ଭାରତରେ ମୋବାଇଲ ଡାଟା ସବୁଠୁ ଶସ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 6, 2019

ଭାରତରେ ମୋବାଇଲ ଡାଟା ସବୁଠୁ ଶସ୍ତା

ନୂଆଦିଲ୍ଲୀ: 230ଟି ଦେଶ ତୁଳନାରେ ଭାରତରେ ମୋବାଇଲ ଡାଟା ସବୁଠୁ ଶସ୍ତା । ଭାରତରେ ୧ ଜିବି ଡାଟା ପାଇଁ ୧୫ ଟଙ୍କା ଦେବାକୁ ପଡୁଛି । ହେଲେ ଅନ୍ଯ ଦେଶରେ ଏହା ୬୦୦ ଟଙ୍କା ରହିଛି । Cable.co.uk ନାମକ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିଛି ।

ଭାରତରେ ଏକ ଜିବିର ମୂଲ୍ୟ ୧୮ ଟଙ୍କା ଥିବା ବେଳେ ବ୍ରିଟେନରେ ଏହାର ମୂଲ୍ୟ ୪୬୮ ଟଙ୍କା, ଆମେରିକାରେ ୮୬୯ ଟଙ୍କା । ଅର୍ଥାତ ଏହାର ହାରାହାରି ମୂଲ୍ୟ ୬୦୦ ଟଙ୍କା ରହିଛି । ଡାଟା ମୂଲ୍ୟ ଶସ୍ତା ହୋଇଥିବାରୁ ଭାରତ ଏବେ ବିଶ୍ବର ସବୁଠାରୁ ବଡ଼ ସ୍ମାର୍ଟ ଫୋନ ବଜାର ପାଲଟିଯାଇଛି ।

ସୂଚନାଯୋଗ୍ୟ , ଭାରତରେ ୪୩ କୋଟିରୁ ଅଧିକ ଲୋକ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି । ଏ କ୍ଷେତ୍ରରେ ଚୀନ ପରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି ।

୨୦୧୬ରେ ଜିଓ ବଜାରରେ ପ୍ରବେଶ କରିବା ପରେ ଭାରତରେ ଡାଟା ମୂଲ୍ୟ ହ୍ରାସ ପାଇଛି । ଜିଓ ପୂର୍ବରୁ ୧ ଜିବି ଡାଟାର ମୂଲ୍ୟ ପାଖାପାଖି ୧୦୦ ଟଙ୍କା ଥିଲା। ତେବେ ଜିଓ ପ୍ରବେଶ କରିବା ପରେ ଅନ୍ୟାନ୍ୟ ଟେଲିକମ କମ୍ପାନୀ ବାଧ୍ୟ ହୋଇ ଦର ହ୍ରାସ କରିଛନ୍ତି। ଏବେ ଭାରତରେ ଜିଓର ୨୮ କୋଟି ଗ୍ରାହକ ଥିବା ଜଣାପଡିଛି ।



from Odisha Reporter https://ift.tt/2ER6MDK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages