ପାକ୍‌କୁ ମାତ୍‌ ଦେବା ପାଇଁ ଭାରତ ୬୦ ବର୍ଷ ପୁରୁଣା MIG-21କୁ କାହିଁକି ବାଛିଲା? ପଢ଼ନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 2, 2019

ପାକ୍‌କୁ ମାତ୍‌ ଦେବା ପାଇଁ ଭାରତ ୬୦ ବର୍ଷ ପୁରୁଣା MIG-21କୁ କାହିଁକି ବାଛିଲା? ପଢ଼ନ୍ତୁ

ନୂଆଦିଲ୍ଲୀ:ଶତ୍ରୁ ଦେଶ ପାକିସ୍ତାନରେ ଫସିଯାଇଥିବା ଭାରତୀୟ ବାୟୁସେନା(IAF)ର ୱିଙ୍ଗ କମାଣ୍ଡର  ଅଭିନନ୍ଦନ ଭର୍ତ୍ତମାନ ସ୍ୱେଦେଶକୁ ଫେରିଆସିଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନରେ ସାରା ଦେଶ ତାଙ୍କୁ ସ୍ୱାଗତ କରିବା ସହ ତାଙ୍କ ବୀରତା ଓ ସାହସିକତାକୁ ସଲାମ ଜଣାଉଛି। ଏଠାରେ ଆମେ କହି ରଖୁଛୁ ଯେ, ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁ ସେନା ୨୬ ଫେବୃଆରୀ ସକାଳେ ପାକିସ୍ତାନର ବାଲାକୋଟ୍‌ରେ ଜୈସ-ଇ-ମହମ୍ମଦର ଆତଙ୍କୀ ତାଲିମ ଶିବିର ଉପରେ ବୋମା ବର୍ଷଣ କରିଥିଲା।

ଏଥିରେ ଆତଙ୍କବାଦୀଙ୍କ ଶିବିର ଗୁଡ଼ିକ ଧ୍ୱଂସବିଧ୍ୱଂସ ହେବା ସହ ଶତାଧିକ ଆତଙ୍କବାଦୀ ନିହତ ହୋଥିଲେ। ଏହାର ପରଦିନ ଅର୍ଥାତ ୨୭ ତାରିଖରେ ପାକିସ୍ତାନର ପ୍ରାୟ ୨୪ଟି ବିମାନ ଏଲଓସି ଅଭିମୁଖେ ପ୍ରତି ଆକ୍ରମଣ ପାଇଁ ଆସିଥିଲେ। ହେଲେ ଭାରତୀୟ ବାୟୁସେନାର ୮ଟି ଲଢ଼ୁଆ ଯୁଦ୍ଧ ଜାହାଜ ଶତ୍ରୁକୁ ଉଚିତ୍‌ ଜବାବ ଦେଇଇ ସେଇ ଜାହାଜ ଗୁଡ଼ିକୁ ଘଉଡ଼ାଇଦେଇଥିଲା।

ସେହି ୮ଟି ଲଢ଼ୁଆ ବିମାନରେ ମିଗ୍-୨୧(MIG-21) ମଧ୍ୟ ସାମିଲ ଥିଲା। ଯେଉଁଥିରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଥିଲେ। ପାକିସ୍ତାନର F-16 କୁ  ୱିଙ୍ଗ କମାଣ୍ଡର ଅଭିନନ୍ଦନ ମାତ୍‌ ଦେଇଥିଲେ। ଯେଉଁ F-16ରେ ଆକାଶ ମାର୍ଗରୁ ଆକାଶ ମାର୍ଗକୁ ଟାର୍ଗେଟ କରିପାରୁଥିବା R-73 ମିସାଇଲ ଭଳି  ହତିଆର ଥିଲା।  ସେଥିରେ ୨ ଜଣ ପାକିସ୍ତାନ ପାଇଲଟ ମଧ୍ୟ ଥିଲେ ।

ତେବେ F-16 ବିମାନକୁ ମାରି ଖସାଇଦେଇଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମିଗ୍-୨୧ ବିମାନ୍‌ ମଧ୍ୟ କ୍ରାସ୍‌ କରିଯାଇଥିଲା। ଫଳରେ ଅଭିନନ୍ଦନ ଉପସ୍ଥିତ ବୁଦ୍ଧି ଖଟାଇ ପାରାଚ୍ୟୁଟ୍‌ରେ ଉଡ଼ି ଏଲଓସିର ପାକିସ୍ତାନର ମାଟିରେ ଖସିଥିଲେ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ ଅନୁଯାୟୀ, MIG-21 ତୁଳନାରେ  F-16 ବିମାନ ହେଉଛି ଅଧିକ ଶକ୍ତିଶାଳୀ ଏବଂ ଉନ୍ନତ ମଧ୍ୟ। ହେଲେ ଭାରତୀୟ ପାଇଲଟ ଅଭିନନ୍ଦନ ଅଦମ୍ୟ ସାହସର ଲଢ଼େଇ କରି ସେଇ ଜାହାଜକୁ ଖସାଇବାରେ ସଫଳ ହୋଇଥିଲେ।

ବିଷେଶଜ୍ଞଙ୍କ କହିବା ଅନୁଯାୟୀ, ଭାରତୀୟ ବାୟୁ ସେନାର ବିମାନ ଗୁଡ଼ିକ ବହୁ ପୁରୁଣା ହୋଇପାରେ ହେଲେ ସେଗୁଡ଼ିକର କାର୍ଯ୍ୟଦକ୍ଷତା ବେଶ୍‌ ଦମଦାର।  MIG-21 ଏବଂ F-16 ବିମାନ ଦୁଇଟି ଯାକ ହେଉଛି ଭିନ୍ନ ଭିନ୍ନ ପିଢ଼ିର। F-16 ଆଡଭାନ୍ସ ସଂସ୍କରଣ। ଯାହାର ତୁଳନାରେ MIG-21 ହେଉଛି ୬୦ ବର୍ଷ ପୁରୁଣା।  F-16 ଲଢ଼ୁଆ ବିମାନର ଲକ୍ଷସାଧନ ଓ ଗତିଶୀଳତାର କ୍ଷମତା ବେଶ ଉତ୍କୃଷ୍ଟମାନର। ହେଲେ ଭାରତର MIG-21 ବିମାନ ମଧ୍ୟ କିଛି କମ୍‌ ଶକ୍ତିଶାଳି ନୁହେଁ। ଭାରତୀୟ ବାୟୁସେନାର ସବୁଠୁ ଅଧିକ ପସନ୍ଦ ହେଉଛି MIG-21 ବିମାନ। ଏହି ବିମାନକୁ ଯେକୌଣସି ସମୟରେ ବ୍ୟବହାର କରାଯାଇପାରିବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଶତ୍ରୁଦେଶର ଯୁଦ୍ଧ ଯାହାଜ ସହ ମୁକାବିଲା ହେଉ କିମ୍ବା ପାଟ୍ରୋଲିଂ ପାଇଁ ହେଉ MiG-21 ବିମାନ ସବୁଠୁ ଉପଯୁକ୍ତ।

କାରଣ ଅନ୍ୟ ଯୁଦ୍ଧ ବିମାନ ଜହାଜ ଅପେକ୍ଷା ବିମାନ ଯାତ୍ରା ପାଇଁ ସବୁଠୁ କମ୍‌ ସମୟ ନେଇଥାଏ MiG-21। ଏହି ବିମାନକୁ ମାତ୍ର ୨ ମିନିଟ୍‌ରେ ଲଞ୍ଚ କରିହେବ। ଏହି ବିମାନରେ ଅନେକ ସୁବିଧା ଥିବା ବେଳେ ଯେ କୌଣସି ରେଞ୍ଜ ପାଇଁ ଏହି ବିମାନକୁ ବ୍ୟବହାର କରାଯାଇପାରିବ। ଏଥିରେ ଆର୦୭୩ ଲଢ଼ୁଆ ମିସାଇଲ ରହିଛି। ଯାହାର ରେଞ୍ଜ ହେଉଛି ୨୦-୨୫ କିଲୋମିଟର। ଆଉ ଭିଜୁଆଲ ରେଞ୍ଜ ମଧ୍ୟରେ ଏହି ବିମାନ ମିସାଇଲ ଫାୟାର ମଧ୍ୟ କରିପାରିବ। ଋଷ ନିର୍ମିତ ଏହି ଜାହାଜ ଘଣ୍ଟାପ୍ରତି ବେଗ ହେଉଛି ୨୨୩୮ କିମି।ଏଥିରେ ରାଡାର, ଜାମର ଏବଂ ଡିସ୍ପେସିଂ ସିଷ୍ଟମ ଆଦି ସୁବିଧା ରହିଛି। ଯାହା ଶତ୍ରୁକୁ ମୁକାବିଲା ପାଇଁ ବେଶ ସହାୟକ। ଯଦିଓ ଏହି ଜାହାଜ ୬୦ ବର୍ଷର ପୁରୁଣା ହେଲେ ଏବେ ବି ଏହା ପ୍ରାସଙ୍ଗିକତା ହରାଇ ନାହିଁ।



from Odisha Reporter https://ift.tt/2XB5aW4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages