ଲଞ୍ଚ୍ ହେଲା Huawei P30 ଓ P30 Pro ସ୍ମାର୍ଟଫୋନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 27, 2019

ଲଞ୍ଚ୍ ହେଲା Huawei P30 ଓ P30 Pro ସ୍ମାର୍ଟଫୋନ୍

ନୂଆଦିଲ୍ଲୀ: ଚିନ୍‌ର ସ୍ମାର୍ଟଫୋନ୍‌ ମେକର୍ Huawei ପ୍ୟାରିସ୍‌ରେ ଏକ ଇଭେଣ୍ଟରେ ନିଜର ଫ୍ଲାଗଶିପ୍‌ ସ୍ମାର୍ଟଫୋନ୍‌ Huawei P30 ଓ P30 Pro ଲଞ୍ଚ୍ କରିଛି। ଲଞ୍ଚ୍ ସମୟରେ ସବୁଥର ପରି କମ୍ପାନୀ iPhoneସହ ଏହାର ତୁଳନା କରିଛି ଓ ଏହାକୁ iPhoneଠୁ ଭଲ ମଧ୍ୟ କହିଛି।

Huawei P30ର 6GB+128GBର ମୂଲ୍ୟ କମ୍ପାନୀ ୭୯୯ ୟୁରୋ(୬୨ ହଜାର ୨୪୦ ଟଙ୍କା) ରଖିଛି। ସେହିପରି Huawei P30 Proର 8GB+128GB ଭ୍ୟାରିଏଣ୍ଟର ମୂଲ୍ୟ ୯୯୯ ୟୁରୋ(ପାଖାପାଖି ୭୭ ହଜାର ୮୧୯ ଟଙ୍କା) ରହିଛି।  ଏହାବ୍ୟତୀତ 8GB+256GB ମୂଲ୍ୟ ୧୦୯୯ ୟୁରୋ(ପାଖାପାଖି ୮୫ ହଜାର ୬୯୦ ଟଙ୍କା) ଓ  8GB+512GBର ମୂଲ୍ୟ ୧୨୪୯(ପାଖାପାଖି ୯୨,୨୯୪ ଟଙ୍କା ରହିଛି)।

ଏହି ସ୍ମାର୍ଟଫୋନ୍‌ର ବିକ୍ରି ଅଲଗା ଅଲଗା ଦେଶରେ ଏପ୍ରିଲ୍‌ରୁ ଆରମ୍ଭ ହେବ । ଭାରତରେ  ମଧ୍ୟ ଏପ୍ରିଲ୍‌ରେ  କମ୍ପାନୀ ଏହି ଫୋନ୍‌ ଲଞ୍ଚ କରିବ। ଭାରତରେ ଏହାର ମୂଲ୍ୟ ୬୦ ହଜାର ଟଙ୍କାରୁ ଆରମ୍ଭ ହେବ। ଆମାଜନ୍ ଇଣ୍ଟିଆରେ ଏହି ସ୍ମାର୍ଟପୋନ୍‌ ପାଇଁ ନୋଟିଫାଇ ମି ଅପଶନ୍‌ ମଧ୍ୟ ମିଳୁଛି।

Huawei P30 ସ୍ମାର୍ଟଫୋନ୍‌ରେ ୬.୧ ଇଞ୍ଚର କ୍ୱାଡ୍ ଏଚ୍‌ଡି କର୍ଭ୍ଡ ଓଲେଡ୍‌ ଡିସ୍‌ପ୍ଲେ ଦିଆଯାଇଛି। ଏହି ଫୋନ୍ HiSilicon Kirin 980ରେ ଚାଲେ। ଏହି ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏହାର ୩ଟି ରିୟର କ୍ୟାମେରା ରହିଛି । ସେଥିମଧ୍ୟରୁ ଗୋଟିଏ 40m.p ଦ୍ୱିତୀୟଟି 16m.p ଓ ତୃତୀୟ କ୍ୟାମେରାଟି 8m.pର ଦିଆଯାଇଛି। ଏହି କ୍ୟାମେରାରେ ଫେସ୍‌ ଡିଟେକ୍ସନ୍‌, ଅଟୋଫୋକସ୍‌ ଓ ଲେଜର୍ ଅଟୋଫୋକସ୍‌ର ଅପଶନ୍‌ ମଧ୍ୟ ରହିଛି।

Huawei P30 Pro କଥା କହିଲେ ଏଥିରେ 40m.pର ୱାଇଡ୍ ଆଙ୍ଗେଲ୍ ଲେନ୍ସ, 20m.pର ୱାଇଡ୍‌ ଆଙ୍ଗେଲ ଲେନ୍ସ ଓ 8m.pର 5X ଟେଲିଫଟୋ ଲେନ୍ସ ଓ ToF ଟାଇମ୍ ଅଫ୍‌ ପ୍ଲାଇ ଅପ୍ଟିକଲ୍ ଇମେଜ୍ ଷ୍ଟେବ୍‌ଲାଇଜେସନ୍ ସହ ପେରିସ୍କୋପ୍ ଦିଆଯାଇଛି। P30 Proରେ IP68 ରେଟିଂ ଦିଆଯାଇଛି। ଯାହାକି ସମ୍ପୂର୍ଣ୍ଣ ଭାବେ ଡଷ୍ଟ ଓ ୱାଟର୍‌ ରେଜିଷ୍ଟେଣ୍ଟ ହେବ। ଏହି ସ୍ମାର୍ଟଫୋନ୍ ୫ଟି କଲର୍‌ ଭ୍ୟାରିଆଣ୍ଟ ବ୍ରିଦିଙ୍ଗ କ୍ରିଷ୍ଟଲ୍‌, ଏମ୍ବରର୍ ସନ୍‌ରାଇଜ୍, ପର୍ଲ ହ୍ୱାଇଟ୍, ଅରୋରା ଓ କ୍ଲାସିକଲ୍‌ ବ୍ଲାକ୍‌ରେ ଉପଲବ୍ଧ ହେବ। ଏହି ଫୋନ୍‌ ସହ କମ୍ପାନୀ 12,000mAhର ପାୱାର ବ୍ୟାଙ୍କ୍‌ ଓ ଏକ ୱାୟରଲେସ୍‌ ଇୟରଫୋନ୍‌ ମଧ୍ୟ ଲଞ୍ଚ୍ କରିଛି।



from Odisha Reporter https://ift.tt/2TXlEd8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages