ବଦ୍ରିଙ୍କ ନିର୍ବାଚନୀ ଚ୍ୟାଲେଞ୍ଜ ନେଇ ନିରଞ୍ଜନ କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ବଦ୍ରିଙ୍କ ନିର୍ବାଚନୀ ଚ୍ୟାଲେଞ୍ଜ ନେଇ ନିରଞ୍ଜନ କହିଲେ ଏମିତି କଥା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଦିନ ତଳେ କେନ୍ଦୁଝର ଜିଲ୍ଲାର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁହାଁମୁହିଁ ହୋଇଥିଲେ। ବଦ୍ରୀ ଖୋଲାଖୋଲି ଭାବେ ନିରଞ୍ଜନଙ୍କୁ ଘସିପୁରା ଆସନରୁ ଲଢ଼ିବାକୁ ଆହ୍ୱାନ ଦେଇଥିଲେ। ସେତେବେଳେ ବଦ୍ରୀଙ୍କ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରିବେ ବୋଲି ନିରଞ୍ଜନ କହିଥିଲେ। ମାତ୍ର ନିଷ୍ପତ୍ତି ଦଳ ଉପରେ ଛାଡ଼ି ଦେଇଥିଲେ। କିନ୍ତୁ ଆଜି ଏହା ଉପରୁ ପର୍ଦ୍ଦା ଉଠାଇଛନ୍ତି ନିରଞ୍ଜନ। ଘଷିପୁରା ସହ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀରୁ ନିର୍ବାଚନ ଲଢ଼ିବେ ବୋଲି ସେ ଇଙ୍ଗିତ କରିଛନ୍ତି।

ନିରଞ୍ଜନ କହିଛନ୍ତି-“ବଦ୍ରି ପାତ୍ରଙ୍କ ଭଳି ହଣାକଟା ଓ ମାରପିଟ୍ କରିବାର ଦମ୍ ମୋର ନାହିଁ। କିନ୍ତୁ ନିର୍ବାଚନ ଲଢ଼ିବାର ଦମ୍‌ ଅଛି। ମୋ ଦମ୍ ଦେଖାଇବା ପାଇଁ ମୋତେ ଘସିପୁରାରୁ ପ୍ରାର୍ଥୀ କରିବାକୁ ମୁଁ AICC କୁ କହିଛି। AICC ଚାହିଁଲେ ମୁଁ ୨ଟି ଜାଗାରୁ ଲଢ଼ିବି।”

ଘସିପୁରାରୁ ନିରଞ୍ଜନଙ୍କ ପ୍ରାର୍ଥିତ୍ୱ ନେଇ ବିଜେଡି ପ୍ରାର୍ଥୀ ବଦ୍ରି ପାତ୍ର କହିଛନ୍ତି-“ନିରଞ୍ଜନଙ୍କୁ ଲୋକ ଭୁଲିଗଲେଣି। ଘସିପୁରା ସହ ନିରଞ୍ଜନ ପଟ୍ଟନାୟକଙ୍କ ଆଉ ସଂପର୍କ ନାହିଁ। ୧୦ ବର୍ଷ ହେଲା ଘସିପୁରାରେ ନିରଞ୍ଜନଙ୍କୁ କେହି ଦେଖିନାହାନ୍ତି। ତେଣୁ ତାଙ୍କର କିଛି ପ୍ରଭାବ ଏଠି ପଡ଼ିବନି।”



from Odisha Reporter https://ift.tt/2OAOo5i

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages