ଇସ୍ତଫା ଦେଲେ ମିଜୋରାମ ରାଜ୍ୟପାଳ, ଶଶି ଥରୁରଙ୍କ ବିରୋଧରେ ଲଢ଼ିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଇସ୍ତଫା ଦେଲେ ମିଜୋରାମ ରାଜ୍ୟପାଳ, ଶଶି ଥରୁରଙ୍କ ବିରୋଧରେ ଲଢ଼ିବେ

ନୂଆଦିଲ୍ଲୀ: ମିଜୋରାମ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା କୁମ୍ମାନମ ରାଜଶେଖରନ୍‌ ଆଜି ନିଜ ପଦରୁ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଇଛନ୍ତି। ସେ ମାତ୍ର ୯ ମାସ ରାଜ୍ୟପାଳ ଭାବେ କାର୍ଯ୍ୟ କରିବା ପରେ ଇସ୍ତଫା ଦେଇଛନ୍ତି। ସେ ଲୋକସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ହେବାର ସହ କେରଳରୁ କଂଗ୍ରେସ ନେତା ଶଶି ଥରୁରଙ୍କ ବିରୋଧରେ ଲଢ଼ିବେ ବୋଲି ମଧ୍ୟ ଜଣାପଡ଼ିଛି।

ରାଜଶେଖରନ କହିଛନ୍ତି, “ ଦଳର ନିଷ୍ପତ୍ତି ଅନୁଯାୟୀ ମୁଁ ରାଜ୍ୟପାଳ ପଦବୀ ଛାଡ଼ିଛି। ଦଳ ମୁଁ କେରଳରେ ରୁହେ ବୋଲି ଚାହୁଁଛି। ମୋର ବି ଇଚ୍ଛା କେରଳରେ ରହିବାକୁ। ଖାସ୍‌ ସେଥିପାଇଁ ମୁଁ ଇସ୍ତଫା ଦେଇଛି।”

ରାଜଶେଖରନ୍‌ଙ୍କ ଇସ୍ତଫାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗ୍ରହଣ କରିନେଇଛନ୍ତି।
୨୦୧୫ରେ ରାଜଶେଖରନଙ୍କୁ କେରଳ ବିଜେପି ମୁଖ୍ୟ ଦାୟିତ୍ୱ ମିଳିଥିଲା। ଏହାପରେ ତାଙ୍କୁ ମିଜୋରାମ ରାଜ୍ୟପାଳ କରାଯାଇଥିଲା।
କଂଗ୍ରେସ ନେତା ଶଶି ଥରୁର ଥିରୁଭନନ୍ତପୁରମ ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ରାଜଶେଖରନ୍‌ ୨୦୧୯ରେ ତାଙ୍କ ବିରୋଧରେ ଲଢ଼ିବେ।



from Odisha Reporter https://ift.tt/2C5Ikg7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages