କଂଗ୍ରେସ ବିଧାୟକ ଦେଲେ ଇସ୍ତଫା, ବିଜେପିରୁ ମିଳିବ ମନ୍ତ୍ରୀ ପଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

କଂଗ୍ରେସ ବିଧାୟକ ଦେଲେ ଇସ୍ତଫା, ବିଜେପିରୁ ମିଳିବ ମନ୍ତ୍ରୀ ପଦ

ଗାନ୍ଧିନଗର: ଗୁଜରାଟର କଂଗ୍ରେସ ବିଧାୟକ ଜୱାହର ଚଭଡ଼ା ଆଜି ବିଜେପିରେ ଯୋଗଦେଇଛନ୍ତି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। । ବିଜେପି ସରକାରରେ ମନ୍ତ୍ରୀ ପଦ ପାଇବା ଲୋଭରେ ଜୱାହର କଂଗ୍ରେସର  ଛାଡିଥିବା ଚର୍ଚ୍ଚା ହେଉଛି ।

ଜୱାହର ଗତକାଲି ବାଚସ୍ପତି ରାଜେନ୍ଦ୍ର ତ୍ରିଭେଦୀଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଥିଲେ । ଗୁଜରାଟ କଂଗ୍ରେସର ବରିଷ୍ଠ ନେତା ପିଠାଲଜି ଚଭଡାଙ୍କ ପୁଅ  ରାଜେନ୍ଦ୍ର  ଲଗାତର ୪ ଥର ଏହି ନିର୍ବାଚନ ମଣ୍ଡଳୀରୁ ଜିତି ଆସୁଥିଲେ। ସେଥିପାଇଁ ଏହି ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଏକ ଦୁର୍ଗ ବୋଲି କୁହାଯାଇଥାଏ ।

କଂଗ୍ରେସ କହିଛି କି ରାଜେନ୍ଦ୍ର କେବେ ନିଜର ଅସନ୍ତୋଷ ଦଳ ପାଖରେ ରଖି ନାହାନ୍ତି । ଏମିତି କି ମାର୍ଚ୍ଚ ୧୨ରେ ଗୁଜରାଟରେ ବସିଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ରାଜେନ୍ଦ୍ରଙ୍କୁ ଦଳ ଗୁରୁ ଦାୟିତ୍ୱ ଦେଇଥିଲା । ମନ୍ତ୍ରୀ ହେବା ନିଶାରେ ଦଳ ଛାଡ଼ିଛନ୍ତି ବୋଲି କଂଗ୍ରେସ କହିଛି । ବିଜେପି ୨୦୧୪ ନିର୍ବାଚନର ଫଳାଫଳ ଦୋହରାଇପାରିବ ନାହିଁ । ତେଣୁ କଂଗ୍ରେସକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା କଂଗ୍ରେସ କହିଛି । ସୂଚନାଯୋଗ୍ୟ, ବିଜେପି ୨୦୧୪ ସାଧାରଣ ନିର୍ବାଚନରେ ୨୬ରୁ ୨୬ଟି ଲୋକସଭା ଆସନ ଜିତିଥିଲା ।



from Odisha Reporter https://ift.tt/2TFqxq8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages