ପୁଣି ସୀମା ଲଙ୍ଘିଲା ପାକ୍‌, ଗୁଳି ମାଡ଼ରେ ଗୋଟିଏ ପରିବାରର ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ପୁଣି ସୀମା ଲଙ୍ଘିଲା ପାକ୍‌, ଗୁଳି ମାଡ଼ରେ ଗୋଟିଏ ପରିବାରର ୩ ମୃତ

ପୁଞ୍ଚ: ଶାନ୍ତି ପାଇଁ ଭାରତୀୟ ପାଇଲଟ୍‌ ଅଭିନନ୍ଦନଙ୍କୁ ନୂଆଦିଲ୍ଲୀକୁ ଫେରାଇ ଦେଇଥିବା ପାକିସ୍ତାନ କିନ୍ତୁ ସୀମାରେ ନିଜର ପୁରୁଣା କାର୍ଯ୍ୟ ଜାରି ରଖିଛି। ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଘର ବାହୁଡ଼ାର କିଛି ଘଣ୍ଟା ପରେ ପାକ୍‌ ସେନା ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକିସ୍ତାନ ସେନାର ମୋର୍ଟାର ଓ ଗୁଳି ମାଡ଼ରେ ସୀମା ନିକଟବର୍ତ୍ତୀ ଗାଁରେ ରହୁଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୨ ଜଣ ଶିଶୁ ଓ ଜଣେ ମହିଳା ରହିଛନ୍ତି। ଏଥିସହ ପାକ୍‌ର ଅବିଶ୍ରାନ୍ତ ଗୁଳିମାଡ଼ରେ ଏକାଧିକ ଘର କ୍ଷୟକ୍ଷତି ଘଟିଛି।

ଗତକାଲି ରାତିରେ ପାକ୍‌ ସେନା ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ସୀମାନ୍ତରେ ଥିବା ଗାଁ ଓ ସୁରକ୍ଷାକର୍ମୀଙ୍କ ଆଉଟ୍‌ ପୋଷ୍ଟକୁ ଟାର୍ଗେଟ କରି ପାକ୍‌ ସେନା ମୋର୍ଟାର ଓ ଗୁଳିମାଡ଼ କରିଥିଲା। ଏଥିରେ ୨୪ ବର୍ଷୀୟ ରୁବାନା କୋସାର, ତାଙ୍କ ୫ ବର୍ଷୀୟ ପୁଅ ଫଜାନ ଓ ୯ ମାସର ଶିଶୁ କନ୍ୟା ଶବନମଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ଜଣେ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି।

ପାକିସ୍ତାନ ସେନା ପକ୍ଷରୁ ୧୦୫ ଏମଏମ ମୋର୍ଟାର ମାଡ଼ କରାଯାଇଥିବା ବେଳେ ଏହାର ଜବାବ ଭାରତ ପକ୍ଷରୁ ଦିଆଯାଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି। ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନରେ ସାଲୋଟ୍ରି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଶୁକ୍ରବାର ସନ୍ଧ୍ୟାର ମଧ୍ୟ ପାକିସ୍ତାନ ସେନା ପକ୍ଷରୁ ପୁଞ୍ଚର ମାନକୋଟ ଅଞ୍ଚଳରେ ଗୁଳିମାଡ଼ କରାଯାଇଥିଲା। ଏଥିରେ ଜଣେ ମହିଳା ଆହତ ହୋଇଥିଲେ।



from Odisha Reporter https://ift.tt/2HgcDnI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages