ପୁଣି ପାକିସ୍ତାନର ବଦମାସୀ, ବାୟୁସୀମା ଉଲ୍ଲଙ୍ଘନ ଉଦ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 9, 2019

ପୁଣି ପାକିସ୍ତାନର ବଦମାସୀ, ବାୟୁସୀମା ଉଲ୍ଲଙ୍ଘନ ଉଦ୍ୟମ

ଶ୍ରୀଗଙ୍ଗାନଗର: ପୁଣିଥରେ ପାକିସ୍ତାନର ବାଦମାସୀ ସାମ୍ନାକୁ ଆସିଛି। ଗୋଟିଏ ପଟେ ଶାନ୍ତି କଥା କହୁଥିବା ପାକିସ୍ତାନ ଆଜି ପୁଣିଥରେ ଭାତୀୟ ବାୟୁସୀମାକୁ ଉଲ୍ଲଙ୍ଘନ କରିବାକୁ ଉଦ୍ୟମ କରିଛି। ପାକିସ୍ତାନ ବାୟୁସେନାର ଏକ ଗୁଇନ୍ଦା ଡ୍ରୋନ୍‌ ରାଜସ୍ଥାନର ଶ୍ରୀଗଙ୍ଗାନଗର ସ୍ଥିତ ଅନ୍ତର୍ଜାତୀୟ ସୀମା ଡେଇଁ ଭାରତକୁ ପ୍ରବେଶ ପାଇଁ ଉଦ୍ୟମ କରିଥିଲା।

ତେବେ ସୀମାରେ ମୁତୟନ ଥିବା ବିଏସ୍‌ଏଫ୍‌ ଯବାନମାନେ ପାକିସ୍ତାନର ଏଭଳି ଉଦ୍ୟମକୁ ଭଣ୍ଡୁର କରିଦେଇଛନ୍ତି। ବିଏସ୍‌ଏଫ୍‌ ଯବାନମାନେ ଡ୍ରୋନ୍‌ଟିକୁ ଗୁଳି କରିବାକୁ ଉଦ୍ୟମ କରିବାରୁ ଏହା ପୁଣିଥରେ ପାକିସ୍ତାନ ସୀମାକୁ ଚାଲିଯାଇଥିଲା।

ବିଏସ୍‌ଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ୫ଟା ବେଳେ ପାକ୍‌ ଡ୍ରୋନ୍‌ଟି ହିନ୍ଦୁମାଲକୋଟ ଅନ୍ତର୍ଜାତୀୟ ସୀମାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହା ଭାରତୀୟ ସୀମାରେ ପ୍ରବେଶ କରୁଥିବା ଦେଖାଯିବାରୁ ବିଏସ୍‌ଏଫ୍‌ ପକ୍ଷରୁ ଏହାକୁ ଗୁଳି କରାଯାଇଥିଲା। ଗାଁ ଲୋକମାନେ ଗୁଳି ଚାଲିବାର ଶବ୍ଦ ଶୁଣିଛନ୍ତି। ତେବେ ଡ୍ରୋନ୍‌ଟି ସୁରକ୍ଷିତ ଭାବେ ପାକିସ୍ତାନ ସୀମାକୁ ଚାଲିଯାଇଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି।

୨୬ ତାରିଖରେ ଭାରତ ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ବାରମ୍ବାର ପାକିସ୍ତାନ ଭାରତୀୟ ବାୟୁସୀମାକୁ ଉଲ୍ଲଙ୍ଘନ ଉଦ୍ୟମ କରୁଛି। ୨୭ ତାରିଖରେ ପାକିସ୍ତାନର ଏକାଧିକ ଯୁଦ୍ଧ ବିମାନ ଭାରତୀୟ ସେନା ପୋଷ୍ଟ ଉପରେ ହମ୍‌ଲା କରିବାକୁ ଉଦ୍ୟମ କରିଥିଲା।

କିନ୍ତୁ ଏହାକୁ ଭାରତୀୟ ବାୟୁସେନା ଭଣ୍ଡୁର କରିଦେଇଥିଲା। ସେହିପରି ଗୁଜରାଟର କଚ୍ଛରେ ମଧ୍ୟ ପାକିସ୍ତାନର ଏକ ଡ୍ରୋନ୍‌ ପ୍ରବେଶ କରିଥିଲା। ଏହାକୁ ମଧ୍ୟ ଭାରତୀୟ ବାୟୁସେନା ଖସାଇ ଦେବାକୁ ଦେବାକୁ ସକ୍ଷମ ହୋଇଥିଲା।



from Odisha Reporter https://ift.tt/2TFqjQ2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages