
ନୂଆଦିଲ୍ଲୀ: ମାଙ୍କଡ୍ ବିବାଦର ଦିନକ ପରେ ପୁଣି ଏକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ଆଇପିଏଲର ପଞ୍ଚମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ୬ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଥିଲା। ଏହି ମୁକାବିଲାରେ ଚେନ୍ନାଇର ଓପନିଂ ବ୍ୟାଟ୍ସମ୍ୟାନ ଶେନ ୱାଟସନ ୪୪ ରନର ବିସ୍ଫୋରକ ଇନିଂସ୍ ଖେଳି ନିଜ ଟିମକୁ ଜିତାଇଥିଲେ।
କିନ୍ତୁ ଏହି ମ୍ୟାଚରେ ୱାଟସନ ନିଜ ଇନିଂସ ସମୟରେ ଈଶାନ୍ତ ଶର୍ମା ଓ କାଗିସୋ ରବାଡାଙ୍କ ସହ ସ୍ଲେଜିଂ କରୁଥିବାର ଦେଖିବାକୁ ମିଳିଛି। ଚେନ୍ନାଇ ଇନିଂସର ତୃତୀୟ ଓଭରରେ ଈଶାନ୍ତ ଅମ୍ବାତି ରାୟୁଡୁଙ୍କ ଆଉଟ କରିଥିଲେ। ଯାହା ପରେ ଈଶାନ୍ତ ୱିକେଟ ନେବାର ଖୁସି ମନାଇଥିଲେ। ଈଶାନ୍ତଙ୍କ ଏହି ପ୍ରତିକ୍ରିୟାକୁ ଦେଖି ୱାଟସନ ହସି ପକାଇଥିଲେ।
ଏହାକୁ ନେଇ ଈଶାନ୍ତ ବହୁତ ରାଗି ଯାଇଥିଲେ ଏବଂ ୱାଟସନଙ୍କ ନିକଟକୁ ଯାଇ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ୱାଟସନ ଓ ଈଶାନ୍ତଙ୍କ ମଧ୍ୟରେ ମାମଲା ବଢୁଥିବାର ଦେଖି ଅଧିନାୟକ ଶ୍ରେୟସ ଆୟର ହସ୍ତକ୍ଷେପ କରିଥିଲେ। ଏହା ପରେ ବ୍ୟାଟିଂ କରୁଥିବା ବେଳେ ୱାଟସନ୍ କାଗିସୋ ରବାଡାଙ୍କ ରାସ୍ତା ରୋକିବାକୁ ପ୍ରୟାସ କରିଥିଲେ।
ଏଥିରେ ଉତକ୍ଷୀପ୍ତ ହୋଇ ରବାଡା ମଧ୍ୟ ରାଗି ଯାଇଥିଲେ। ଏବେ ଈଶାନ୍ତଙ୍କ ପରେ ୱାଟସନ ରବାଡାଙ୍କ ସହ ମଧ୍ୟ ସ୍ଲେଜିଂ କରିବା ଆରମ୍ଭ କରିଦେଇଥିଲେ। ତେବେ ପରେ ଅମିତ ମିଶ୍ର ୱାଟସନଙ୍କୁ ଆଉଟ କରି ପ୍ୟାଭିଲିୟନ ପଠାଇଥିଲେ। କିନ୍ତୁ ଏହି ବିବାଦ ବେଶୀ ଆଗକୁ ଯାଇନଥିଲା ଏବଂ ମ୍ୟାଚ ପରେ ଦିଲ୍ଲୀ କୋଚ ରିକି ପଣ୍ଟିଂ ୱାଟସନ ଓ ରବାଡାଙ୍କ ମଧ୍ୟରେ ବିବାଦକୁ ଶେଷ କରିଥିଲେ ଏବଂ ସବୁକିଛି ଠିକଠାକ ହୋଇଥିଲା।
ଏହି ଘଟଣା ସମୟର ଭିଡିଓ ଆଇପିଏଲର ଅଫିସିଆଲ ୱେବସାଇଟରେ ଶେୟାର କରାଯାଇଛି।
Watson riles up Ishant & Rabada https://t.co/SnRFkBFbUp
— Ankush Das (@AnkushD86744515) March 26, 2019
from Odisha Reporter https://ift.tt/2HXGxO6
No comments:
Post a Comment