ଆଜି ରିଲିଜ୍‌ ହେଉଛି ହଲିଉଡ୍‌ ଫିଲ୍ମ ‘କ୍ୟାପ୍‌ଟେନ୍ ମାର୍ବଲ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଆଜି ରିଲିଜ୍‌ ହେଉଛି ହଲିଉଡ୍‌ ଫିଲ୍ମ ‘କ୍ୟାପ୍‌ଟେନ୍ ମାର୍ବଲ୍‌’

ୱାଶିଂଟନ୍‌: ଭାରତରେ ଯେଉଁମାନେ ହଲିଉଡ୍‌ ଫିଲ୍ମ ଦେଖିବା ପାଇଁ ପସନ୍ଦ କରିଥାନ୍ତି, ସେମାନଙ୍କ ପାଇଁ ଆଜି ଅର୍ଥାତ୍‌ ଅନ୍ତର୍ଜାତୀୟ ମହିଳା ଦିବସର ଉପହାର ‘କ୍ୟାପ୍‌ଟେନ୍‌ ମାର୍ବଲ୍‌’ ଫିଲ୍ମ । ଫିଲ୍ମଟି ଆଜି ରିଲିଜ୍‌ ହୋଇଛି। ଇଂରାଜୀ ବ୍ୟତୀତ ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ମଧ୍ୟ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି।

ଫିଲ୍ମଟି ଭାରତରେ ଭଲ ବ୍ୟବସାୟ କରିବାକୁ ଯାଉଛି ବୋଲି ଫିଲ୍ମ ସମୀକ୍ଷକମାନେ କହୁଛନ୍ତି।
ସବୁ ଭାଷାରେ ରିଲିଜ୍‌ ହେଉଥିବାରୁ ପ୍ରଥମ ଦିନରେ ହିଁ ଫିଲ୍ମଟି ୬ରୁ ୭ କୋଟି ଟଙ୍କା କଲେକ୍ସନ୍‌ କରିବ। ଭାରତରେ ମାର୍ବଲ୍‌ ଫିଲ୍ମର ଅନେକ ଦର୍ଶକ ରହିଛନ୍ତି।

ଫିଲ୍ମର ଟ୍ରେଡ୍‌ ଏନାଲିଷ୍ଟ୍‌ ଗିରିଶ୍‌ ଜୋହରଙ୍କ କହିବା ଅନୁସାରେ  “ଫିଲ୍ମର ଟ୍ରେଲର୍‌ ବହୁତ ଭଲ ଥିଲା ଏବଂ ଏହାକୁ ଭଲ ରେସପନ୍ସ ମଧ୍ୟ ମିଳିଛି। ଫିଲ୍ମକୁ ବିଶେଷ କରି ଯୁବପୀଢ଼ି ବେଶି ପସନ୍ଦ କରୁଛନ୍ତି। ଏହି ଫିଲ୍ମରେ ମହିଳା ମୁଖ୍ୟ ଚରିତ୍ରରେ ରହିଛନ୍ତି। ଏହାର ନିର୍ଦ୍ଦେଶନା ଅନା ବୋଡନ୍‌ ଓ ରୟାନ୍‌ ପ୍ଲେକ୍‌ ଦେଇଛନ୍ତି। ଏହା ସହିତ ହଲିଉଡ୍‌ ଅଭିନେତ୍ରୀ ବ୍ରୀ ଲାର୍ସନ୍‌ କ୍ୟାପ୍‌ଟେନ୍‌ ମାର୍ବଲ୍‌ ଭୂମିକାରେ ଅଭିନୟ କରିଛନ୍ତି।“

ଭାରତରେ  ହଲିଉଡ୍‌ର ଅନେକ ଦର୍ଶକ ରହିଛନ୍ତି। ଗତବର୍ଷ ‘ମିଶନ୍‌ ଇମ୍ପସିବଲ୍‌ ଫଲ୍‌ ଆଉଟ୍‌’, ‘ଆଭେଞ୍ଜର୍ସ: ଇନ୍‌ଫିନିଟି ୱାର୍‌’, ‘ଡେଡ୍‌ପୁଲ୍‌’ ପରି ହଲିଉଡ୍‌ ଫିଲ୍ମ ଭାରତରେ ଭଲ ବ୍ୟବସାୟ କରିଥିଲା।
ଗିରିଶ୍‌ ଜୋହର୍‌ଙ୍କ କହିବା ଅନୁସାରେ ୮୦ ଦଶକରେ ଭାରତୀୟ ବଜାରରେ ହଲିଉଡ୍‌ ଫିଲ୍ମର ଦର୍ଶକ କେବଳ ୨ ପ୍ରତିଶତ ଥିଲେ। ଏବେ କିନ୍ତୁ ତାହା ବୃଦ୍ଧି ପାଇ ୧୫ରୁ ୨୦ ପ୍ରତିଶତରେ  ପହଞ୍ଚି ସାରିଛି।



from Odisha Reporter https://ift.tt/2IX7TpL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages