ଏସବୁ ପରିବାକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 8, 2019

ଏସବୁ ପରିବାକୁ ଫ୍ରିଜ୍‌ରେ ରଖନ୍ତୁ ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସମୟର ଅଭାବ । ଥରେ ମାର୍କେଟ ଯାଇ ସପ୍ତାହକ ପାଇଁ ପରିବା କିଣି ଆଣିଲେ ଚିନ୍ତା ନାହିଁ। ଘରେ ତ ଫ୍ରିଜରେ ଅଛି ନା ! ତେବେ ଫ୍ରିଜରେ ପରିବା ରଖିଲା ବେଳେ ଗୋଟିଏ କଥା ମନେ ରଖନ୍ତୁ,  ଏମିତି ଅନେକ ପରିବା ଅଛି ଯାହା ଫ୍ରିଜ୍‌ରେ ରଖିବା ଉଚିତ୍‌ ନୁହେଁ । ରଖିଲେ ପରିବାରେ ଥିବା ଭିଟାମିନ୍‌ ନଷ୍ଟ ହୋଇଥାଏ।

 ଜାଣି ରଖନ୍ତୁ କେଉଁ ଜିନିଷ ଫ୍ରିଜରେ ରଖିଲେ କ’ଣ ହୋଇଥାଏ 
୧. ଟମାଟୋରେ ପାଣିର ମାତ୍ରା ଅଧିକ ରହିଥାଏ। ତେଣୁ ଟମାଟୋକୁ ଫ୍ରିଜରେ ରଖିଲେ ଏହା ଅନ୍ୟ ପରିବାକୁ ନଷ୍ଟ କରି ଦେଇଥାଏ। ତେଣୁ ଏହାକୁ ୨-୩ ଦିନରୁ ଅଧ‍କ ରଖିବା ଉଚିତ ନୁହେଁ।

୨. ସୋୟା ଏବଂ ଟମାଟୋ ସସ୍‌କୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ, କାରଣ ଏସବୁକୁ ଫ୍ରିଜରେ ରଖିବା ଦରକାର ପଡ଼େ ନାହିଁ।
୩. କଦଳୀକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହାକୁ ଫ୍ରିଜରେ ରଖିଲେ ଏହା କଳା ପଡିଯାଇଥାଏ ଏବଂ ପାଖରେ ଥିବା ଫଳକୁ ବି କଳା କରି ଦେଇଥାଏ।
୪. କଫିକୁ ଫ୍ରିଜରେ ରଖନ୍ତୁ ନାହିଁ। ଏହା ଦ୍ୱାରା କଫିର ବାସ୍ନା ନଷ୍ଟ ହୋଇଯାଏ।

୫. ଲେମ୍ବୁରେ ସାଇଟ୍ରିକ ଏସିଡ୍‌ ରହିଥାଏ। ସେଥିପାଇଁ ଏହାକୁ ଫ୍ରିଜରେ ରଖିବା ଦରକାର ନାହିଁ। ଫ୍ରିଜରେ ରଖିଲେ ଏହା ଶିଘ୍ର ଶୁଖିଯାଏ।
୬. ଡ୍ରାଏ ଫ୍ରୁଟସ୍‌ ଯେପରିକି କାଜୁ , ପେସ୍ତା ବାଦାମ, ବାଦାମ ଓ କିସ୍‌ମିସ୍‌କୁ ଫ୍ରିଜରେ ରଖିବା ଦ୍ୱାରା ଏଥିରେ ଥିବା ଭିଟାମିନ୍ ନଷ୍ଟ ହୋଇ ଯାଇଥାଏ ଏବଂ ଏହାର ସ୍ୱାଦ ମଧ୍ୟ ଖରାପ ହୋଇଯାଏ।



from Odisha Reporter https://ift.tt/2UpqSKU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages