ଏସିଆନ୍ ଏୟାରଗନ୍ ଚାମ୍ପିଅନଶିପ୍: ସରବଜୋତ୍ ଓ ଈଶା ଜିତିଲେ ସ୍ୱର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଏସିଆନ୍ ଏୟାରଗନ୍ ଚାମ୍ପିଅନଶିପ୍: ସରବଜୋତ୍ ଓ ଈଶା ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ତାଇପେଇର ତାଓୟୁଆନଠାରେ ଚାଲିଥିବା ଦ୍ୱାଦାଶ ଏସିଆନ୍ ଏୟାରଗନ୍ ଚାମ୍ପିଅନଶିପରେ ଭାରତର ସରବଜୋତ୍ ସିଂହ ଓ ଈଶା ସିଂହ ଯଥାକ୍ରମେ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଓ ମହିଳା ଜୁନିୟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସରବଜୋତ୍ ମଧ୍ୟ ଅର୍ଜୁନ ଚୀମା ଓ ବିଜୟବୀର ସିଦ୍ଧୁଙ୍କ ସହ ମିଶି ଜୁନିୟର ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଭାରତ ଏପର୍ଯ୍ୟନ୍ତ ଏହି ଚାମ୍ପିଅନଶିପରେ ୮ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ଜିତିଛି। ସରବଜୋତ୍ କ୍ୱାଲିଫାୟରରେ ୫୭୯ ସ୍କୋର ସହ ଶୀର୍ଷରେ ରହିଥିଲେ। ଏହା ପରେ ସେ ଫାଇନାଲରେ ୨୩୭.୮ ସ୍କୋର ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ପରକୁ କୋରିଆର ୨୩୬.୬ ସ୍କୋର ସହ ରୌପ୍ୟ ପଦକ ହାସଲ କରିଥିଲେ।

ଏହି ଇଭେଣ୍ଟରେ ଭାରତର ଅନ୍ୟତମ ଶୁଟର ବିଜୟବୀର ୨୧୭.୫ ସ୍କୋର ସହ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଅର୍ଜୁନ ଚୀମା ଚତୁର୍ଥ ସ୍ଥାନରେ ରହିଥିଲେ। ଏହି ଭାରତୀୟ ଯୋଡ଼ି ୧୭୧୮ ସ୍କୋର ସହ ଟିମ ଇଭେଣ୍ଟରେ ସ୍ୱର୍ଣ୍ଣ ଓ ତାଇପେଇ ଯୋଡ଼ି ୧୬୯୯ ସ୍କୋର ସହ ରୌପ୍ୟ ପଦକ ଜିତିଥିଲେ।

ଜୁନିୟର ମହିଳା ବର୍ଗରେ ଈଶା କ୍ୱାଲିଫାଇଙ୍ଗରେ ୫୭୬ ସ୍କୋର ସହ ଶୀର୍ଷରେ ରହିଥିଲେ। ଫାଇନାଲରେ ସେ ୨୪୦.୧ ସ୍କୋର ସହ ସ୍ୱର୍ଣ୍ଣ ଓ କୋରିଆର ୟୁନ୍ ସିଅନଜିଅଙ୍ଗ ୨୩୫ ସ୍କୋର ସହ ରୌପ୍ୟ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଅନ୍ୟ ଭାରତୀୟ ଶୁଟର ଯଥା ହର୍ଶଦା ନିଥାବେ ଓ ଦେବାଂଶୀ ଧାମା ଯଥାକ୍ରମେ ପଞ୍ଚମ ଓ ଅଷ୍ଟମ ସ୍ଥାନରେ ରହିଥିଲେ।



from Odisha Reporter https://ift.tt/2V51Rov

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages