ସୟଦ ମୁସ୍ତାକ ଅଲ୍ଲୀ ଟି-୨୦: ବେଙ୍ଗଲଠାରୁ ହାରି ଓଡ଼ିଶା ବିଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ସୟଦ ମୁସ୍ତାକ ଅଲ୍ଲୀ ଟି-୨୦: ବେଙ୍ଗଲଠାରୁ ହାରି ଓଡ଼ିଶା ବିଦା

କଟକ (ଓଡ଼ିଶା ରିପୋର୍ଟର): ଚଳିତ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଟି-୨୦ରେ ଓଡ଼ିଶା ଚତୁର୍ଥ ପରାଜୟ ସହ ନକ୍ଆଉଟ୍ ଦୌଡ଼ରୁ ବାଦ୍ ପଡ଼ିଛି । ଶନିବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍-ଡି’ର ଏକ ମ୍ୟାଚ୍‌ରେ ବେଙ୍ଗଲ ୮ ୱିକେଟ୍‌ ଆୟୋଜକ ଓଡ଼ିଶାକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ପଞ୍ଚମ ବିଜୟ ହାସଲ କରିଛି । ଓଡ଼ିଶା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୦୮ ରନ୍ କରିଥିଲା ।

ଜବାବରେ ଋଦ୍ଧିମାନ ସାହାଙ୍କ ଦ୍ରୁତ ଅର୍ଦ୍ଧଶତକକୁ ଆଧାର କରି ବେଙ୍ଗଲ ମାତ୍ର ୧୨.୪ ଓଭରରେ ୨ ୱିକେଟ୍ ହରାଇ ୧୧୧ ରନ୍ କରି ସହଜ ବିଜୟ ହାସଲ କରିଛି । ଏହି ବିଜୟରୁ ବେଙ୍ଗଲକୁ ୪ ପଏଣ୍ଟ ମିଳିଛି । ବେଙ୍ଗଲ ଓପ୍ନର ଶ୍ରୀବତ୍ସ ଗୋସ୍ୱାମୀ ମାତ୍ର ୧୧ ରନ୍ କରି ଆଶୁତୋଷ ଦାସଙ୍କ ଶିକାର ହୋଇଥିଲେ । କିନ୍ତୁ ସାହା ଓ ଈଶ୍ୱରନ୍ ଦ୍ୱିତୀୟ ୱିକେଟ୍ ପାଇଁ ୭୩ ରନ୍ ଯୋଡ଼ି ବେଙ୍ଗଲର ବିଜୟକୁ ପକ୍କା କରିଥିଲେ ।

ସାହା ୩୧ ବଲରେ ୫ ଚୌକା ଓ ୩ ଛକା ସହ ୫୨ ରନ୍ କରି ଶୁଭମ ନାୟକଙ୍କ ଶିକାର ହୋଇଥିଲେ । ଈଶ୍ୱରନ୍ (୩୩) ଓ ୠତ୍ୱିକ ରୟ ଚୌଧୁରୀ (୮) ଅପରାଜିତ ରହି ବେଙ୍ଗଲକୁ ଜିତାଇଥିଲେ । ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଓଡ଼ିଶାର କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସଫଳ ହୋଇନଥିଲେ । ଦଳର ସର୍ବାଧିକ ସ୍କୋରର ଥିଲେ ରାଜେଶ ମହାନ୍ତି (୨୪) ।

ଅନ୍ୟମାନଙ୍କ ମଧ୍ୟରେ ଅନୁରାଗ ଷଡଙ୍ଗୀ ୨୦, ଅଭିଷେକ ରାଉତ ୧୮, ଅରବିନ୍ଦ ସିଂହ ୧୬ ଓ ରାଜେଶ ଧୂରପ ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ । ବେଙ୍ଗଲର ସଫଳ ବୋଲର ଭାବେ ଇଶାନ୍ ପୋରେଲ ୧୯ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଅଶୋକ ଦିଣ୍ଡା ଓ ଆୟାନ୍ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।



from Odisha Reporter https://ift.tt/2tN1nr3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages