ନିର୍ବାଚନ ପୂର୍ବରୁ ଗାଡ଼ିରୁ ଜବତ ହେଉଛି ପୁଳା ପୁଳା ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ନିର୍ବାଚନ ପୂର୍ବରୁ ଗାଡ଼ିରୁ ଜବତ ହେଉଛି ପୁଳା ପୁଳା ଟଙ୍କା

କେନ୍ଦୁଝର/ପାଟଣାଗଡ଼/ସୁବର୍ଣ୍ଣପୁର(ପ୍ରଣୟ ପାଣି/ବଂଶୀଧର ସେଠ୍‌): ନିର୍ବାଚନ ଆଗରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପୂଳା ପୂଳା ଟଙ୍କା ଜବତ ହେଉଥିବାର ଖବର ପହଞ୍ଚୁଛି। ଆଜି ଗୋଟିଏ ଦିନରେ ଚମ୍ପୁଆ, ପାଟଣାଗଡ଼ ଓ ସୁବର୍ଣ୍ଣପୁରରୁ ୧୦ ଲକ୍ଷରୁ ଅଧିକ ଟଙ୍କା ପୁଲିସ ଓ ଫ୍ଲାଇଂ ସ୍କ୍ୱାଡ ଜବତ କରିଛି।

କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟ ଶଙ୍କରପୁର ଠାରେ ପୁଲିସ କଂଗ୍ରେସ ବିଧାୟକ ପ୍ରାର୍ଥୀ ଯଦୁମଣୀ ବାରିକଙ୍କ କାର୍‌ରୁ ୧ ଲକ୍ଷ ୯୫ ହଜାର ଟଙ୍କା ଜବତ କରିଛି। କାରଟି ଯୋଡ଼ାରୁ ଚମ୍ପୁଆ ଯାଉଥିବା ବେଳେ ପୁଲିସ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା। ଏହି ସମୟରେ ଗାଡ଼ି ଭିତରୁ ଟଙ୍କା, ଦଳୀୟ ବ୍ୟାନର ଓ ପତାକା ମିଳିଥିଲା। ମାତ୍ର ଏତେ ନଗଦ ଟଙ୍କା କାହିଁକି ନେଉଥିଲେ ବୋଲି ପ୍ରଶ୍ନ ହେବାରୁ ସନ୍ତୋଷଜନକ ଉତ୍ତର ଶ୍ରୀ ବାରିକ ଦେଇପାରିନଥିଲେ। ତେଣୁ ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି।

ସେହିପରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପୁଲିସ ଆଜି ଗୋଟିଏ କାର୍‌ରୁ ୮ ଲକ୍ଷ ଟଙ୍କା ଜବତ କରିଛି। କାର୍‌ଟି ପାଟଣାଗଡ଼ରୁ ଓଡ଼ିଆପାଲି ଅଭିମୁଖେ ଯାଉଥିବା ବେଳେ ପୁଲିସ ବଥଲା ଛକରେ ଯାନ ଚେକ କରୁଥିଲା। ଫଳରେ କାର୍‌ ନଂ OD-03-M-4995ରୁ ନଗଦ ୮ ଲକ୍ଷ ଟଙ୍କା ଜବତ କରିଥିଲା। କପା ମିଲ୍‌ର ଚାଷୀଙ୍କୁ ପେମେଣ୍ଟ ଦେବା ପାଇଁ ଟଙ୍କା ନେଇ ଯାଉଥିବା କାର୍‌ ମାଲିକ ଚୁଡାମଣି କଟା କହିଛନ୍ତି। ତଥାପି ପୁଲିସ ତାଙ୍କୁ ଅଟକ ରଖି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

ଚୁଡ଼ାମଣି କହିଛନ୍ତି-“ମାଆ ସମଲେଶ୍ୱରୀ କଟନ ଇଣ୍ଡଷ୍ଟ୍ରିର ମୁଁ ହେଉଛି ମାଲିକ। ଚାଷୀମାନଙ୍କୁ ଦେବା ପାଇଁ ପାଟଣାଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ନେଉଥିଲି। ଯିବା ଆସିବାରେ ଅସୁବିଧା ହେଉଥିବାରୁ ମୁଁ ନିୟମିତ ବ୍ୟାଙ୍କରୁ ଟଙ୍କା ଉଠାଇ ଚାଷୀଙ୍କୁ ପେମେଣ୍ଟ କରେ।”

ସେହିପରି ସୁବର୍ଣ୍ଣପୁରରେ ଏକ କାର ଭିତରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି। ବଲାଙ୍ଗିର- ସୋନପୁର ରାସ୍ତାର ହରଡ଼ ଖୋଲ ନିକଟରେ ଯାଞ୍ଚ ବେଳେ କାର ଭିତରୁ ଏହି ଟଙ୍କା ମିଳିଛି। ମାତ୍ର ଗାଡ଼ି ମାଲିକ ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ଟଙ୍କା ଓ ଗାଡ଼ିକୁ ପୁଲିସ ଜବତ କରିଛି। ଏହାଛଡ଼ା ଗାଡ଼ି ମାଲିକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।



from Odisha Reporter https://ift.tt/2uDf2RS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages