ଟ୍ରମ୍ପଙ୍କ ଟ୍ରେଡ୍‌ ଝଟ୍‌କା, ଭାରତ କହିଲା ପ୍ରଭାବ ପଡ଼ିବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 5, 2019

ଟ୍ରମ୍ପଙ୍କ ଟ୍ରେଡ୍‌ ଝଟ୍‌କା, ଭାରତ କହିଲା ପ୍ରଭାବ ପଡ଼ିବନି

ନୂଆଦିଲ୍ଲୀ: ଭାରତ ବର୍ତ୍ତମାନ ସୁବିଧା ନେଉଥିବା ‘ପ୍ରିଫରେନ୍‌ସିଆଲ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ’ ବନ୍ଦ କରାଯିବ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଏହାର ବିଶେଷ କିଛି ପ୍ରଭାବ ପଡ଼ିବନି ବୋଲି ଭାରତ ତା’ର ପ୍ରତିକ୍ରିୟାରେ କହିଛି। ବର୍ତ୍ତମାନ ୫୬୦ କୋଟି ଡଲାର ମୂଲ୍ୟର ଭାରତୀୟ ଉତ୍ପାଦ ଉପରେ ଶୁଳ୍କ ଲାଗୁନି। ଏହାକୁ ଜେନେରାଲାଇଜ୍‌ଡ ସିଷ୍ଟମ୍‌ ଅଫ୍ ପ୍ରିଫରେନ୍ସ ବା ଜିଏସ୍‌ପି କୁହାଯାଏ।

କେନ୍ଦ୍ର ବାଣିଜ୍ୟ ସଚିବ ଅନୁପ ୱଦ୍ଧୱାନ୍‌ କହିଛନ୍ତି, ଏଥିରେ ରପ୍ତାନୀ ଉପରେ କୌଣସି ପ୍ରଭାବ ପଡ଼ିବନି ଏବଂ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ରଙ୍କୁ ମଧ୍ୟ କିଛି ଫାଇଦା ହେବନି। ଭାରତ ଯାହା ମଧ୍ୟ ଟାରିଫ୍‌ ଲାଗୁ କରିଛି ବିଶ୍ୱ ବାଣିଜ୍ୟିକ ସଂଗଠନ ଅନୁଯାୟୀ ତାହା ସୁସଂଗତ। ଏବେ କେବଳ ୧.୯ କୋଟି ଡଲାର ମୂଲ୍ୟର ଉତ୍ପାଦ ଉପରେ ଏହାର ପ୍ରଭାବ ପଡ଼ିବ। ଏହି ଉତ୍ପାଦ ମଧ୍ୟରେ କିଛି କଞ୍ଚାମାଲ ଏବଂ ଅର୍ଗାନିକ୍‌ କେମିକାଲ ଆଦି ରହିଛି।

ସୂଚନାଯୋଗ୍ୟ ଯେ, ଟ୍ରମ୍ପ ଭାରତକୁ ‘ହାଇ ଟାରିଫ୍‌ କଣ୍ଟ୍ରି’ କହିଥିଲେ। ଏହାର ପ୍ରତିକ୍ରିୟାରେ ଅନୁପ କହିଥିଲେ, ଭାରତ ଏକ ହାଇ-ଟାରିଫ୍‌ ଲଗାଇଥିବା ଦେଶ ନୁହେଁ। ଅନ୍ୟପକ୍ଷରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଟ୍ରେଡ୍‌କୁ ନେଇ ଆମେରିକା ସହିତ ବର୍ତ୍ତମାନ ମଧ୍ୟ ଆଲୋଚନା ଚାଲୁ ରହିଛି ବୋଲି ସେ ସୂଚନା ଦେଇଛନ୍ତି।



from Odisha Reporter https://ift.tt/2HgHYH9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages