ସର୍ବସମ୍ମୁଖରେ ବିଜେପି ସାଂସଦ ଓ ବିଧାୟକ ଚପଲରେ ପିଟାପିଟି, ଭିଡିଓ ଭାଇରାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ସର୍ବସମ୍ମୁଖରେ ବିଜେପି ସାଂସଦ ଓ ବିଧାୟକ ଚପଲରେ ପିଟାପିଟି, ଭିଡିଓ ଭାଇରାଲ୍‌

ଲକ୍ଷ୍ନୌ: ରାଜନେତାମାନେ ପ୍ରଶଂସା ସାଉଁଟିବାକୁ କେମିତି ମାରପିଟି ହୁଅନ୍ତି, ତାହା ବିଜେପି କ୍ଷମତାସୀନ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି।

ବିକାଶମୂଳକ କାର୍ଯ୍ୟର ସମୀକ୍ଷା ଚାଲିଥିବା ବେଳେ ବିଜେପିର ଜଣେ ବିଧାୟକ ଓ ଜଣେ ସାଂସଦ ପରସ୍ପରକୁ ଜୋତାରେ ଆକ୍ରମଣ କରିଛନ୍ତି। ଏହାର ଭିଡିଓ ମଧ୍ୟ ରେକର୍ଡ ହୋଇଛି।

ଆଜି ଲକ୍ଷ୍ନୌଠାରୁ ୨୦୦ କିମି ଦୂର ସନ୍ତ କବିର ନଗର ଠାରେ ଜିଲ୍ଲା ସଂଯୋଜକ ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସମୟରେ ବିଜେପି ସାଂସଦ ଶରଦ ତ୍ରିପାଠୀ କ’ଣ ପାଇଁ ତାଙ୍କ ନାଁ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ ହେଉଥିବା ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ବେଳେ ଫଳକରେ ଲେଖା ଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ। ତେବେ ବିଧାୟକ ରାକେଶ ବାଘଲେ ନାମକ ବିଜେପିର ସ୍ଥାନୀୟ ବିଧାୟକ ଏହାକୁ ବିରୋଧ କରିଥିଲେ।

ଏହାକୁ ନେଇ ଦୁଇ ଦଳୀୟ ନେତା ପରସ୍ପର ସହ ଯୁକ୍ତିତର୍କ କରିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଦୁଇ ଜଣ ଯାକ ନେତା ପରସ୍ପରକୁ ସର୍ବମସମ୍ମୁଖରେ ଜୋତାରେ ଆକ୍ରମଣ କରିଥିଲେ। ବେଶ କିଛି ସମୟ ଏଭଳି ଡ୍ରାମା ଚାଲିବା ପରେ ବୈଠକରେ ଉପସ୍ଥିତ ଥିବା ପୁଲିସ୍‌ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିଥିଲା।

ଏହି ଘଟଣା ପରେ ବାଘଲେ ଏବଂ ତାଙ୍କ ସମର୍ଥକମାନେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଫିସ ଆଗରେ ବିକ୍ଷୋଭ କରିବା ସହ ଶ୍ରୀ ତ୍ରିପାଠୀଙ୍କ ଗିରଫ ଦାବି କରିଥିଲେ। ବିଜେପି ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଉଭୟ ନେତାଙ୍କୁ ଲକ୍ଷ୍ନୌ ସ୍ଥିତ ମୁଖ୍ୟାଳୟରେ ହାଜର ହେବାକୁ ସମନ କରିଛି।

ଦେଖନ୍ତୁ ଭିଡିଓ

ସୌଜନ୍ୟ: ଏଏନ୍‌ଆଇ



from Odisha Reporter https://ift.tt/2VHoHTe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages