ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ପଞ୍ଜାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 30, 2019

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଲା ପଞ୍ଜାବ

ଚଣ୍ଡିଗଡ଼: ଚଳିତ ଆଇପିଏଲର ନବମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗସ ଇଲେଭେନ ପଞ୍ଜାବ ମୁହାଁମୁହିଁ ହୋଇଛନ୍ତି। ଏହି ମୁକାବିଲାରେ କିଙ୍ଗସ ଇଲେଭେନ ପଞ୍ଜାବ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଅର୍ଥାତ ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ।

ମୁମ୍ବାଇ ଦଳ ଅପରିବର୍ତ୍ତିତ ରହିଥିବା ବେଳେ ପଞ୍ଜାବ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ପଞ୍ଜାବ ଦଳରେ ବରୁନ ଚକ୍ରବର୍ତ୍ତୀଙ୍କ ସ୍ଥାନରେ ମୁରୁଗାନ ଅଶ୍ୱିନ ସ୍ଥାନ ପାଇଛନ୍ତି। ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ତା’ର ଶେଷ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୬ ୱିକେଟରେ ବିଜୟୀ ହୋଇଥିବା ବେଳେ ପଞ୍ଜାବ ତା’ର ଶେଷ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସଠାରୁ ୨୮ ରନରେ ହାରିଥିଲା।

ପଞ୍ଜାବ ଏକାଦଶ: ଲୋକେଶ ରାହୁଲ, କ୍ରିସ ଗେଲ, ମୟଙ୍କ ଅଗ୍ରୱାଲ, ସର୍ଫରାଜ ଖାନ, ଡେଭିଡ ମିଲର୍, ମନଦୀପ ସିଂହ, ରବିଚନ୍ଦ୍ରନ ଅଶ୍ୱିନ୍ (ଅଧିନାୟକ), ହାର୍ଡସ ଭିଲଜୋଏନ୍, ମୁରୁଗାନ ଅଶ୍ୱିନ, ମହମ୍ମଦ ସାମି, ଆଣ୍ଡ୍ରୁ ଟାଇ।

ମୁମ୍ବାଇ ଏକାଦଶ: କ୍ୱିଣ୍ଟନ ଡିକକ, ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ଯୁବରାଜ ସିଂହ, କାଇରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ହାର୍ଦ୍ଦିକ ପାଣ୍ଡ୍ୟା, ମିଚେଲ ମ୍ୟାକକ୍ଲିନାଗନ, ମୟଙ୍କ ମାର୍କଣ୍ଡେ, ଜସପ୍ରୀତ ବୁମ୍ରା, ଲସିଥ୍ ମାଲିଙ୍ଗା ।



from Odisha Reporter https://ift.tt/2TKONmW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages