ଆମ ଭୋଟ କଥା: କେବେ ସାମିଲ୍‌ ହେଲା ଭୋଟିଂ ମେଶିନ୍‌ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଆମ ଭୋଟ କଥା: କେବେ ସାମିଲ୍‌ ହେଲା ଭୋଟିଂ ମେଶିନ୍‌ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୃଥିବୀର ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ ଭାରତ। ୧୭ ତମ ସାଧାରଣ ନିର୍ବାଚନକୁ ନେଇ ଦେଶର ମାହୋଲ ସରଗରମ। ୨୦୧୯ ଏପ୍ରିଲରୁ ଆରମ୍ଭ ହେବ ମତଦାନ। ସବୁଆଡ଼େ ନିର୍ବାଚନକୁ ନେଇ ଚର୍ଚ୍ଚା। ଜଣେ ଭାରତୀୟ ଭାବେ ଆସନ୍ତୁ ଜାଣିବା ଏହି ନିର୍ବାଚନ ସମ୍ପର୍କିତ କିଛି ବିଶେଷ କଥା ।

୧-୨୦୧୪ ନିର୍ବାଚନରେ ଭାରତର ଭୋଟର ସଂଖ୍ୟା ଥିଲା ପୃଥିବୀର ସବୁ ଦେଶଠାରୁ ଅଧିକ। ପ୍ରାୟ ୧୫୦ ମିଲିଅନ ନୂଆ ଭୋଟର ଏହି ନିର୍ବାଚନରେ ନିଜର ମତଦାନ କରିଥିଲେ।

ତେବେ ୨୦୧୯  ନିର୍ବାଚନରେ ୯୦୦ ମିଲିଅନ ଯୋଗ୍ୟ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।

୨-୨୦୧୪ରେ ନିର୍ବାଚନ ଇତିହାସରେ ଏକ ପରିବର୍ତ୍ତନ ଆସିଥିଲା। । ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ଭୋଟିଂ ମେସିନ୍‌ରେ ‘ନୋନ୍ ଅଫ ଦ ଆବଭ’ ଅପ୍‌ସନ ସାମିଲ ହୋଇଥିଲା। ନିର୍ବାଚନରେ ହୋଇଥିବା କୌଣସି ପ୍ରାର୍ଥୀ ପସନ୍ଦ ନ ହେଲେ ଭୋଟର ଏହି ଅପସନ୍‌ରେ ଭୋଟ ଦେବ।

୩- ୨୦୧୪ ନିର୍ବାଚନରେ ୮୧୪ ମିଲିଅନ ଭୋଟର ୧.୮ ମିଲିଅନ ଭୋଟିଂ ମେସିନ ସାହାଯ୍ୟରେ ମତଦାନ କରିଥିଲେ। ଦେଶରେ ପ୍ରଥମ ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ୍‌ ବ୍ୟବହାର ହୋଇଥିଲା ୧୯୮୨ କେରଳର ଏକ ଉପ ନିର୍ବାଚନରେ। କେରଳର ଉତ୍ତର ପରଭୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ବେଳେ ଭୋଟର ପ୍ରଥମ କରି ଭୋଟିଂ ମେସିନ୍‌ରେ ମତଦାନ କରିଥିଲେ ।

୪-୨୦୧୪ରେ ୧୧ ମିଲିଅନ ସରକାରୀ ଅଧିକାରୀ ଭୋଟକାର୍ଯ୍ୟ ପରିଚାଳନାରେ ସାମିଲ ହୋଇଥିଲେ।

୫- ୨୦୧୪ ନିର୍ବାଚନରେ ଜାତୀୟ ସ୍ତରୀୟ ଦଳ ୬, ଆଞ୍ଚଳିକ ଦଳ ୫୦ ଏବଂ  ୧୫୦୦ରୁ ଅଧିକ ଅଣମାନ୍ୟତା ପ୍ରାପ୍ତ ଦଳ ସାମିଲ ହୋଇଥିଲେ।

୨୦୧୯ ନିର୍ବାଚନରେ ସାମିଲ ହେବେ ୭ ଜାତୀୟ ସ୍ତରର ଦଳ, ୨୭ ଆଞ୍ଚଳିକ ଦଳ, ୨୩୦୧ ଅଣମାନ୍ୟତା ପ୍ରାପ୍ତ ଦଳ।

୬-ଓଡ଼ିଶାର ନବରଙ୍ଗପୁର ଲୋକସଭା ଆସନ ଅଧିନରେ ଥିବା ମାଲକାନଗିରି ବିଧାନସଭା ଦେଶର ସବୁଠାରୁ ବଡ ନିର୍ବାଚନମଣ୍ଡଳୀ। ଏଠାରେ ୩,୧୮୩, ୩୨୫ ଭୋଟର ଅଛନ୍ତି। ଏରିଆ ଦୃଷ୍ଟିରୁ ଦେଖିଲେ, ଲଦାଖ ସବୁଠାରୁ ବଡ ଲୋକସଭା ନିର୍ବାଚନମଣ୍ଡଳୀ। ଭୋଟର ସଂଖ୍ୟା ଦୃଷ୍ଟିରୁ ଦେଖିଲେ ଲାକ୍ଷାଦୀପ ସବୁଠାରୁ ସାନ ନିର୍ବାଚନମଣ୍ଡଳୀ।

୭-ଉତ୍ତର ପ୍ରଦେଶ ସବୁଠାରୁ ଅଧିକ ସାଂସଦ ପ୍ରାର୍ଥୀ ଲୋକସଭାକୁ ଦେଇଥାଏ। ଏହି ରାଜ୍ୟରୁ ୮୦ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥାନ୍ତି।

୮-ଉତ୍ତର ପ୍ରଦେଶରୁ ସର୍ବାଧିକ ୮ ପ୍ରଧାନମନ୍ତ୍ରୀ ପାଇଛି ଦେଶ।



from Odisha Reporter https://ift.tt/2I02Brj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages