ବିପଜ୍ଜନକ ସ୍ଥାନରେ ନିୟୋଜିତ ଅର୍ଦ୍ଧସାମରିକ ଫୋର୍ସଙ୍କ ପ୍ରୋତ୍ସାହନ ଭତ୍ତା ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ବିପଜ୍ଜନକ ସ୍ଥାନରେ ନିୟୋଜିତ ଅର୍ଦ୍ଧସାମରିକ ଫୋର୍ସଙ୍କ ପ୍ରୋତ୍ସାହନ ଭତ୍ତା ବୃଦ୍ଧି

ଭୁବନେଶ୍ୱର:ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତି ଅନୁଯାୟୀ ବିପଜ୍ଜନକ ଓ ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ଯବାନ ଓ ଅଫିସରଙ୍କ ରିସ୍କ/ ହାର୍ଡଶିପ୍ ଭତ୍ତାରେ ବୃଦ୍ଧି କରାଯାଇଥିବାବେଳେ ଏହା ଓଡ଼ିଶାରେ ନିୟୋଜିତ କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହୋଇଥିବା ଜଣାପଡ଼ିଛି। ଏନେଇ ମନ୍ତ୍ରଣାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି।

କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅର୍ଦ୍ଧସାମରିକ ବାହିନୀର ବାହିନୀ ଯବାନମାନଙ୍କର ରିସ୍କ/ହାର୍ଡଶିପ୍‌ ଭତ୍ତା ବୃଦ୍ଧି କରାଯିବା ଫଳରେ, ନକ୍ସଲ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ତଥା ଜମ୍ମୁ-କଶ୍ମୀର ରେ କାର୍ଯ୍ୟରତ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀର କର୍ମଚାରୀମାନେ ଉପକୃତ ହେବେ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା।

ଏହି କ୍ରମରେ ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀ ତଥା ଅଧିକାରୀ ଯିଏ କି ନକ୍ସଲ ଦମନ ବିରୋଧୀ ଅଭିଯାନରେ ନିୟୋଜିତ ଅଛନ୍ତି, ସେମାନେ ମଧ୍ୟ ଉପକୃତ ହେବେ। ଓଡ଼ିଶାର ମାଲକାନଗିରି ଅଞ୍ଚଳରେ ପଦସ୍ଥ କର୍ମଚାରୀଙ୍କ ରିସ୍କ/ହାର୍ଡ଼ଶିପ୍ ଭତ୍ତା ଇନ୍ସପେକଟର ପଦ ପର୍ଯ୍ୟନ୍ତ ୯୭୦୦ ଟଙ୍କାରୁ ୧୭୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି, ଉଚ୍ଚ ଅଧିକାରୀଙ୍କ ଭତ୍ତା ୧୬୯୦୦ ଟଙ୍କାରୁ ୨୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଓଡ଼ିଶାର ଗଞ୍ଜାମ, କେନ୍ଦୁଝର, କୋରାପୁଟ, ମୟୁରଭଞ୍ଜ, ନବରଙ୍ଗପୁର, ସୁନ୍ଦରଗଡ଼, ବଲାଙ୍ଗିର, ନୟାଗଡ଼, କନ୍ଧମାଳ, ଯାଜପୁର,ଢେଙ୍କାନାଳ, କଳାହାଣ୍ଡି, ନୂଆପଡ଼ା ଏବଂ ବରଗଡ଼ ଜିଲ୍ଲାରେ ଅବସ୍ଥାପିତ ପଦସ୍ଥ କର୍ମଚାରୀଙ୍କ ରିସ୍କ/ହାର୍ଡଶିପ୍ ଭତ୍ତା ଇନ୍ସପେକ୍ଟର ପଦ ପର୍ଯ୍ୟନ୍ତ ୭,୪୬୯ ଟଙ୍କାରୁ ୯,୭୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏକ୍ଷେତ୍ରରେ ଉଚ୍ଚ ଅଧିକାରୀମାନଙ୍କର ଭତ୍ତା ୧୩,୦୧୩ ଟଙ୍କାରୁ ୧୬,୯୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଭାରତ ସରକାରଙ୍କ ଦ୍ୱାରା ନିଆଯାଇ ଥିବା ଉପରୋକ୍ତ ପଦକ୍ଷେପ ଅନୁଯାୟୀ, ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ସମ୍ବେଦନଶୀଳ ଅଞ୍ଚଳରେ ନିୟୋଜିତ ଅର୍ଦ୍ଧସାମରିକ ସୁରକ୍ଷା ବାହିନୀ ଉପକୃତ ହେବାଦ୍ୱାରା ସେମାନଙ୍କ ମନୋବଳ ବଢ଼ିବ ଏବଂ ସେମାନେ ମନପ୍ରାଣ ଦେଇ ଦେଶ ପାଇଁ କାର୍ଯ୍ୟ କରିବେ।



from Odisha Reporter https://ift.tt/2tTtQLO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages