
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ସହିତ ଏ ଦୁଇ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପାଇଁ ସେ କାଲି ପ୍ରାର୍ଥିପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ପାଣିଗ୍ରାହୀ ଏ ସୂଚନା ଦେଇଛନ୍ତି।
ସେ କହିଛନ୍ତି, କାଲି ଶୁଭବେଳା ଦେଖି ନବୀନ ଛତ୍ରପୁରରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିବେ।
ସୂଚନାଯୋଗ୍ୟ, ୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।
ଚଳିତ ନିର୍ବାଚନରେ ନବୀନ ଦୁଇଟି ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ହିଞ୍ଜିଳି ସହିତ ସେ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ପ୍ରାର୍ଥୀ ହେବେ।
from Odisha Reporter https://ift.tt/2FfCZ6Y
No comments:
Post a Comment