ସାଓମି ଲଞ୍ଚ୍‌ କଲା Mi Pay: ଟକ୍କର ଦେବ Google Payକୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 19, 2019

ସାଓମି ଲଞ୍ଚ୍‌ କଲା Mi Pay: ଟକ୍କର ଦେବ Google Payକୁ

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ ସାଓମି ଭାରତରେ ଲଞ୍ଚ୍‌ କଲା ‘Mi Pay’। ଚିନ୍‌ ପରେ ଭାରତରେ ‘Mi Pay’ ଲଞ୍ଚ୍‌ କଲା କମ୍ପାନୀ। ଏହାର ପେମେଣ୍ଟ ସର୍ଭିସ୍ UPI ବେସଡ୍‌ ଅଟେ । ଯଦି ଆପଣ Google pay ବ୍ୟବହାର କରିଛନ୍ତି, Mi Pay ମଧ୍ୟ ଠିକ୍‌ ସେହିପରି କାମ କରେ। ଏହା ଭାରତୀୟ ବଜାରରେ Google payକୁ କଡ଼ା ଟକ୍କର ଦେଇପାରେ। ଏହାର ବ୍ୟବହାର ପ୍ରକ୍ରିୟା ବହୁତ ସରଳ। Google pay ପରି ଏହା ମଧ୍ୟ ଆପଣଙ୍କ ଫୋନ୍‌ ନମ୍ବରରୁ ସମସ୍ତ ଆକାଉଣ୍ଟ ଡିଟେଲ୍ସ ନେଇଯାଏ।

ଅଫର୍‌ ଅନୁଯାୟୀ Mi Pay ୟୁଜର୍ସ Redmi Note 7 ଓ Mi TV ମଧ୍ୟ ଜିତି ପାରିବେ। Mi Pay ବ୍ୟବହାର କରିବା ପାଇଁ ଆପଣଙ୍କୁ  MIUIର ନୂଆ ଅପଡେଟ୍‌ ଆପ୍‌କୁ ଇନ୍‌ଷ୍ଟଲ କରିବାକୁ ପଡ଼ିବ ଯାହାକି ଭାରତରେ ଦିଆଯାଇଛି। ଏହି ଆପ୍‌ରେ QR କୋଡ୍‌ର ଅପସନ୍ ଦିଆଯାଇଛି, ଯାହାକୁ ସ୍କାନ୍‌ କରି ପେମେଣ୍ଟ କରାଯାଇପାରିବ।  ଏଥିରେ ମନି ସେଣ୍ଡ  ଓ ରିକ୍ୱେଷ୍ଟ କରିହେବ। ଏହାର ୟୁଜର ଇଣ୍ଟରଫେସ୍‌କୁ କମ୍ପାନୀ ବହୁତ ସରଳ ରଖିଛି। କମ୍ପାନୀ ମୁତାବକ MIUIରେ ଏହା ବେଶି ଭଲରେ କାମ କରିବ।

କମ୍ପାନୀ ମୁତାବକ ଆପଣଙ୍କ ପାଖରେ ସାଓମିର ଫୋନ୍‌ ଥିଲେ ଆପଣ ଏହାକୁ ଏସଏମଏସ୍‌ ଜରିଆରେ ବ୍ୟବହାର କରିପାରିବେ। ଏହାକୁ ୟୁଟିଲିଟି ବିଲ୍‌ ପେ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ମୋବାଇଲ ରିଚାର୍ଜ ହେଉ କି ଇଲେକ୍ଟ୍ରି ବିଲ୍‌ ଆପଣ Mi Payରେ ସବୁକିଛି କରିପାରିବେ। କିନ୍ତୁ ଆପଣ Mi Payକୁ ଡାଉନ୍‌ଲୋଡ କରିପାରିବେ ନାହିଁ। ଏହାକୁ କେବଳ ସାଓମି ସ୍ମାର୍ଟଫୋନ୍‌ରେ ହିଁ ବ୍ୟବହାର କରିପାରିବେ।



from Odisha Reporter https://ift.tt/2TM2mqV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages