ଟ୍ୱିଟର୍‌ରେ ସୁଷମା ସ୍ୱରାଜଙ୍କ ଜବାବକୁ ନେଇ ଚର୍ଚ୍ଚା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଟ୍ୱିଟର୍‌ରେ ସୁଷମା ସ୍ୱରାଜଙ୍କ ଜବାବକୁ ନେଇ ଚର୍ଚ୍ଚା

sushama

ନୂଆଦିଲ୍ଲୀ:ମଜାଦାର ଟ୍ୱିଟ୍‌ ପାଇଁ ବେଶ୍‌ ଚର୍ଚ୍ଚିତ ସୁଷମା ସ୍ୱରାଜ ସବୁବେଳେ ଚର୍ଚ୍ଚିତ ହୋଇଥାନ୍ତି। ଆଜି ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ପ୍ରଶ୍ନର ଉତ୍ତର ରଖି ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଯାନ ‘ମୈଁ ଭି ଚୌକିଦାର’ରେ ଅନୁପ୍ରାଣିତ ହୋଇ ସେ ନିଜ ନାମ ‘ଚୌକିଦାର ସୁଷମା ସ୍ୱରାଜ’କୁ ପରିବର୍ତ୍ତନ କରିବାକୁ ନେଇ ଜଣେ ପ୍ରଶ୍ନ କରିବାରୁ ସେ ବଢ଼ିଆ ଜବାବ ରଖିଛନ୍ତି।

ଟ୍ୱିଟ କରି ଜଣେ ବ୍ୟକ୍ତି କହିଥିଲେ, “ମ୍ୟାମ୍‌ ଆମେ ଭାବୁଥିଲୁ ଆପଣ ବୈଦେଶିକ ମନ୍ତ୍ରୀ। ବିଜେପିରେ ଏକ ମାତ୍ର ଵିଵେକସମ୍ପନ୍ନ ବ୍ୟକ୍ତିଭାବରେ ଜାଣିଥିଲୁ। କିନ୍ତୁ ଆପଣ ନିଜକୁ ଚୌକିଦାର କାହିଁକି କହୁଛନ୍ତି।” ସେ ଏହି ଟ୍ୱିଟ୍‌ଟି ସୁଷମାଙ୍କ ସେହି ଟ୍ୱିଟ୍‌ର ରିପ୍ଲାଇରେ ଲେଖିଥିଲେ ଯେଉଁଥିରେ ସୁଷମା ମ୍ୟୁନିକ୍‌ଠାରେ ଜଣେ ଭାରତୀୟଙ୍କ ହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଟ୍ୱିଟ୍‌ର ଉତ୍ତରରେ ସୁଷମା ଲେଖିଥିଲେ, ଏହାର କାରଣ ହେଉଛି, ମୁଁ ଭାରତର ସ୍ୱାର୍ଥ ପାଇଁ ଏବଂ ଭାରତୀୟ ନାଗରିକଙ୍କ ପାଇଁ ଚୌକିଦାରି କରୁଛି।’

ସୋଶାଲ ମିଡିଆରେ ସାଧାରଣ ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରି ଆସିଛନ୍ତି। ଏହା ହିଁ ତାଙ୍କୁ ବେଶ୍‌ ଲୋକପ୍ରିୟ କରିପାରିଛି। ୨୦୧୭ ମସିହାରେ ଜଣେ କେହି ମଜାରେ ଲେଖିଥିଲା, ମୁଁ ମଙ୍ଗଳ ଗ୍ରହରେ ଫସିଯାଇଛି। ୯୮୭ ଦିନ ତଳେ ମଙ୍ଗଳଯାନରେ ପଠାଯାଇଥିବା ଖାଦ୍ୟ ସରିବାକୁ ବସିଲାଣି। ମଙ୍ଗଳଯାନ-୨ କେବେ ଆସିବ ଇସ୍ରୋ? ଏହାର ଉତ୍ତରରେ ସୁଷମା ଲେଖିଥିଲେ, ‘ତୁମେ ମଙ୍ଗଳରେ ଥିଲେ ବି ଭାରତୀୟ ଦୂତାବାସ ତୁମକୁ ନିଶ୍ଚୟ ସାହାଯ୍ୟ କରିବ।’



from Odisha Reporter https://ift.tt/2JQy1mx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages