ଏବେ ବ୍ରଜଙ୍କ ପାଇଁ ରାସ୍ତା ଖାଲି ପଡ଼ିଛି।

ବିଜେପି: ଜଳେଶ୍ୱରରେ ବିଜେପିର ସ୍ଥିତି ସେତେ ମଜଭୁତ ନାହିଁ। ୨୦୧୪ରେ ବିଜେପିରୁ ନିର୍ବାଚନ ଲଢୁଥିବା ଅରୁଣ ବେଜ୍ ଏଥର ଦଳୀୟ ସଂଗଠନ ଦାୟିତ୍ୱରେ ରହିଛନ୍ତି । ଗତ ବିଧାନ ସବା ନିର୍ବାଚନରେ ସେ ମାତ୍ର ୧୩ ହଜାର ୪୬୫ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ତେଣୁ ତାଙ୍କ ସ୍ଥାନରେ ଦଳ ଜଣେ ନୂଆ ମୁହଁ ଚାହୁଁଛି।  ୪୦ ବର୍ଷ ଧରି କଂଗ୍ରେସର ମଙ୍ଗ ଧରିଥିବା ଜୟ ନାରାୟଣ ମହାନ୍ତି  ଯିଏକି ଦୁଇ ଦୁଇଥର ଜଳେଶ୍ୱରର ବିଧାୟକ ହୋଇଥିଲେ ସେ କଂଗ୍ରେସର ହାତଛାଡି ପଦ୍ମ ଧରିଛନ୍ତି।  ତେଣୁ ଦଳ ତାଙ୍କୁ ଜଳେଶ୍ୱର ଟିକେଟ୍ ଦେବା ଏକ ପ୍ରକାର ନିଶ୍ଚିତ ହୋଇଛି। ଜଳେଶ୍ୱରର ବିକାଶ ଯାହା କିଛି ବି ହୋଇଛି ତାହା କେବଳ ଜୟ ନାରାୟଣଙ୍କ ସମୟରେ ହୋଇଥିଲା ବୋଲି ସେ ଯୁକ୍ତି ବାଢିଛନ୍ତି।

କଂଗ୍ରେସ: ବିଜେଡିକୁ ଟକ୍କର ଦେବା ପାଇଁ ସଜବାଜ ହେଉଛି କଂଗ୍ରେସ। କଂଗ୍ରେସରୁ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ସଭା ସମିତିରେ ଯୋଗଦେବା ସହିତ ଓ ଦଳୀୟ ନେତୃବର୍ଗଙ୍କ ସହ ଆଲୋଚନା କରୁଛନ୍ତି । ତାଙ୍କର ସବୁଠାରୁ ବଡ଼ କଣ୍ଟା କୁହାଯାଉଥିବା ତଥା ଜଳେଶ୍ୱରରୁ ଦୁଇଥର କଂଗ୍ରେସ ଟିକଟରେ ଜିତିଥିବା ବିଧାୟକ ଜୟନାରାୟଣ ମହାନ୍ତି ବିଜେପିକୁ ଚାଲିଯାଇଥିବାରୁ ଦେବୀଙ୍କ ପାଇଁ ଅଡୁଆ ଏକ ପ୍ରକାର ହଟି ଯାଇଛି। ତେବେ ତାଙ୍କୁ ଟିକଟ ମିଳିବ କି ନାହିଁ ତାହା ସ୍ପଷ୍ଟ ଦିଶୁନାହିଁ। ସେହିପରି କଂଗ୍ରେସରୁ ପୂର୍ବତନ ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ତପନ ଦାସ ମଧ୍ୟ ନିର୍ବାଚନରେ ଲଢିବାପାଇଁ ଆଶୟୀ ଅଛନ୍ତି।

ତେବେ ଜଳେଶ୍ୱର  ନିର୍ବାଚନ ଦୃଶ୍ୟପଟ୍ଟକୁ ଲକ୍ଷ୍ୟ କଲେ ଗୋଟିଏ କଥା ସ୍ପଷ୍ଟ ଯେ, ଏଥର ଜଳେଶ୍ୱରରେ ତ୍ରିମୁଖୀ ଲଢେଇ ଏକ ପ୍ରକାର ନିଶ୍ଚିତ।  ତିନି ପୁରୁଣା ବିଧାୟକଙ୍କ ମଧ୍ୟରେ ହୋଇପାରେ ଏହି ଲଢେଇ । ତା ସତ୍ତ୍ୱେ ବି ଏଥର କିଛି ନୂଆ ଚେହେରା ନିର୍ବାଚନରେ ଭାଗ ନେଇ ପାରନ୍ତି ।



from Odisha Reporter https://ift.tt/2TRohwh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages