
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦ ସହିତ ଉପ-ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡିରୁ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି।
ବାଲେଶ୍ୱରର ବସ୍ତା ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ରଘୁନାଥ ମହାନ୍ତି ଗତକାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସେ ବିଜେଡି ଛାଡ଼ିବେ ବୋଲି ଆଲୋଚନା ଜୋର ଧରିଥିଲା।
ଗତ ଥର ଟିକେଟ୍ ପାଇନଥିବା ରଘୁନାଥ ଏଥର ପୁଣି ବସ୍ତାରୁ ଦଳୀୟ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। ତେବେ ଦଳ ପକ୍ଷରୁ ଏନେଇ କୌଣସି ସଙ୍କେତ ନ ମିଳିବା ପରେ ସେ ଦଳ ଛାଡ଼ିଥିବା କୁହାଯାଉଛି। ସେ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ରଘୁନାଥ ମହାନ୍ତି ବସ୍ତା ଆସନରୁ ୧୯୯୦ରୁ ୨୦୦୯ ଯାଏ ଲଗାତାର ୫ ଥର ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟ୍ରେ ଏଠାରୁ ବିଜୟୀ ହୋଇଥିବା ବେଳେ ତା’ପରେ ତିନି ଥର ବିଜେଡି ଟିକେଟ୍ରେ ନିର୍ବାଚିତ ହୋଇଥିଲେ। ସେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ରେ ମନ୍ତ୍ରୀ ବି ଥିଲେ।
from Odisha Reporter https://ift.tt/2uz2Phf
No comments:
Post a Comment