
କଣ୍ଟବାଞ୍ଜି (ସୁରଦାସ ବାଗ): ଇଚ୍ଛା ଥିଲା ଦିନେ ନିଜ ଅଞ୍ଚଳରେ ଢେର ନାଁ କମେଇବେ। କିନ୍ତୁ କେବେ ଭାବି ନ ଥିଲେ ଯେ, ସେ ବିଶ୍ୱସ୍ତରରେ ନିଜ ନାଁ ରଖିବେ, ଆଉ ଓଡ଼ିଆ ପୁଅ ହୋଇ ପାକିସ୍ତାନ୍ର ରେକର୍ଡ ଭାଙ୍ଗିଦେବେ ବୋଲି। ଯାହା ଆଜି ସଫଳ ହୋଇଛି। ଆମେ କହୁଛୁ କଣ୍ଟାବାଞ୍ଜିର ସୃଜନ ସଙ୍ଗୀତ ବିଦ୍ୟାଳୟର ଛାତ୍ର ଅମନ ଛତ୍ରୀଆଙ୍କ କଥା।
ଅମନ ସମ୍ପ୍ରତି ଭୁବନେଶ୍ୱରସ୍ଥିତ ହାଇଟେକ ମେଡିକାଲରେ ଅଧ୍ୟୟନ କରୁଛନ୍ତି। ଗତ ରବିବାର କଲେଜ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୧ ମିନିଟ୍ରେ ୫୧ ଥର କିପ୍-ଅପ୍(ସ୍ୱତନ୍ତ୍ର ଧରଣର ବ୍ରେକ୍ ଡ୍ୟାନ୍ସ ) କରି ସେ ବିଶ୍ୱ ରେକର୍ଡ କରିଛନ୍ତି । ପୂର୍ବରୁ ପାକିସ୍ତାନର ଜଣେ ଯୁବକ ୪୧ ଥର ଏହି କଠିନ ନୃତ୍ୟ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲେ।

୬ ମାସର କଠିନ ପରିଶ୍ରମ ସହ ପାକିସ୍ତାନ ବିରୋଧରେ ଏହି ରେକର୍ଡ କରିବାକୁ ମନ ବଳାଇଥିଲେ ଅମନ । ଆଉ ଶେଷରେ ନିଜ ସ୍ୱପ୍ନ ସାକାର କରିଛନ୍ତି। ଏହି ରେକର୍ଡ କରିବା ପରେ ସେ କହିଛନ୍ତି ଯେ, “ରେକର୍ଡ କରିବାର ନିଶା ତ ଥିଲା । କିନ୍ତୁ ନିକଟରେ ଫୁଲୱାମା ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀଙ୍କ ହାତରେ ଆମ ଯବାନମାନେ ସହିଦ ହୋଇଯାଇଥିଲେ। ଏଣୁ ପାକିସ୍ତାନ ବିରୋଧରେ ଏହି ରେକର୍ଡ କରିବାକୁ ମୁଁ ସ୍ଥିର କରିଥିଲି। ଏହି ରେକର୍ଡ ଅମର ସହିଦଙ୍କୁ ମୋର ଶ୍ରଦ୍ଧାଞ୍ଜଳି ।”
ଅମନଙ୍କ ବାପା ଜଣେ ଅଟୋ ଡ୍ରାଇଭର( ରାଜୁ ଛତ୍ରିଆ )। ଅମନ ଅନେକଗୁଡିଏ ଓଡ଼ିଆ ଫିଲ୍ମରେ ଡ୍ୟାନ୍ସ କରିଛନ୍ତି । କିନ୍ତୁ ସେ କେବେ ବିଶ୍ୱ ରେକର୍ଡ କରିବେ ସେ କଥା ଭାବି ନ ଥିଲେ ।
from Odisha Reporter https://ift.tt/2HrMX7U
No comments:
Post a Comment