ଭାରତ–ପାକିସ୍ତାନ ଯୁଦ୍ଧକୁ ବଲିଉଡ୍‌ ଫିଲ୍ମ ଗୀତ ସହ ତୁଳନା କରି ଟ୍ରଲ ହେଲେ ଟିଭି ଆଙ୍କର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ଭାରତ–ପାକିସ୍ତାନ ଯୁଦ୍ଧକୁ ବଲିଉଡ୍‌ ଫିଲ୍ମ ଗୀତ ସହ ତୁଳନା କରି ଟ୍ରଲ ହେଲେ ଟିଭି ଆଙ୍କର୍‌

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଅଘୋଷିତ ଯୁଦ୍ଧ ଦୁଇ ଦେଶ ମଧ୍ୟରେ ଏକ ଗମ୍ଭୀର  ପରିସ୍ଥିତି ସୃଷ୍ଟି କରିଛି। ସାରା ବିଶ୍ୱର ଦୃଷ୍ଟି ମଧ୍ୟ ଦୁଇ ଦେଶ ଉପରେ ନିବଦ୍ଧ। କେଉଁ ମୁହୂର୍ତ୍ତରେ ବି ଯୁଦ୍ଧ ଘୋଷଣା ହୋଇପାରେ। ଶାନ୍ତି ପ୍ରତିଷ୍ଠା ନିବେଦନ କରି ସୋଶାଲ ମିଡିଆରେ ସମସ୍ତେ  ପ୍ରତିକ୍ରିୟା ରଖୁଛନ୍ତି। ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସାଉଥ୍‌ ଆଫ୍ରିକାର ଟିଭି ଆଙ୍କର୍‌ ଟ୍ରେଭର୍‌ ନୋହ ବେଶ ସମାଲୋଚନାର ଶିକାର ହୋଇଛନ୍ତି। ଭାରତ-ପାକ ଯୁଦ୍ଧ ପରିସ୍ଥିତିକୁ ନେଇ ତାଙ୍କର ଉପହାସ ଏବଂ  ହସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ  ତାଙ୍କୁ ଟ୍ରଲର  ଶୀକାର ହେବାକୁ ପଡ଼ିଛି।

ଟ୍ରେଭର୍‌ ନୋହ ସାଉଥ୍‌ ଆଫ୍ରିକାର ଟିଭି ଆଙ୍କର୍‌ ଓ ଆମେରିକାନ୍‌ ଟକ୍‌ ଶୋର ହୋଷ୍ଟ୍‌ ଏବଂ କମେଡିଆନ୍‌।

ଟ୍ରେଭର ଏକ ଟେଲି ଶୋ’ରେ ଉପସ୍ଥାପନା କରୁଥିବା ସମୟରେ  ଲୋକଙ୍କୁ ହସାଇବା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ   ଉତ୍ତେଜନା ଉପରେ କମେଣ୍ଟ କରି କହିଥିଲେ, “ମୁଁ ପ୍ରାର୍ଥନା କରୁଛି, ଯେମିତି ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଲଢନ୍ତୁ ନାହିଁ। ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହୁଏ ତେବେ ଏସବୁ ଦେଖିବା ବହୁତ ମନୋରଞ୍ଜନ ପୂର୍ଣ୍ଣ ହେବ।’  ଏହି ଭିଡିଓରେ ସେ ଭାରତୀୟ ସୈନିକଙ୍କର ମଜା ଉଡାଇ କହିଛନ୍ତି ଯେ, “ଭାରତୀୟ ସୈନିକମାନେ ବଲିଉଡ ଗୀତରେ ନାଚି ନାଚି ଶତ୍ରୁପକ୍ଷଙ୍କୁ ମାରିବେ।”

ଟ୍ରେଭରଙ୍କ ଏହି କଥା ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ସମାଲୋଚନା କରିଛନ୍ତି।
ଟ୍ଵିଟର ବ୍ୟବହାରକାରୀମାନେ ଟ୍ରୋଲ କରି ଲେଖିଛନ୍ତି, “ଦୁଇ ଦେଶ ମଧ୍ୟରେ ଏତେ ଗମ୍ଭୀର ପରିସ୍ଥିତି ଲାଗି ରହିଥିବା ବେଳେ ତୁମକୁ ମଜା ଲାଗୁଛି। ଏହା ଏତେ ସହଜ ନୁହେଁ, ନିଜ ଶୋ’କୁ ଲୋକପ୍ରିୟ କରିବା ପାଇଁ ଯେ କୌଣସି ଜିନିଷର ସାହାରା ନେବ ।”
ଅନ୍ୟଜଣେ ଟ୍ଵିଟର ବ୍ୟବହାରକାରୀ ଲେଖିଛନ୍ତି, ‘ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗଥିବା ଉତ୍ତେଜନାକୁ ନେଇ ଯାହା ବି କହିଲ ତାହା ଶୁଣି ଆଶ୍ଚର୍ଯ୍ୟ ଲାଗିଲା ଏବଂ ଯେଉଁଭଳି ଶୈଳୀରେ ଆପଣ ଭାରତୀୟଙ୍କର ମଜା ଉଡାଇଲେ ତାହା ବହୁତ ଖରାପ ଥିଲା।’

ବଲିଉଡ ଅଭିନେତ୍ରୀ ସ୍ଵରା ଭାସ୍କର ମଧ୍ୟ ଟ୍ରେଭରଙ୍କ ଏହି ଭିଡିଓ ଦେଖିବା ପରେ ତାଙ୍କୁ ସମାଲୋଚନା କରିଛନ୍ତି। ସେ ନିଜ ଟ୍ଵିଟର ଆକାଉଣ୍ଟରେ ଲେଖିଛନ୍ତି,  “ଯୁଦ୍ଧ କେବେ ବି ମଜା କଥା ନୁହେଁ କି ମନୋରଞ୍ଜନପୂର୍ଣ୍ଣ ନୁହେଁ ଓ ହିନ୍ଦୀ ଭାଷାକୁ ନେଇ ଥଟ୍ଟା କରିବା ଅନୁଚିତ। ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ଆପଣ ଯାହା କମେଣ୍ଟ ଦେଇଛନ୍ତି ତାହା ବହୁତ ଖରାପ ଅଟେ।”

ତେବେ କମେଣ୍ଟ ଦେଇ ଟ୍ରେଭର ପ୍ରଥମଥର ପାଇଁ ଏପରି ସମାଲୋଚିତ ହେଉନାହାନ୍ତି,   ଦକ୍ଷିଣ ଆଫ୍ରିକାର ଏହି କମେଡିଆନ ଓ ଉପସ୍ଥାପକ ପୂର୍ବରୁ ଅନେକ ବିବାଦପୂର୍ଣ୍ଣ ମନ୍ତବ୍ୟ ଦେଇ ସମାଲୋଚିତ ହୋଇଛନ୍ତି।



from Odisha Reporter https://ift.tt/2HbHcv6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages